ବାଇକ୍‌ ଚୋର ର଼୍ୟାକେଟ ପଡ଼ିଲା ଧରା, ୧୬ ବାଇକ୍‌ ଜବତ; ୫ ଗିରଫ

ଜୟପୁର,୧୮ା୯(ଡି.ଏନ୍‌.ଏ.): କୋରାପୁଟ ଜିଲା ଜୟପୁର ଟାଉନ ଥାନା ପକ୍ଷରୁ ଏକ ବଡ଼ ବାଇକ ଚୋରି ର଼୍ୟାକେଟ ପର୍ଦ୍ଦାଫାଶ ହୋଇଛି। ଏହି ମାମଲାରେ ୫ ଜଣ ଗିରଫ ହୋଇଛନ୍ତି। ସେମାନଙ୍କ ନିକଟରୁ ୧୬ଟି ବାଇକ୍‌ ଜବତ କରାଯାଇଛି। ଏହି ବାଇକ୍‌ଗୁଡ଼ିକ ନବରଙ୍ଗପୁର ଜିଲା ସମେତ ଛତିଶଗଡ଼ ଏବଂ ଆନ୍ଧପ୍ରଦେଶରୁ ଚୋରି ହୋଇଥିଲା।