ରେକର୍ଡ ଭାଙ୍ଗିବାରେ ଲାଗିଛି ବିଜେଡି

ଭୁବନେଶ୍ୱର,୨୮।୨(ବ୍ୟୁରୋ): ପଞ୍ଚାୟତ ନିର୍ବାଚନ ଭୋଟ ଗଣତି ଯେତେ ଶେଷ ହୋଇ ଆସୁଛି ବିଜେଡି ସେତେ ଆଗେଇ ଚାଲିଛି । ୨୦୧୨ ପଞ୍ଚାୟତ ନିର୍ବାଚନରେ ବିଜେଡି ପାଇଥିବା ସଫଳତାର ରେକର୍ଡକୁ ନିଜେ ଭାଙ୍ଗି ସାରିଛି । ସାରା ରାଜ୍ୟର ବିଜେଡିକୁ ଜନ ସମର୍ଥନ ମିଳିଛି।
ବର୍ତ୍ତମାନ ସୁଦ୍ଧା ୮୫୨ ଜିଲା ପରିଷଦ ଜୋନରୁ ୮୫୧ ଜୋନର ଫଳାଫଳ ଆସୁଛି । ୭୬୨ ଜୋନରେ ବିଜେଡି ଆଗରେ ଚାଲିଛି । ଏଥିମଧ୍ୟରୁ ୫୪୩ ଆସନରେ ବିଜେଡି ବିଜୟ ବାନା ଉଡାଇ ସାରିଛି । ବାକି ଆସନରେ ବିଜେଡି ପ୍ରତିପକ୍ଷଙ୍କଠାରୁ ବହୁ ଆଗରେ ଚାଲିଛି । ଅନ୍ୟପକ୍ଷରେ ଦୁଇ ଜାତୀୟ ଦଳ ଭାଜପା ଓ କଂଗ୍ରେସ ହାପ ସେଞ୍ଚୁରୀ ମାରିବାକୁ ମଧ୍ୟ ସକ୍ଷମ ହୋଇନାହାନ୍ତି । ୨୦୧୭ ନିର୍ବାଚନରେ ଅପ୍ରତ୍ୟାଶିତ ସଫଳତା ପାଇ ୨୫୦ରୁ ଜିଲାପରିଷଦ ଜୋନ ଜିତିଥିବା ଭାଜପା ବହୁ ପଛରେ ପଡିଯାଇଛି। ବର୍ତ୍ତମାନ ସୁଦ୍ଧା ଭାଜପା ୩୧ଟି ଆସନରେ ବିଜୟୀ ହୋଇଥିବା ବେଳେ ୧୫ଟି ଆସନରେ ଆଗରେ ଚାଲିଛି ।