Categories: ଜାତୀୟ

କେଜ୍‌ରିଓ୍ବାଲ୍‌ଙ୍କୁ ଅର୍ବାନ୍‌ ନକ୍ସଲ କହିଲେ ଭାଜପା ନେତା

ନୂଆଦିଲ୍ଲୀ,୨୫।୩: ଭାଜପା ନେତା ତଥା ଦଳର ଆଇଟି ସେଲ ମୁଖ୍ୟ ଅମିତ ମାଲଭିୟା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲଙ୍କୁ ଅର୍ବାନ୍‌ ନକ୍ସଲ ବୋଲି କହିଛନ୍ତି। କେଜ୍‌ରିୱାଲ ଫିଲ୍କ କଶ୍ମୀର ଫାଇଲ୍ସ ସମ୍ପର୍କରେ ଗୁରୁବାର ଦେଇଥିବା ମନ୍ତବ୍ୟ ପରେ ଅମିତ ମାଲଭିଆ ଏହା କହିଛନ୍ତି।
ନିକଟରେ କେଜ୍‌ରିୱାଲ ବିଧାନସଭାରେ କହିଛନ୍ତି, ଫିଲ୍ମ କଶ୍ମୀର ଫାଇଲ୍ସକୁ ୟୁଟ୍ୟୁବରେ ଅପଲୋଡ କରିବା ପାଇଁ ଭାଜପା ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କୁ କହୁ। ଏହାଦ୍ୱାରା ସମସ୍ତେ ମାଗଣାରେ ଫିଲ୍ମକୁ ଦେଖିପାରିବେ। କଶ୍ମୀର ଫାଇଲ୍ସକୁ ଟିକସ ମୁକ୍ତ ଟିକସ ମୁକ୍ତ କରିବାକୁ ଦାବି କରାଯାଉଛି। ହେଲେ ଏହାକୁ ୟୁଟ୍ୟୁବରେ ଅପଲୋଡ କରିଦେଲେ, ଏହା ସଂପୂର୍ଣ୍ଣ ମାଗଣାରେ ଲୋକଙ୍କ ପାଖରେ ପହଞ୍ଚି ପାରିବ। ଏହାପରେ ଟିକସ ଫ୍ରି କରିବାର ଆବଶ୍ୟକତା କ’ଣ? କଶ୍ମୀର ପଣ୍ଡିତଙ୍କ ନାଁରେ ଅନେକ ଲୋକ କୋଟି କୋଟି ଟଙ୍କା ଆୟ କରୁଛନ୍ତି। ଖାଲି ପୋଷ୍ଟର ମାରି ନିଜର ପ୍ରଚାର କଲେ ଚଳିବ ନାହିଁ।
କେଜ୍‌ରିୱାଲଙ୍କ ଏଭଳି ବିବୃତ୍ତିରେ ଅମିତ ମାଲଭିଆ ଏକ ଟୁଇଟ୍‌ କରି କହିଛନ୍ତି, କେବଳ ଅମାନୁଷିକ, ନିଷ୍ଠୁର ତଥା ଦୁର୍ନୀତିଗ୍ରସ୍ତ ଲୋକ କଶ୍ମୀରୀ ହିନ୍ଦୁଙ୍କ ହତ୍ୟାକୁ ଅସ୍ବୀକାର କରିପାରିବ। କଶ୍ମୀର ଫାଇଲ୍ସକୁ ଏକ ମିଥ୍ୟା ଫିଲ୍ମ ବୋଲି କହି କେଜ୍‌ରିୱାଲ ହିନ୍ଦୁ ସମ୍ପ୍ରଦାୟର କ୍ଷତ ଉପରେ ଆହୁରି କ୍ଷତ ଦେବା କାମ କରିଛନ୍ତି, ଯେଉଁମାନେ ଗତ ୩୨ ବର୍ଷ ଧରି ନିଜ ଦେଶରେ ଶରଣାର୍ଥୀ ଭାବରେ ରହିବାକୁ ବାଧ୍ୟ ହୋଇଥିଲେ। କଶ୍ମୀର ଫାଇଲ୍ସ ହିନ୍ଦୁଙ୍କ ଉପରେ ହୋଇଥିବା ନରସଂହାର ବିଷୟରେ ଦେଖାଉଥିବାରୁ ଅର୍ବାନ ନକ୍ସଲଙ୍କ ପେଟରେ ଯନ୍ତ୍ରଣା ହେଉଛି।

Share