ନୂଆଦିଲ୍ଲୀ,୨୨।୭: ଭାଜପା ଆଜି ସାରା ଦେଶରେ ରାଜ୍ୟ କଂଗ୍ରେସ କାର୍ଯ୍ୟାଳୟକୁ ଘେରାଉ କରିବାକୁ ଯାଉଛି। ଭାଜପାର କହିବାନୁଯାୟୀ ରାହୁଲ ଗାନ୍ଧୀ ଦୁର୍ଭାବନାପୂର୍ଣ୍ଣ ମନୋଭାବ ରଖି ପ୍ରଧାନମନ୍ତ୍ରୀ ଆବାସ ସମ୍ମୁଖରେ ଧାରଣା ପ୍ରଦର୍ଶନ କରି ହଙ୍ଗାମା କରିଥିଲେ। କଂଗ୍ରେସର ସାଂସଦମାନେ ଏବଂ ରାହୁଲ ଗାନ୍ଧୀ ଦେଶର ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ସହିତ ଖେଳିବାକୁ ଚେଷ୍ଟା କରିଥିଲେ।
ଭାଜପା ପକ୍ଷରୁ କୁହାଯାଇଛି ଯେ ଏହା ଗମ୍ଭୀର ବିପଦରେ ପକାଇବାର କଂଗ୍ରେସର ଏକ ପ୍ରବୃତ୍ତି ରହିଛି। କଂଗ୍ରେସ ରାଜନୈତିକ ବିରୋଧୀଙ୍କ ଘର ବାହାରେ ବିରୋଧ ପ୍ରଦର୍ଶନ କରିବା ଭଳି ଏକ ନିନ୍ଦନୀୟ ପରମ୍ପରାକୁ ବଢ଼ାଉଛି। ଭାଜପା ଏହାର ପ୍ରତିବାଦରେ ସାରା ଦେଶରେ କଂଗ୍ରେସ କାର୍ଯ୍ୟାଳୟ ସମ୍ମୁଖରେ ବିରୋଧ ପ୍ରଦର୍ଶନ କରିପାରେ।
ସୂଚନାଯୋଗ୍ୟ ଯେ, ମଙ୍ଗଳବାର ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀଙ୍କ ସମେତ ଅନେକ କଂଗ୍ରେସ ସାଂସଦ ପ୍ରଧାନମନ୍ତ୍ରୀ ଆବାସ ଘେରାଉ କରିଥିଲେ। ଏହି ସମୟରେ ସମସ୍ତ ନେତାଙ୍କୁ ଅଟକ ମଧ୍ୟ ରଖାଯାଇଥିଲା। ପ୍ରିୟଙ୍କା ଗାନ୍ଧୀ ମଧ୍ୟ ଅଟକ ରହିଥିଲେ। ତେବେ, ୩ ଘଣ୍ଟା ପରେ ସମସ୍ତ ନେତାଙ୍କୁ ଛାଡ଼ିଦିଆଯାଇଥିଲା।