ଦଳିତମାନଙ୍କ ଉପରେ ବାରମ୍ବାର ଆକ୍ରମଣର ପ୍ରତିବାଦ: ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲା ଭାଜପା

ଛତ୍ରପୁର,୧୨ା୮(ଡି.ଏନ୍‌.ଏ.): ବିଜେଡି ନେତା ଓ କର୍ମୀମାନଙ୍କ ଦ୍ୱାରା ଦଳିତମାନଙ୍କ ଉପରେ ବାରମ୍ବାର ଆକ୍ରମଣ, ପୋଲିସର କାର୍ଯ୍ୟାନୁଷ୍ଠାନ ଶୂନ ରହିବା ନେଇ ରାଜ୍ୟ ଭାଜପା ଅନୁସୂଚିତ ମୋର୍ଚ୍ଚା ପକ୍ଷରୁ ନିନ୍ଦା କରାଯାଇଛି ା ଏହାର ପ୍ରତିବାଦରେ ଗୁରୁବାର ଛତପୁରସ୍ଥିତ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ ସହ ଏହା ସମ୍ମୁଖରେ ଭାଜପା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଗଞ୍ଜାମ ଜିଲା ଭାଜପା ଅନୁସୂଚିତ ଜାତି ମୋର୍ଚ୍ଚାର ଜିଲା ସଭାପତି ପ୍ରଶାନ୍ତ କୁମାର କରଙ୍କ ନେତୃତ୍ୱରେ ଜିଲା ଲିଗାଲ ସେଲ୍‌ର ଆବାହକ ପ୍ରଦୀପ କୁମାର ପାଢୀ, ମଣ୍ଡଳ ସଭାପତି ପଦ୍ମ ଚରଣ ସାହୁ, କୀର୍ତ୍ତନ ଦାସ, ସଞ୍ଜିତ ରାଉଳ ପ୍ରମୁଖ ସାମିଲ ଥିଲେ।