ଆମ୍ବଗଛରେ ପିଟିହେଲା ବାଇକ୍‌: ଚାଲିଗଲା ଦୁଇ ଜୀବନ, ଜଣେ ଗୁରୁତର

ରାଇକିଆ,୧୪ା୧୧(ଡି.ଏନ୍‌.ଏ.): କନ୍ଧମାଳ ଜିଲା ରାଇକିଆ ଥାନା ବାକିଙ୍ଗିଆ ଲେଶୁଡ଼ିମହା ନିକଟରେ ଏକ ବାଇକ୍‌ ଦୁର୍ଘଟଣାରେ ଦୁଇ ଯୁବକଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବାବେଳେ ଜଣେ ଗୁରୁତର ହୋଇଛନ୍ତି। ମୃତ ଯୁବକ ଦ୍ୱୟ ହେଲେ ପାଜିମାହାର କିରଣ ପ୍ରଧାନ, ଦିଗି ପାଙ୍ଗାନାଜୁ ଅଞ୍ଚଳର ଅଭିଷେକ ନାୟକ । ଗୁରୁତର ହୋଇଥିବା ଯୁବକ ଜଣକ ଅମିତ୍‌ ଦିଗଲ। ତାଙ୍କ ଘର ଟିକାବାଲି ଅଞ୍ଚଳରେ। ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ଦ୍ୱାରା ଉଦ୍ଧାର କରାଯାଇ ରାଇକିଆ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଦୁଇଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଜି.ଉଦୟଗିରିରୁ ରାଇକିଆ ବାଇକ୍‌ ଯୋଗେ ଫେରୁଥିବାବେଳେ ନିୟନ୍ତ୍ରଣ ହରାଇ ଏକ ଆମ୍ବଗଛରେ ପିଟି ହୋଇଯାଇଥିଲେ।