ପାଓ୍ବାରଟିଲରକୁ ଧକ୍କା ଦେଲା ବାଇକ୍‌

ହିଞ୍ଜିଳିକାଟୁ,୨୪।୧୦(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ସମରଝୋଳ ଛକ ନିକଟରେ ଶନିବାର ବିଳମ୍ବିତ ରାତିରେ ଦୁର୍ଘଟଣା ଘଟିଛି। ରାସ୍ତା ପାଶର୍‌ବରେ ଥିବା ଏକ ପାଓ୍ବାରଟିଲରକୁ ଏକ ବାଇକ ଧକ୍କା ଦେବାରୁ ବାଇକ ଚାଳକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ହିଞ୍ଜିଳି ଥାନା ଦୁର୍ବନ୍ଧ ଗ୍ରାମର ଭିକାରୀ ଚରଣ ସେଠୀ।
ସୂଚନାଯୋଗ୍ୟ, ଶନିବାର ବିଳମ୍ବିତ ରାତିରେ ଭିକାରୀ ବାଇକ (ଓଡି୦୭ଏଏଫ ୮୯୪୪) ଯୋଗେ ସମରଝୋଳ ଛକରୁ ଦୁର୍ବନ୍ଧ ଯାଉଥିବା ବେଳେ ରାସ୍ତା ପାଶର୍‌ବରେ ଥିବା ଏକ ପାଓ୍ବାରଟିଲରକୁ ଧକ୍କା ଦେଇ ଗୁରୁତର ହୋଇଥିଲେ । ଖବର ପାଇ ହିଞ୍ଜିଳି ପୋଲିସ ଘଟଣାସ୍ଥଳରୁ ତାଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା । ସେଠାରେ ଡାକ୍ତର ଭିକାରୀଙ୍କୁ ମୃତ ଘୋଷଣା କରିଥିଲେ ।
ଏ ନେଇ ହିଞ୍ଜିଳି ଥାନାରେ କେସ ନଂ-୫୭୩/୨୧ରେ ଏକ ମାମଲା ରୁଜୁ ହୋଇଛି। ରବିବାର ବ୍ରହ୍ମପୁର ବଡ ଡାକ୍ତରଖାନାରେ ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।