ନାମାଙ୍କନ ଦାଖଲ କଲେ ବିଜେଡି ପ୍ରାର୍ଥୀ

ଛତ୍ରପୁର,୭।୩(ଡି.ଏନ.ଏ.) – ଗଞ୍ଜାମ ଜିଲା ଛତ୍ରପୁର ଏନ୍‌ଏସିରେ ପୌର ନିର୍ବାଚନ ଲାଗି ପ୍ରାର୍ଥିପତ୍ର ଦାଖଲ ପ୍ରକ୍ର୍ରିୟା ଚାଲିଛି  । ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରାଙ୍କ ନେତୃତ୍ୱରେ ଶନିବାର ଏନ୍‌ଏସି ଅଧ୍ୟକ୍ଷା ଓ କାଉନସିଲର ବିଜେଡି ପ୍ରାର୍ଥିମାନେ ପ୍ରାର୍ଥତ୍ପତ୍ର ଦାଖଲ କରିଛନ୍ତି । ଛତ୍ରପୁର ଏନ୍‌ଏସି ଅଧ୍ୟକ୍ଷା ପଦବୀ ପାଇଁ ବିଜେଡିରୁ ଟି. ଲକ୍ଷ୍ମୀ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ସେହିପରି ଛତ୍ରପୁର ଏନ୍‌ଏସିର ୨ ନମ୍ବର ପାଇଁ ବିଜେଡିରୁ ଅଫତାବ ହୁସେନ, ୩ ନମ୍ବର ମାମା ସେଠୀ, ୫ ନମ୍ବର ଡି.ଇନ୍ଦୁ, ୬ନମ୍ବର ମମତା ପାତ୍ର, ୭ ନମ୍ବର ଏମ୍‌. ୱାଣୀ ସେନାପତି, ୯ ନମ୍ବର ପ୍ରିତିଛନ୍ଦା ସାମଲ, ୧୦ ନମ୍ବର ଏସ୍‌.ଜଗଦୀଶ ରାଓ, ୧୧ ନମ୍ବର ସନ୍ତୋଷୀ ସେଠୀ, ୧୩ ନମ୍ବର ସୁମନ୍ତ କୁମାର ନାହାକ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଅନ୍ୟମାନେ ସୋମବାର ପ୍ରାର୍ଥିପତ୍ର ଦାଖଲ କରିବେ ବୋଲି ବିଧାୟକ ସୂଚନା ଦେଇଛନ୍ତିି ା ଅନ୍ୟମାନଙ୍କ ମଧ୍ୟରେ ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ୍‌. ଧନଞ୍ଜୟ ରେଡ୍ଡୀ, ଟି. ଚନ୍ଦ୍ରଶେଖର ରାଓ, କିଶୋର ଚନ୍ଦ୍ର ସେନାପତି, ଅପରପକ୍ଷରେ ଏନ୍‌ଏସି ବିଜେଡି ସଭାପତି ବି.ରାଜୁବାବୁ ନିଜ ପଦବୀରୁ ପୂର୍ବାହ୍ନରେ ଇସ୍ତଫା ଦେଇଥିଲେ। ତେବେ ସେ ନିଜ ଇସ୍ତଫା ପତ୍ରକୁ ସନ୍ଧ୍ୟାରେ ପ୍ରତ୍ୟାହାର କରି ନେଇଥିବା ଏକ ଖବରଦାତା ସମ୍ମିଳନୀରେ ବିଧାୟକ ସୁବାସ ଚନ୍ଦ୍ର ବେହେରାଙ୍କ ଉପସ୍ଥିିତିରେ ସେ ସୂଚନା ଦେଇଛନ୍ତି ।