ଭଙ୍ଗାଗଲା ବିଜେଡି କାର୍ଯ୍ୟାଳୟ

ଖୁଣ୍ଟୁଣୀ, ୧୫ ।୧୨(ସଚ୍ଚିଦାନନ୍ଦ ପଣ୍ଡା): କଟକ ଜିଲା ଆଠଗଡ଼ ତହସିଲ ଅଧୀନ କୁମାରପୁର ପଞ୍ଚାୟତର ଗୋଚର ଜମିରେ ନିର୍ମାଣ ହୋଇଥିବା ବିଜେଡି କାର୍ଯ୍ୟାଳୟକୁ ଶନିବାର ପୂର୍ବାହ୍ନରେ ଜିଲା ପ୍ରଶାସନ ପକ୍ଷରୁ ଭଙ୍ଗାଯାଇଛି। ଭଙ୍ଗାଯିବାବେଳେ ଅପ୍ରୀତିକର ପରିସ୍ଥିତି ଆଶଙ୍କା ୁ ଅତିରିକ୍ତ ଏସ୍‌ପି ଦେବଦତ୍ତ ବରାଳ, ଚୌଦ୍ୱାର ଏସ୍‌ଡିପିଓ ଉ ମାକାନ୍ତ ନାୟକ, ତହସିଲଦାର କ୍ଷେତ୍ରମୋହନ ସ୍ବାଇଁଙ୍କ ସମେତ ଗୁରୁଡିଝାଟିଆ, ଖୁଣ୍ଟୁଣୀ, ଆଠଗଡ଼, ତିଗିରିଆ ଥାନା ଆଇଆଇସି, ୨ ଜଣ ମାଜିଷ୍ଟ୍ରେଟ୍‌, ୧୫ ଜଣ ଅଫିସର ଓ ୪ ପ୍ଲାଟୁନ ଫୋର୍ସ ଉପସ୍ଥିତ ଥିଲେ।
ମିଳିଥିବା ସୂଚନା ଅନୁଯାୟୀ, କୁମାରପୁର ପଞ୍ଚାୟତ ବଳିପୁର ମୌଜାର ଖାତା ନମ୍ବର ୬୧୬, ପ୍ଲଟ୍‌ ନଂ. ୧୨୬୧, ୧ ଏକର ୮୩ ଡିସିମିଲ ଗୋଚର ଜାଗାକୁ ପୂର୍ବତନ ବ୍ଲକ ଅଧ୍ୟକ୍ଷ ରଞ୍ଜନ ଆଚାର୍ଯ୍ୟ ଜବରଦସ୍ତ ଦଖଲ କରି ଗୃହ ନିର୍ମାଣ କରିଥିଲେ। ପରେ ସେଠାରେ ବିଜେଡି କାର୍ଯ୍ୟାଳୟ ଚାଲିଥିଲା। ଏହି ବେଆଇନ ନିର୍ମାଣକୁ ଭାଙ୍ଗିବା ପାଇଁ ଗ୍ରାମବାସୀ ବାରମ୍ବାର ତହସିଲ ପ୍ରଶାସନକୁ ଜଣାଇଥିଲେ। ହେଲେ ତହସିଲ ପ୍ରଶାସନ ବିଭିନ୍ନ ଆଳ ଦେଖାଇ ଏହାକୁ ଏଡାଇ ଦେଇଥିଲା। ଆଠଗଡ଼ର ଭାଜପା ନେତା ଅଭୟ ବାରିକ ଉକ୍ତ କାର୍ଯ୍ୟାଳୟ ଭାଙ୍ଗିବା ପାଇଁ ୩ ମାସ ତଳେ ସ୍ଥାନୀୟ ତହସିଲଦାରଙ୍କୁ ଲିଖିତ ଆକାରରେ ଜଣାଇଥିଲେ। ଫଳରେ ତହସିଲ ପ୍ରଶାସନ ଉକ୍ତ କାର୍ଯ୍ୟାଳୟ ଭାଙ୍ଗିବା ପାଇଁ ଯାଇଥିଲା। ହେଲେ ଏହାକୁ ନ ଭାଙ୍ଗିବା ପାଇଁ ରଞ୍ଜନ ଆଠଗଡ଼ ଉପଜିଲାପାଳଙ୍କ ନିକଟରେ ଅପିଲ କରିଥିବା ଜାଣିବା ପରେ ପ୍ରଶାସନ ଫେରି ଆସିଥିଲା। ତେବେ ଏହି ଅପିଲର ସମୟସୀମା ଶୁକ୍ରବାର ଶେଷ ହୋଇଥିବାରୁ ଉପଜିଲାପାଳ ଉକ୍ତ କାର୍ଯ୍ୟାଳୟ ଭାଙ୍ଗିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଶନିବାର ଜିଲା ପ୍ରଶାସନ ପକ୍ଷରୁ ଉକ୍ତ କାର୍ଯ୍ୟାଳୟକୁ ଭାଙ୍ଗି ଦିଆଯାଇଛି। ଭାଜପା ନେତା ଅଭୟ ବାରିକ କହିଛନ୍ତି, ଆଠଗଡ଼ ଅଞ୍ଚଳରେ ଯେଉଁ ଗୋଚର ଜାଗାରେ ବେଆଇନ ନିର୍ମାଣ କରାଯାଇଛି ତାହାକୁ ଆଗାମୀ ଦିନରେ ଭଙ୍ଗାଯିବ। ଅପରପକ୍ଷରେ ରଞ୍ଜନ କହିଛନ୍ତି, ଉକ୍ତ କାର୍ଯ୍ୟାଳୟ ନ ଭଙ୍ଗାଯିବା ପାଇଁ ପ୍ରଥମେ ତହସିଲଦାରଙ୍କ ନିକଟରେ ଅପିଲ କରିଥିଲି। ସେଠାରେ ଅଗ୍ରାହ୍ୟ ହେବାରୁ ଉପଜିଲାପାଳଙ୍କ ନିକଟରେ ଅପିଲ କରିଥିଲି। ଶୁକ୍ରବାର ସମୟସୀମା ଶେଷ ହୋଇଥିବାରୁ ପ୍ରଶାସନ ଏହାକୁ ଭାଙ୍ଗିଦେଇଛି। ଆଗାମୀ ଦିନରେ ଏନେଇ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବୁ।


Enter your email to get our daily news in your inbox.

All Right Reserved By Dharitri.Com

ମଣ୍ଡି ସ୍ଥାନାନ୍ତରଣକୁ ଚାଷୀଙ୍କ ବିରୋଧ: ଧାନ କିଣାବିକା ସମସ୍ୟା ଅସମାହିତ

ବରଗଡ଼,୬।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। ଏହି ପ୍ରକ୍ରିୟାକୁ ୮ଦିନ ବିତି ଯାଇଛି। ହେଲେ ଧାନବିକ୍ରି ସମସ୍ୟା ଏପର୍ଯ୍ୟନ୍ତ ଅସମାହିତ ରହିଛି।...

୧୦୦ ବିଲିୟନ ଡଲାର ବାଣିଜ୍ୟ ଲକ୍ଷ୍ୟ

ନୂଆଦିଲ୍ଲୀ,୬ା୧୨ : ଭାରତ ଓ ରୁଷିଆ ଶୁକ୍ରବାର ଦ୍ୱିପାକ୍ଷିକ ଅର୍ଥନୈତିକ ଓ ବାଣିଜି୍ୟକ କାରବାର ବୃଦ୍ଧି ନିମନ୍ତେ ଆଗାମୀ ୫ ବର୍ଷ ପାଇଁ ଏକ ରୋଡ୍‌ମ୍ୟାପ୍‌...

ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା, ୫ା୧୨(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ମୋହନା ଅବକାରୀ ବିଭାଗ କର୍ମଚାରୀ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସେ...

ରୁଷିକୁଲ୍ୟା ମୁହାଁଣରୁ ୨ ଆନ୍ଧ୍ର ଟ୍ରଲର ଜବତ

ଗଞ୍ଜାମ,୫ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ୍‌ରୁ ଆନ୍ଧ୍ର ପ୍ରଦେଶର ଦୁଇଟି ଟ୍ରଲରକୁ ଶୁକ୍ରବାର ବନ ବିଭାଗ ଜବତ କରି ମତ୍ସ୍ୟ...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri