ସରିଲା ପକ୍ଷୀଗଣନା, ଗତବର୍ଷ ତୁଳନାରେ କମିଛନ୍ତି

ଚାନ୍ଦବାଲି,୧୧।୧(ଡି.ଏନ୍‌.ଏ.) : ଭଦ୍ରକ ଜିଲା ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ପକ୍ଷୀଗଣନା ଶେଷ ହୋଇଛି। ବିଭିନ୍ନ ଅଞ୍ଚଳରେ ମୋଟ ୧୩,୮,୯୨ଟି ପକ୍ଷୀ ଥିବା ସରକାରୀ ବନ୍ୟ ସଂରକ୍ଷକ ସାଧନା ବେହେରା ସୂଚନା ଦେଇଛନ୍ତି। ଗତବର୍ଷ ତୁଳନାରେ ୧୪୦ ପକ୍ଷୀ କମି ଥିବାର ଜଣାଯାଇଛି। ଚାନ୍ଦବାଲି ରେଞ୍ଜରେ ୧୪୯୦, ଧାମନଗର ୬୪୨୨, ଭଦ୍ରକ ୧୦୦୨, ବାସୁଦେବପୁର ୪୯୭୮ଟି ପକ୍ଷୀକୁ ବିଭିନ୍ନ ଜଳାଶୟ ଏବଂ ଜଙ୍ଗଲରେ ଥିବା ଗଣନା କରାଯାଇଛି। ଚଳିତବର୍ଷ ୩୬ଟି ପ୍ରଜାତିର ପକ୍ଷୀ ଗଣନା କରାଯାଇଛି। ବିଭାଗୀୟ କର୍ମଚାରୀମାନେ ଚଳିତ ମାସ ୩ ତାରିଖରେ ଏହି ଗଣନାରେ ସାମିଲ ହୋଇଥିଲେ।