Categories: ରାଜ୍ୟ

ଶନିବାର ସବୁ ନିର୍ବାଚନମଣ୍ଡଳୀରେ ବିଜେଡି ପାଳିବ ‘ବିଜୁ ଜୟନ୍ତୀ

ଭୁବନେଶ୍ୱର, ୪ା୩(ବ୍ୟୁରୋ): ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ୧୦୬ତମ ଜୟନ୍ତୀ ପ୍ରତ୍ୟେକ ନିର୍ବାଚନମଣ୍ଡଳୀସ୍ତରରେ ଶନିବାର ନିରଡାମ୍ବର ଭାବେ ପ୍ରତ୍ୟେକ ନିର୍ବାଚନମଣ୍ଡଳୀ ସ୍ତରରେ ପାଳନ କରାଯିବ। ଏନେଇ ପ୍ରତି ନିର୍ବାଚନମଣ୍ଡଳୀରେ ସାଧାରଣ ସଭା ଆୟୋଜନ କରାଯାଇ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ବିଜୁ ବାବୁଙ୍କ ନୀତି ଏବଂ ଆଦର୍ଶରେ ପରିଚାଳିତ ବିଜେଡିର ସଫଳ ଯାତ୍ରା ସମ୍ପର୍କରେ ଆଲୋଚନା କରିବା ଲାଗି ନିଷ୍ପତ୍ତି ହୋଇଛି।