Categories: ଜାତୀୟ

ଭାଜପାକୁ ମିଳିଲା ବହୁମତ

ଲକ୍ଷ୍ନୌ,୧୨।୪: ଉତ୍ତର ପ୍ରଦେଶର ବିଧାନ ପରିଷଦ (ଏମ୍‌ଏଲସି) ନିର୍ବାଚନରେ ଭାଜପାକୁ ବହୁମତ ମିଳିଛି। ୩୬ଟି ବିଧାନ ପରିଷଦ ଆସନରେ ଭାଜପା ୩୩ଟି ଆସନରେ ବିଜୟୀ ହୋଇଥିବାବେଳେ ସ୍ବାଧୀନ ୩ଟି ଆସନ ଜିତିଛି। ସମାଜବାଦୀ ପାର୍ଟି ଖାତା ଖୋଲିବାରେ ସକ୍ଷମ ହୋଇନାହିଁ। ଏହି ବଡ଼ ବିଜୟରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି।
ସେ ଟୁଇଟ୍‌ ଯୋଗେ କହିଛନ୍ତି,ଆଜି ଉତ୍ତରପ୍ରଦେଶର ସ୍ଥାନୀୟ ପ୍ରାଧିକରଣ ବିଧାନ ପରିଷଦ ନିର୍ବାଚନରେ ଭାଜପାର ବିଜୟ ପୁଣିଥରେ ସ୍ପଷ୍ଟ କରିଛି ଯେ ଆଦରଣୀୟ ପ୍ରଧାନମନ୍ତ୍ରୀଙ୍କ ଦକ୍ଷ ମାର୍ଗଦର୍ଶନ ତଥା ନେତୃତ୍ୱରେ ରାଜ୍ୟବାସୀ ଜାତୀୟତା, ବିକାଶ ଏବଂ ଉତ୍ତମ ଶାସନ ସହ ଅଛନ୍ତି।
ୟୁପି ବିଧାନ ପରିଷଦରେ ମୋଟ ୩୬ଟି ଆସନ ଅଛି। ଏଥିମଧ୍ୟରୁ ୯ ଜଣ ଭାଜପା ସଦସ୍ୟ ବିନା ପ୍ରତିଦ୍ୱନ୍ଦିତା କରି ପୂର୍ବରୁ ନିର୍ବାଚିତ ହୋଇସାରିଛନ୍ତି। ୨୭ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା।

Share