ଉଦ୍‌ଯାପିତ ହେଲା ଭାଜପା ପ୍ରଶିକ୍ଷଣ ଶିବିର

କୁଆଁରମୁଣ୍ଡା,୧୪।୧୨(ଡି.ଏନ.ଏ.) ସୁନ୍ଦରଗଡ ଜିଲା କୁଆଁରମୁଣ୍ଡା ବ୍ଲକ ଯମୁନାନାକି କମ୍ୟୁନିଟି ସେଣ୍ଟର ପରିସରରେ ଚାଲିଥିବା ଭାଜପାର ଦୁଇଦିନିଆ ପ୍ରଶିକ୍ଷଣ ଶିବିର ରବିବାର ଉଦ୍‌ଯାପିତ ହୋଇଯାଇଛି ା ପୂର୍ବତନ ଭାଜପା ଜିଲା ସଭାପତି ଜଗବନ୍ଧୁ ବେହେରା ଶିବିରକୁ ଉଦ୍‌ଘାଟନ କରିଥିଲେ। ଏଥିରେ ସଞ୍ଜୀବ ପ୍ରତାପ ସିଂଦେଓ, ଜିଲା ଉପସଭାପତି ତପନ କୁମାର ସ୍ବାଇଁ, କୁଆଁରମୁଣ୍ଡା ମଣ୍ଡଳ ସଭାପତି ଦିଲ୍ଳୀପ କୁମାର ପଟେଲ, ଜିଲା ସମ୍ପାଦକ ଶଙ୍କର ପୂଝାରୀ ପ୍ରମୁଖ ଉପସ୍ଥିତ ରହି ପ୍ରଶିକ୍ଷଣ ପ୍ରଦାନ କରିଥିଲେ ା ୨ଶହରୁ ଊର୍ଦ୍ଧ୍ୱ ମହିଳା/ପୁରୁଷ ଓ ଯୁବବର୍ଗ ପ୍ରଶିକ୍ଷାର୍ଥୀ ଉପସ୍ଥିତ ରହି ପ୍ରଶିକ୍ଷଣ ଗ୍ରହଣ କରିଥିଲେ ା