ବିଧାନସଭା ଅଧିବେଶନ ପୂର୍ବରୁ ବସିବ ବିଜେଡି ବିଧାୟକ ଦଳ ବୈଠକ

ଭୁବନେଶ୍ବର,୨।୭(ବ୍ୟୁରୋ): ଆଜି ବସିବ ବିଜେଡି ବିଧାୟକ ଦଳ ବୈଠକ। ଏହି ବୈଠକରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ଅଧ୍ୟକ୍ଷତା କରିବେ। ବଜେଟ୍‌ ଅଧିବେଶନରେ ବିରୋଧୀଙ୍କୁ ମୁକାବିଲା କରିବା ଲାଗି ରଣନୀତି ପ୍ରସ୍ତୁତ କରିବ ଦଳ।
ଶନିବାରଠାରୁ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେଉଛି । ଏହି ଅଧିବେଶନ ଅଗଷ୍ଟ ୪ ତାରିଖ ଯାଏ ଚାଲିବ। ଚଳିତ ବର୍ଷର ମୌସୁମୀ ଅଧିବେଶନରେ ସମୁଦାୟ ୨୪ଟି କାର୍ଯ୍ୟ ଦିବସ ରହିଛି । ଅଧିବେଶନର ପ୍ରଥମ ଦିନରେ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପିତ ହେବା ସହ ଜୁଲାଇ ୩୦ ତାରିଖରେ ବ୍ୟୟ ମଞ୍ଜୁରୀ ବିଲ ଆଗତ କରିବେ ସରକାର।