ଦ୍ରୌପଦୀ ମୁର୍ମୁଙ୍କ ବିଜୟ କାମନା ଲାଗି ପୂଜାର୍ଚ୍ଚନା କରିବ ଭାଜପା

ଭୁବନେଶ୍ୱର,୧୭।୭(ବ୍ୟୁରୋ): ଆସନ୍ତା ୧୮ ତାରିଖରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ। ଏନ୍‌ଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ବିଜୟ କାମନା କରି ରବିବାର ରାଜ୍ୟର ସମସ୍ତ ମନ୍ଦିରରେ ରାଜ୍ୟ ଭାଜପା ପକ୍ଷରୁ ପୂଜାର୍ଚ୍ଚନା କରାଯିବ। ଏହି କାର୍ଯ୍ୟକ୍ରମରେ ରାଜ୍ୟ ଭାଜପାର ସମସ୍ତ ବରିଷ୍ଠ ନେତୃବୃନ୍ଦ, ବିଧାୟକ, ବିଧାୟକ ଓ ଏମ୍‌ପି ପ୍ରାର୍ଥୀ, ପଦାଧିକାରୀ ଓ କର୍ମକର୍ତ୍ତାମାନେ ସାମିଲ ହେବେ ।
ଭାଜପା ରାଜ୍ୟ ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ଗୁରୁବାର ଏ ସଂକ୍ରାନ୍ତରେ କହିଛନ୍ତି ଯେ,‘ ଓଡ଼ିଶା ମାଟିର ଗର୍ବ, ଗୌରବ ଏବଂ ଆଦିବାସୀ ମହିଳା ଦ୍ରୌପଦୀ ମୁର୍ମୁଙ୍କୁ ଏନଡିଏ ନିଜର ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ମନୋନୀତ କରିଛି । ତେବେ ତାଙ୍କ ମୁର୍ମୁଙ୍କ ବିଜୟ ପାଇଁ ଆଜି ଭାଜପା ପକ୍ଷରୁ ପୂଜାର୍ଚ୍ଚନା କରାଯିବ।