ଭାଜପା ସରକାର ଏକ କପି ପେଷ୍ଟ ସରକାର, ଏମିତି କହି ବର୍ଷିଲେ…

ଭୁବନେଶ୍ୱର,୬।୧୦(ଅନିଲ ଦାସ): ରାଜ୍ୟ ଭାଜପା ସରକାରଙ୍କ ଦ୍ୱାରା ୧୬,୦୦୯ କନିଷ୍ଠଶିକ୍ଷକ (ସ୍କିମାଟିକ) ଭାବେ ଆଜି ପ୍ରଦାନ କରାଯାଉଥିବା ନିଯୁକ୍ତି ବିଜେଡି ସରକାରଙ୍କ ସମୟରେ ସମସ୍ତ କାର୍ଯ୍ୟ ଚୂଡାନ୍ତ ହୋଇଥିବା ବିଜୁ ଜନତା ଦଳ ଦାବି କରିଛି। ଏହି ନିଯୁକ୍ତି ମଲାହରିଣ ଉପରେ ପାହାର ପକାଇ ତାକୁ ଶିକାର କରିଛି ବୋଲି କହିବା ସଦୃଶ୍ୟ ହୋଇଛି । ଶଙ୍ଖଭବନଠାରେ ଶନିବାର ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ବିଜେଡି ରାଜ୍ୟ ସଭା ଏମ୍‌ପି ସୁଭାଶିଷ ଖୁଣ୍ଟିଆ ଏବଂ ମୁଖପାତ୍ର ଲେନିନ୍‌ ମହାନ୍ତି ଏ ପ୍ରସଙ୍ଗ ଉଠାଇବା ସହ ରାଜ୍ୟ ସରକାର ଏକ କପିପେଷ୍ଟ ସରକାର ବୋଲି ବର୍ଣ୍ଣନା କରିଛନ୍ତି । ଶୁଭାଶିଷ କହିଛନ୍ତି, ଏହି ସ୍କିମାଟିକ ନିଯୁକ୍ତି ପାଇଁ ନବୀନ ସରକାର ୨୨ ଅଗଷ୍ଟ ୨୦୨୩ ଦିନ ଏକ ରିଜଲ୍ୟୁସନ କରିଥିଲେ। ୧୦ ସେପ୍ଟେମ୍ବର ୨୦୨୩ରେ ଏହି କନିଷ୍ଠ ଶିକ୍ଷକ ନିଯୁକ୍ତି ପାଇ ଁଓଡ଼ିଶା ବିଦ୍ୟାଳୟ ଶିକ୍ଷା କାଯର୍‌ୟକ୍ରମ ପ୍ରାଧିକରଣ ଦ୍ୱାରା ବିଜ୍ଞାପନ ପ୍ରକାଶ ପାଇଥିଲା। ଏହି ବିଜ୍ଞାପନ ଅନୁଯାୟୀ ସିବିଟି (କମ୍ପ୍ୟୁଟର ବେସ୍‌ଡ ଏକ୍‌ଜାମ)ରେ ରଖିଥିବା ମାର୍କ ଅନୁଯାୟୀ ଆବେଦନକାରୀ ପ୍ରାର୍ଥୀମାନଙ୍କ ମଧ୍ୟରୁ ଚୟନ କରାଯିବ। ସେହି ଅନୁସାରେ, ୧୫ ଜାନୁଆରୀ ୨୦୨୪ରେ ଡ୍ରାଫ୍ଟ ମେରିଟ୍‌ ଲିଷ୍ଟ ପ୍ରକାଶ ପାଇଥିଲା। ୫୮ ଜଣ ଆବେଦନକାରୀ ସରକାରଙ୍କ ୨୨ ଅଗଷ୍ଟରେ ହୋଇଥିବା ରିଜଲ୍ୟୁସନ ଉପରେ ପ୍ରଶ୍ନ ଉଠାଇ ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଥିଲେ। ୨୦୨୪ ଜୁନ ୧୮ରେ ଉଚ୍ଚ ନ୍ୟାୟାଳୟଙ୍କ ପ୍ରକାଶିତ ହୋଇଥିବା ରାୟରେ, ସରକାରଙ୍କ ରିଜଲ୍ୟୁସନକୁ ବୈଧ କହିଥିଲେ ଓ ନିଯୁକ୍ତି ପ୍ରଣାଳୀଙ୍କୁ ମଧ୍ୟ ବୈଧ କହିଥିଲେ। ଭାଜପା ଏହି ନିଯୁକ୍ତି ପ୍ରକ୍ରିୟାକୁ ସେତେବେଳେ ବିରୋଧ କରୁଥିଲା। ସରକାରକୁ ଆସିବା ପରେ ନବୀନଙ୍କ ସମୟରେ ସମ୍ପୂର୍ଣ୍ଣ ହୋଇଥିବା ନିଯୁକ୍ତିକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଦାନ କରୁଛନ୍ତି। ଏଥିପାଇଁ ଖବରକାଗଜରେ ବିଜ୍ଞାପନ ଦେଇ ନିଜର ଡିଣ୍ଡିମ ପିଟୁଛନ୍ତି ବୋଲି ସେ କହିଛନ୍ତି।
ମୁଖପାତ୍ର ଲେନିନ୍‌ ମହାନ୍ତି କହିଛନ୍ତି , ଶ୍ରମିକମାନଙ୍କ ପାରିଶ୍ରମିକ ବୃଦ୍ଧି କଥା ହେଉ ବା ଓଡ଼ିଶାକୁ ଶିଳ୍ପାନୁଷ୍ଠାନ ଦ୍ୱାରା ପୁଞ୍ଜି ନିବେଶ ବା ଶିକ୍ଷକ ନିଯୁକ୍ତି କଥା ହେଉ ବିଜେଡି ସରକାରଙ୍କ ଛାପ ସବୁଠାରେ ରହିଛି। ନବୀନ ପଟ୍ଟନାୟକଙ୍କ ସମୟରେ କନିଷ୍ଠ ଶିକ୍ଷକଙ୍କ ନିଯୁକ୍ତି ପ୍ରକ୍ରିୟା ସମ୍ପୂର୍ଣ୍ଣ ହୋଇଥିଲା। କେବଳ କିଛି ଆବେଦନକାରୀ ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହେବା ଯୋଗୁ ନିଯୁକ୍ତି ପତ୍ର ଦିଆଯାଇ ପାରି ନ ଥିଲା। ଏହି ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବା ସମୟରେ, ଭାଜପା ଏହାକୁ ଚୁକ୍ତିଭିତ୍ତିକ ନିଯୁକ୍ତି କହି ବିରୋଧ କରୁଥିଲା, ସେହି ନିଯୁକ୍ତି ଦେଇ ଏବେ ବାହାଦୁରି ନେବାକୁ ଚେଷ୍ଟାକରୁଛି ବୋଲି ଲେନିନ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁବାଇରେ ହଠାତ ଶସ୍ତା ହେଉଛି ସୁନା! ଇରାନ ସହ ଯୁଦ୍ଧ ମଧ୍ୟରେ ମୂଲ୍ୟରେ ବଡ଼ ହ୍ରାସ, ଭାରତ ଉପରେ ପଡ଼ିବ…

ଦୁବାଇ/ନୂଆଦିଲ୍ଲୀ,୭।୩: ବିଶ୍ୱର ସୁନା ବଜାର କୁହାଯାଉଥିବା ଦୁବାଇରୁ ଏବେ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଭୟଙ୍କର ଯୁଦ୍ଧ ଯୋଗୁ…

କେନିଆରେ ବର୍ଷା ବିତ୍ପାତ: ଚାଲିଗଲା ୨୩ ଜୀବନ

ନାଇରୋବି,୭ା୩: କେନିଆ ରାଜଧାନୀ ନାଇରୋବିରେ ପ୍ରବଳ ବର୍ଷାରେ ୨୩ ଜଣଙ୍କ ମୃତ୍ୟୁ ଘଟିବା ସହ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଶନିବାର ରାସ୍ତାଘାଟ ଜଳାର୍ଣ୍ଣବ ହୋଇଥିବାରୁ ଗାଡ଼ିଚାଳକମାନେ…

ଇରାନ ଉପରେ ଆଜି ହେବ ‘ଭୟଙ୍କର’ ଆକ୍ରମଣ: ଟ୍ରମ୍ପଙ୍କ ଘୋଷଣା ପରେ ସାରା ବିଶ୍ୱରେ ହଇଚଇ, ପଡ଼ୋଶୀ ଦେଶକୁ…

ୱାଶିଂଟନ/ତେହେରାନ,୭।୩: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ପ୍ରତିଦିନ ଭୟଙ୍କର ରୂପ ନେଉଛି। ମଧ୍ୟପ୍ରାଚ୍ୟର ଅନେକ ସହର ଏହି ସାମରିକ ସଂଘର୍ଷରେ ଛାରଖାର ହୋଇଯାଇଥିବା ବେଳେ,…

ଘରଭାଙ୍ଗି ଧାନ ଖାଇଲା ଦନ୍ତା

ନାକଟିଦେଉଳ, ୭ା୨(ବୈକୁଣ୍ଠନାଥ ସାହୁ): ସମ୍ବଲପୁର ଜିଲା ନାକଟିଦେଉଳ ବନାଞ୍ଚଳ ଅଧୀନ ଆଭ୍ୟନ୍ତରୀଣ ତଥା ପାହାଡ଼ ତଳି ଗ୍ରାମରେ ଗତ କିଛି ଦିନ ହେଲା ଦନ୍ତାହାତୀ ଉପଦ୍ରବ ଲାଗି…

ବୋହୂଙ୍କୁ ମାଡ଼ ମାରି ଲହୁଲୁହାଣ କଲେ ପୁଅ, ଥାନାରେ ପହଞ୍ଚି ଅଭିଯୋଗ କରିଦେଲେ ବାପା, ପୁରୁଷୋତ୍ତମଙ୍କୁ ବାନ୍ଧି…

ବୈଶିଙ୍ଗା,୭।୩(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ନଡପୁର ଗ୍ରାମରେ ଜନୈକା ବିବାହିତା ମହିଳାଙ୍କୁ ମାଡ଼ ମାରି ଗୁରୁତର କରିଥିବା ଅଭିଯୋଗରେ ପୋଲିସ ସ୍ବାମୀଙ୍କୁ ଗିରଫ…

ବସ୍‌କୁ ଧକ୍କା ଦେଇ ଚାଲିଗଲା ବାଇକ୍‌ ଆରୋହୀଙ୍କ ଜୀବନ

କୋକସରା,୭ା୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ଥାନା ଲଡୁଗାଁ-ଚିକିଲି ରାସ୍ତାର ପେଟ୍ରୋଲ ପମ୍ପ ନିକଟରେ ଏକ ଦୁର୍ଘଟଣା ଘଟିଛି। ରାସ୍ତା କଡରେ ଛିଡା ହୋଇଥିବା ଏକ ବସ୍‌କୁ…

ମୋ’ କଥା କେହି ଶୁଣନ୍ତିନି! ବାପା କି ବଡ଼ ଭାଇ ହୋଇ କିଛି ଲାଭ ନାହିଁ…ଫାଇନାଲ ପୂର୍ବରୁ କାହିଁକି ଏମିତି କହିଲେ ସୂର୍ଯ୍ୟା

ଅହମ୍ମଦାବାଦ,୭।୩: ଟି-୨୦ ବିଶ୍ୱକପ ୨୦୨୬ର ଫାଇନାଲ ମୁକାବିଲା ପାଇଁ ପ୍ରସ୍ତୁତ ଟିମ ଇଣ୍ଡିଆ। ୮ ମାର୍ଚ୍ଚରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଫାଇନାଲ ମୁକାବିଲା ପାଇଁ ପଡ଼ିଆକୁ ଓହ୍ଲାଇବେ ସୂର୍ଯ୍ୟକୁମାର…

ଫାଇନାଲ ମ୍ୟାଚ୍‌ ପୂର୍ବରୁ ନ୍ୟୁଜିଲାଣ୍ଡ ଅଧିନାୟକଙ୍କ ବଡ଼ ବୟାନ, ଯଦି ଆମକୁ ହୃଦୟ ଭାଙ୍ଗିବାକୁ ପଡ଼େ…

ଅହମଦାବାଦ,୭।୩: ଟୁର୍ନାମେଣ୍ଟ ଜିତିବା ପାଇଁ ଆମେ ଫେଭରାଇଟ୍‌ ଦଳ ନୁହେଁ। କିନ୍ତୁ ଥରେ ଟ୍ରଫି ଉଠାଇବା ପାଇଁ ଯଦି ଆମକୁ କିଛି ହୃଦୟ ଭାଙ୍ଗିବାକୁ ପଡ଼େ, ତେବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri