ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି: ବାଲେଶ୍ୱରରେ ସ୍ବରୂପ, ତିର୍ତ୍ତୋଲରେ ବିଜୟ ଶଙ୍କର

ଭୁବନେଶ୍ୱର,୧୨ା୧୦(ବ୍ୟୁରୋ): ଆସନ୍ତା ନଭେମ୍ବର ୩ରେ ହେବାକୁ ଥିବା ବାଲେଶ୍ୱର ସଦର ଏବଂ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ସୋମବାର ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ତିର୍ତ୍ତୋଲରେ ବିଧାୟକ ସ୍ବର୍ଗତ ବିଷ୍ଣୁ ଦାସଙ୍କ ପୁୁଅ ବିଜୟ ଶଙ୍କର ଦାସଙ୍କୁ ବିଜେଡି ପ୍ରାର୍ଥୀ କରିଥିବା ବେଳେ ବାଲେଶ୍ୱର ସଦର ପାଇଁ ସ୍ବରୁପ କୁମାର ଦାସଙ୍କୁ ପ୍ରାର୍ଥୀ କରିଛି।
ଭାଜପା ମଧ୍ୟ ରବିବାର ତା’ର ପ୍ରାର୍ଥୀ ଘୋଷଣା କରିସାରିଛି। ବାଲେଶ୍ୱର ସଦର ପାଇଁ ଭାଜପା ନେତା ମଦନମୋହନ ଦତ୍ତଙ୍କ ପୁଅ ମାନସଙ୍କୁ ପ୍ରାର୍ଥୀ କରିଥିବା ବେଳେ ତିର୍ତ୍ତୋଲ ପାଇଁ ରାଜକିଶୋର ବେହେରାଙ୍କୁ ପ୍ରାର୍ଥୀ କରିଛି।

ସୂଚନାଯୋଗ୍ୟ, ବାଲେଶ୍ୱର ସଦର ବିଧାୟକ ମଦନମୋହନ ଦତ୍ତଙ୍କ ବିୟୋଗ ପରେ ଉକ୍ତ ଆସନ ଖାଲି ପଡ଼ିଥିଲା। ସେହିପରି ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିବା ବିଷ୍ଣୁ ଦାସଙ୍କ ବିୟୋଗ ପରେ ସେହି ଆସନ ଖାଲି ପଡ଼ିଥିଲା। ତେବେ ଏହି ଦୁଇଟି ଆସନ ପାଇଁ ଆସନ୍ତା ନଭେମ୍ବର ୩ରେ କୋଭିଡ କଟକଣା ମଧ୍ୟରେ ମତଦାନ ସାବ୍ୟସ୍ତ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଆଇନ ଜାଲରେ ଛାତ୍ରୀଛାତ୍ରଙ୍କ ଭବିଷ୍ୟତ

ଛେଣ୍ଡିପଦା,୩।୪ (ସ୍ବ.ପ୍ର.) ରାଜ୍ୟ ସରକାରଙ୍କ ବିଦ୍ୟାଳୟ ମିଶ୍ରଣ ନିଷ୍ପତ୍ତିକୁ ନେଇ ହୋଇଥିବା ମାମଲା ହାଇକୋର୍ଟରୁ ଯାଇ ସୁପ୍ରିମକୋର୍ଟରେ ଅଟକିଛି। ଏହି କାରଣରୁ ଅନେକ ବିଦ୍ୟାଳୟ ଓ...

ମରାମତି ଓ ପ୍ରଶସ୍ତୀକରଣ ଦାବି କରି ରାସ୍ତାରୋକୋ

ବାଲିଆପାଳ,୩୧।୭(ସ୍ବ.ପ୍ର.): ବାରମ୍ବାର ଦାବି ସତ୍ତ୍ୱେ ରାସ୍ତା ମରାମତି ଓ ପ୍ରଶସ୍ତୀକରଣ ନ ହେବାରୁ ବୁଧବାର ପୂର୍ବାହ୍ନରୁ ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକ ମାନ୍ଧାତା ପଞ୍ଚୁପାଲି ରାସ୍ତାର...

କନ୍ୟା ଭ୍ରୂଣ ହତ୍ୟା ରୋକିବାକୁ ଗୁରୁତ୍ୱ: ପ୍ରସବ ବିବରଣୀ ଦେବେ ଘରୋଇ କ୍ଲିନିକ୍‌

ଅନୁଗୋଳ ଅଫିସ, ୩୧।୮ – ଜିଲାରେ ଚାଲୁଥିବା ଅଲଟ୍ରାସାଉଣ୍ଡ କ୍ଲିନିକ ଓ ନର୍ସିଂହୋମରେ କଡାକଡି ପାଳନ ହେବ ଲିଙ୍ଗ ନିରୂପଣ ନିରୋଧୀ ସମ୍ପର୍କିତ ପିସିଆଣ୍ଡପିଏନ୍‌ଡିଟି ଆଇନ।...

ଜୋର ଜବରଦସ୍ତ ଘର ଭାଙ୍ଗିବା ଘଟଣା : ଅସନ୍ତୋଷ ପ୍ରକାଶ କଲେ କନ୍ଧ ଶତପଥୀ

ଗଞ୍ଜାମ,୨୩।୨(ଡି.ଏନ୍‌.ଏ.): ଗଞ୍ଜାମ ସହର ତ୍ରିବେଣୀ ମଠ ଛକଠାରେ ଦୀର୍ଘ ସତୁରୀ ବର୍ଷରୁ ଊର୍ଦ୍ଧ୍ୱ ହେବ ରହି ଆସୁଥିବା କନ୍ଧ ଶତପଥୀଙ୍କ ଘରକୁ ଗତ ୯ ତାରିଖରେ...

ବିଜେଡି ରାଜ୍ୟ ସଭା ପ୍ରାର୍ଥୀଙ୍କ ସତ୍ୟପାଠ: ସୁଜିତ୍‌ ସମସ୍ତଙ୍କଠାରୁ ଧନୀ

ଭୁବନେଶ୍ୱର,୧୨ା୩(ବ୍ୟୁରୋ): ଚଳିତ ରାଜ୍ୟ ସଭା ପାଇଁ ବୁଧବାର ବିଜେଡିର ୪ ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି। ଏହି ୪ ଜଣ ପ୍ରାର୍ଥତ୍ପତ୍ର ଦାଖଲ ବେଳେ...

ଦାରିଙ୍ଗବାଡ଼ି ବ୍ଲକ ପୂର୍ବତନ ଯନ୍ତ୍ରୀଙ୍କୁ ୩ ବର୍ଷ ଜେଲ

ଫୁଲବାଣୀ ଅଫିସ, ୩୧।୭: ୨୦୧୮ ମସିହାର ଏକ ଲାଞ୍ଚ ମାମଲାର ବିଚାର କରି ଫୁଲବାଣୀ ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍‌ ଶୁଭଦର୍ଶୀ ପଟ୍ଟନାୟକ ଅଭିଯୁକ୍ତ କନିଷ୍ଠ ଯନ୍ତ୍ରୀଙ୍କୁ...

ଟ୍ରକ୍‌ ଧକ୍କାରେ ଚାଲିଗଲା ଗ୍ରାମରକ୍ଷୀଙ୍କ ଜୀବନ

ଦେବଗଡ଼,୨୬।୨(ଡି.ଏନ୍‌.ଏ.): ଦେବଗଡ଼ ଥାନା ବଳମ ଗ୍ରାମ ନିକଟସ୍ଥ ୪୯ ନମ୍ବର ଜାତୀୟ ରାଜପଥରେ ଏକ ମାଲ ବୋଝେଇ ଟ୍ରକ ଧକ୍କାରେ ଜଣେ ଗ୍ରାମରକ୍ଷୀଙ୍କ ମୃତ୍ୟୁ ଘଟିଛି।...

ପିଇଓ ସ୍ମିତାରାଣୀଙ୍କ ମୃତ୍ୟୁ ଘଟଣା: ଅଭିଯୁକ୍ତ ରୂପେଶ ଭଦ୍ରଙ୍କ ଅତିଥିଭବନ ଭଙ୍ଗାଯିବ

ରସୁଲପୁର, ୨୪।୧୦(ଡି.ଏନ୍‌.ଏ.): ଯାଜପୁର ଜିଲା ଧର୍ମଶାଳା ବ୍ଲକ ହରିଦାସପୁର ପଞ୍ଚାୟତ ପିଇଓ(ପଞ୍ଚାୟତ ନିର୍ବାହୀ ଅଧିକାରୀ) ସ୍ମିତାରାଣୀ ବିଶ୍ୱାଳଙ୍କର ଅଭିଯୁକ୍ତ ରୂପେଶ ଭଦ୍ରଙ୍କ ଅତିଥିଭବନରେ ରହସ୍ୟଜନକ ମୃତ୍ୟୁ...

Advertisement
Archives

Model This Week