ସ୍ଥାୟୀ ଥଇଥାନ ଦାବିରେ ଭାଜପାର ୧୨ ଘଣ୍ଟିଆ ବନ୍ଦ ପାଳନ

ରାୟଗଡା ଅଫିସ, ୨୫।୧୦: ବସ୍ତି ବାସିନ୍ଦାଙ୍କ ସ୍ଥାୟୀ ଥଇଥାନ ଏବଂ ଜମି ପଟ୍ଟା ପ୍ରଦାନ ଦାବିରେ ସୋମବାର ରାୟଗଡ଼ା ଜିଲା ଭାଜପା ପକ୍ଷରୁ ୧୨ ଘଣ୍ଟା ବନ୍ଦ ପାଳନ କରାଯାଇଛିl ବସ୍ତି ବାସିନ୍ଦା ନ୍‌ଦୀର୍ଘ ଦିନରୁ ସହରରେ ଥିବା ବିଭିନ୍ନ ବସ୍ତିରେ ବସବାସ କରୁଛନ୍ତି। ହେଲେ ଜିଲାରେ ଡିଆରଏମ୍‌ କାର୍ଯ୍ୟାଳୟ ପ୍ରତିଷ୍ଠା ପାଇଁ ସହରରେ ଥିବା ରେଳବାଇ ଜାଗାରୁ ବସ୍ତିଗୁଡିକୁ ହଟା ଯାଉଛି,  ଏହାକୁ ବିରୋଧ କାରି ଭାଜପା ରାସ୍ତାରୋକୋ ସହ ବିକ୍ଷୋଭ ପ୍ରଦର୍ଶନ କରିଛି । ତେଣୁ ଏହି ଘଟଣାରେ ୧୫ ଜଣ ଭାଜପାକର୍ମୀଙ୍କୁ ରାୟଗଡା ଟାଉନ ଥାନା ପୋଲିସ ଅଟକ ରଖିଛି । ଏହାର ପ୍ରତିବାଦ କାରି ବସ୍ତି ବାସିନ୍ଦା ଥାନା ଘେରାଉ କରିଛନ୍ତି ।