କେସିଙ୍ଗା,୧୫ା୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧିନସ୍ଥ କାଣ୍ଡେଲ ଗ୍ରାମରେ ଥିବା ମାଝୀ ଗ୍ୟାରେଜ୍ରେ ମାଲିକ ବାଇକ୍ ଖୋଲି ଚେକ୍ କରୁଥିଲେ। ଏହି ସମୟରେ ଶଟ୍ସର୍କିଟ୍ ଯୋଗୁ ନିଆଁ ଲାଗି ବାଇକ୍ ଦୁଇଟି ସମ୍ପୂର୍ଣ୍ଣ ଜଳିପୋଡ଼ି ନଷ୍ଟ ହୋଇଯାଇଛି।
ସୂଚନାଯୋଗ୍ୟ, ମାଝୀ ଗ୍ୟାରେଜର ମାଲିକ ବାଇକ୍ ଖୋଲି ପ୍ରଥମେ ଚେକ୍ କରୁଥିବା ସମୟରେ ହଠାତ ଶଟ୍ସର୍କିଟ୍ ହୋଇ ନିଆଁ ଲାଗି ଯାଇଥିଲା। ନିକଟରେ ଥିବା ଆଉ ଏକ ବାଇକ୍ରେ ମଧ୍ୟ ନିଆଁ ଲାଗି ଯାଇଥିଲ। ଉକ୍ତ ଦୁଇଟି ବାଇକ୍ର ଇନ୍ସ୍ୟୁରାନ୍ସ ମଧ୍ୟ ନ ଥିବାର ଜଣାପଡ଼ିଛି। ଦୁଇଟି ଗାଡ଼ିମାଲିକ ବାଇକ୍ର କ୍ଷତିପୂରଣ ବର୍ତ୍ତମାନ ସୁଦ୍ଧା କରିନାହାନ୍ତି। ଦୁଇଟି ବାଇକ୍ ଜଳି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଗ୍ୟାରେଜରେ ନିଆଁ ଲିଭାଇବା ପାଇଁ କୌଣସି ବ୍ୟବସ୍ଥା ନାହିଁ। ଯାହାଫଳରେ ଦୁଇଟି ବାଇକ୍ ନିଆଁରେ ସମ୍ପୂର୍ଣ୍ଣ ଜଳିଯାଇଛି।


