Categories: ଜାତୀୟ

ଗୋଆ ପାଇଁ ପ୍ରାର୍ଥୀ ଘୋଷଣା କରିବ ଭାଜପା

ନୂଆଦିଲ୍ଲୀ,୨୦।୧: ଆସନ୍ତା ଫେବୃୟାରୀ ୧୪ରୁ ବିଧାନସଭା ନିର୍ବାଚନ ଆରମ୍ଭ ହେବାକୁ ଯାଉଛି। ଉତ୍ତରପ୍ରଦେଶ, ଗୋଆ, ମଣିପୁର, ପଞ୍ଜାବ ଏବଂ ଉତ୍ତରାଖଣ୍ଡ ଏହି ୫ ରାଜ୍ୟ ଆଗାମୀ ନିର୍ବାଚନକୁ ନେଇ ପ୍ରସ୍ତୁତ ହେଉଛନ୍ତି। ତେବେ ଭାଜପାର କେନ୍ଦ୍ରୀୟ ନିର୍ବାଚନ କମିଟି (ସିଇସି) ଗୁରୁବାର ଗୋଆ ମତଦାନ ପାଇଁ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ପ୍ରକାଶ କରିବାର କାର୍ଯ୍ୟକ୍ରମ ରହିଛି। ସେହିପରି ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ବୁଧବାର ଆପ୍ନା ଦଳ ଏବଂ ନିଶାଦ ପାର୍ଟି ସହ ମିଳିତ ମଞ୍ଚ ଘୋଷଣା କରିଛି। ଏହା ବ୍ୟତୀତ ଏଏପିର ଜାତୀୟ ସଂଯୋଜକ ଅରବିନ୍ଦ କେଜ୍‌ରିଓ୍ବାଲ ପଞ୍ଜାବ ଏବଂ ଗୋଆ ପାଇଁ ଦଳର ସିଏମ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି।

Share