ସାକ୍ଷୀଗୋପାଳରେ ୩୩ ନମ୍ବର ଜୋନ୍‌ ହାତେଇଲା ଭାଜପା

ସାକ୍ଷୀଗୋପାଳ, ୨୮।୨ (ଡି.ଏନ୍‌.ଏ.) ଅନ୍ତିମ ପର୍ଯ୍ୟାୟ ଭୋଟଗଣତିରେ ପୁରୀ ଜିଲା ପରିଷଦ ୩୩ ନମ୍ବର ଜୋନରେ ଭାଜପା ପ୍ରାର୍ଥୀ ରତିକାନ୍ତ ମିଶ୍ର ବିଜୟୀ ହୋଇଛନ୍ତି। ସେ ସମୁଦାୟ ୧୧, ୪୧୫ ଖଣ୍ଡ ପାଇଥିବା ବେଳେ ନିକଟତମ ପ୍ରତିଦ୍ୱନ୍ଦୀ ବିଜେଡି ପ୍ରାର୍ଥୀ କୃଷ୍ଣଚନ୍ଦ୍ର ସ୍ବାଇଁ ୧୦, ୯୧୪ ଖଣ୍ଡ ଭୋଟ ପାଇଛନ୍ତି। ସେହିପରି ପରଜାପଡା ସମିତି ସଭ୍ୟ ଭାବରେ ପ୍ରତିଦ୍ବନ୍ଦିତା କରୁଥିବା ସତ୍ୟଢାଦୀ ବ୍ଲକ ଆତ୍ମା ଅଧ୍ୟକ୍ଷ ରାମଚନ୍ଦ୍ର ମହାନ୍ତି ପ୍ରତିଦ୍ବନ୍ଦୀ ଦେବ ଚୌଧୁରୀଙ୍କଠାରୁ ଅଧିକ ୩ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଛନ୍ତି।