ଏନ୍‌ପିଏସ୍‌ ଶିକ୍ଷକଙ୍କୁ ଅଣଦେଖା, ତେଜୁଛି ଅସନ୍ତୋଷ

ବରଗଡ,୧୫।୯(ପ୍ରେମାନନ୍ଦ ଖମାରୀ): ନୂତନ ପେନ୍‌ସନଭୁକ୍ତ(ଏନ୍‌ପିଏସ୍‌) ଶିକ୍ଷକଙ୍କ ପ୍ରତି ସରକାର ଅଣଦେଖା ମନୋଭାବ ପୋଷଣ କରୁଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଅସନ୍ତୋଷ ତେଜି ଉଠିଛି। ଏହି କ୍ରମରେ ଶନିବାର ଓଡ଼ିଶା ସରକାରୀ ହାଇସ୍କୁଲ ନୂତନ ପେନ୍‌ସନଭୁକ୍ତ ଶିକ୍ଷକ ସଂଘ, ବରଗଡ଼ ଜିଲା ଶାଖା ପକ୍ଷରୁ ମୁଖ୍ୟମନ୍ତ୍ରୀ, ଗଣଶିକ୍ଷା ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଏବଂ ଗଣଶିକ୍ଷା ସଚିବଙ୍କ ଉଦ୍ଦେଶ୍ୟରେ ବରଗଡ ଜିଲାପାଳ ଆଦିତ୍ୟ ଗୋୟଲ ଏବଂ ଜିଲା ଶିକ୍ଷାଧିକାରୀ ବିଶ୍ୱନାଥ ସାହୁଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି। ୨୦୦୪ରୁ ୨୦୧୪ ପର୍ଯ୍ୟନ୍ତ ସରକାରୀ ହାଇସ୍କୁଲରେ ନିଯୁକ୍ତି ପାଇଥିବା ଶିକ୍ଷକଙ୍କ କ୍ଷେତ୍ରରେ ହୋଇଥିବା ଅସଙ୍ଗତି ଦୂର କରିବା ପାଇଁ ସ୍ମାରକପତ୍ରରେ ଦାବି ହୋଇଛି। ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ, ଜିଲାର ୧୨ବ୍ଲକର ୨୦୦୪ରୁ ୨୦୧୪ ପର୍ଯ୍ୟନ୍ତ ସରକାରୀ ହାଇସ୍କୁଲରେ ନିଯୁକ୍ତି ପାଇଥିବା ଶତାଧିକ ଶିକ୍ଷକ ଜିଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସମବେତ ହୋଇଥିଲେ। ସେଠାରୁ ଏକ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରା ବାହାରି ଜିଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଏବଂ ପରେ ଜିଲାପାଳଙ୍କ କାର୍ଯ୍ୟାଳୟକୁ ଯାଇଥିଲେ। ସେମାନଙ୍କ ଦାବି ସମୂହ ନେଇ ପୃଥକଭାବେ ଜିଲା ଶିକ୍ଷା ଅଧିକାରୀ ଏବଂ ଜିଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରିଥିଲେ। ସ୍ମାରକପତ୍ରରେ ଉଲ୍ଲେଖ ରହିଛି, ଓଡ଼ିଶା ସରକାର ଗତ ୨୦୦୪ରୁ ୨୦୨୨ ପର୍ଯ୍ୟନ୍ତ ସମସ୍ତ ହାଇସ୍କୁଲରେ ଚୁକ୍ତିଭିତ୍ତିକ ଶିକ୍ଷକ ନିଯୁକ୍ତି କରିଥିଲେ।
ସରକାରଙ୍କ ନିୟମାନୁଯାୟୀ, ଯେଉଁ ଶିକ୍ଷକ ୬ବର୍ଷ ନିୟମିତ ଭାବରେ କାମ କରିବେ, ସେ ନିୟମିତ ହେବେ। ତଦନୁଯାୟୀ ୨୦୦୪ରୁ ୨୦୧୪ ମଧ୍ୟରେ ନିଯୁକ୍ତି ପାଇଥିବା ସମସ୍ତ ଶିକ୍ଷକ ୬ବର୍ଷ କାର୍ଯ୍ୟ କଲା ପରେ ନିୟମିତ ହୋଇଥିଲେ। ହେଲେ ତତ୍କାଳୀନ ସରକାର ନଭେମ୍ବର ୨୦୨୨ରେ ଚୁକ୍ତିଭିତ୍ତିକ ରିପିଲ ନିୟମ ଆଣି ୨୦୧୩ ପରଠାରୁ ନିଯୁକ୍ତି ପାଇଥିବା ସମସ୍ତ ଶିକ୍ଷକଙ୍କୁ ଚାକିରିରେ ଯୋଗ କରିବା ଦିନଠାରୁ ନିୟମିତ କରି ସମସ୍ତ ସୁଯୋଗ ଓ ସୁବିଧା ପ୍ରଦାନ କଲେ। କିନ୍ତୁ ବିଡମ୍ବନାର ବିଷୟ ୨୦୦୪ରୁ ୨୦୧୩ ଭିତରେ ନିଯୁକ୍ତି ପାଇଥିବା ଶିକ୍ଷକଙ୍କୁ ଏଥିରୁ ବାଦ୍‌ ଦିଆଗଲା। ଏହାପରେ ସରକାର ୨୦୨୩ରେ ପ୍ରକାଶିତ ଏସ୍‌ଓପି ଯୋଗୁ ୨୦୦୪ରୁ ୨୦୧୦ ପର୍ଯ୍ୟନ୍ତ ନିଯୁକ୍ତି ପାଇଥିବା ଚୁକ୍ତିଭିତ୍ତିକ ଶିକ୍ଷକମାନଙ୍କୁ ସରକାର ଅଣଦେଖା କରି ସରକାରୀ ହାଇସ୍କୁଲରେ କାର୍ଯ୍ୟରତ ଶିକ୍ଷକମାନଙ୍କର ବର୍ଗୀକରଣ ସୃଷ୍ଟି କରିଥିବା ଅଭିଯୋଗ ହୋଇଛି। ୨୦୦୪ରୁ ୨୦୧୪ ପର୍ଯ୍ୟନ୍ତ ନିଯୁକ୍ତି ପାଇଥିବା ଶିକ୍ଷକମାନେ ବାରମ୍ବାର ବିଭାଗୀୟ ସଚିବ, ବିଭାଗୀୟ ମନ୍ତ୍ରୀଙ୍କ ସହ ଆଲୋଚନା କରି ଏହାର ସମାଧାନ ପାଇଁ ଅନୁରୋଧ କରି ଆସୁଥିଲେ ମଧ୍ୟ କିଛି ସୁଫଳ ମିଳି ନ ଥିବା ଅଭିଯୋଗ ହୋଇଛି। ଫଳରେ ସରକାର ଆସନ୍ତା ୨୨ତାରିଖ ପୂର୍ବରୁ ଏନ୍‌ପିଏସ୍‌ ଶିକ୍ଷକଙ୍କ ୬ବର୍ଷ ଠିକା ଚାକିରି ମିଶ୍ରଣ ଓ ୬ଟି ଇନ୍‌କ୍ରିମେଣ୍ଟ ପ୍ରଦାନ ସହିତ ଅନ୍ୟ ଦାବି ସମୂହ ପୂରଣ କରିବାକୁ ସଂଘ ଦାବି କରିଛି। ଏହା ନ ହେଲେ ଆସନ୍ତା ୨୨ ତାରିଖରେ ରାଜ୍ୟ ସଂଘର ଡାକରାରେ ବରଗଡ଼ ଜିଲାରୁ ଶହ ଶହ ଶିକ୍ଷକ ଭୁବନେଶ୍ୱରଠାରେ ହେବାକୁ ଥିବା ରାଜ୍ୟସ୍ତରୀୟ ଆନ୍ଦୋଳନରେ ଯୋଗଦାନ କରି ଶିକ୍ଷକଙ୍କ ପ୍ରତି ହୋଇଥିବା ଅନ୍ୟାୟ ବିରୋଧରେ ଲଢେଇ କରିବେ ବୋଲି ଚେତାବନୀ ଦିଆଯାଇଛି। ଏଠାରେ ଉଲ୍ଲେଖଯୋଗ୍ୟ, ୨୦୦୪ରୁ ୨୦୧୪ ମଧ୍ୟରେ ନିଯୁକ୍ତି ପାଇଥିବା ଅଧିକାଂଶ ଶିକ୍ଷକ ପ୍ରଧାନ ଶିକ୍ଷକ, କାର୍ଯ୍ୟକାରୀ ପ୍ରଧାନ ଶିକ୍ଷକ କିମ୍ବା ବରିଷ୍ଠ ଶିକ୍ଷକଭାବେ ଦାୟିତ୍ୱ ସମ୍ପାଦନ କରିଆସୁଛନ୍ତି, ଏଣୁ ଏହି ଶିକ୍ଷକମାନେ ଆନ୍ଦୋଳନକୁ ଗଲେ ଶିକ୍ଷା ବ୍ୟବସ୍ଥା ପ୍ରଭାବିତ ହେବ। ତେବେ ସେଥିପାଇଁ ଯାହା ପରିସ୍ଥିତି ସୃଷ୍ଟି ହେବ, ସରକାର ଦାୟୀ ରହିବେ ବୋଲି ସଂଘ ଚେତାବନୀ ଦେଇଛି। ସଂଘର ସଭାପତି ଆଦିତ୍ୟ କୁମାର ମାଝୀ ଏବଂ ଉପଦେଷ୍ଟା ଜୟ ପ୍ରକାଶ ସାହୁଙ୍କ ନେତୃତ୍ୱରେ ସଂଘର ଉପଦେଷ୍ଟା ଭବାନୀ ଶଙ୍କର ଗଡତିଆ, ଅଶୋକ କୁମାର ଭୋଇ, ମହେନ୍ଦ୍ର ମହାରଣା, ଧୀରୋଜ ପଟ୍ଟନାୟକ, ପ୍ରିୟବ୍ରତ ସାହୁ, ଅନିଲ ସାବତ, ବୀରେନ୍ଦ୍ର ନାଗ, ମନୋଜ ବଢାଇ, ସୁଶାନ୍ତ ମଙ୍ଗୁଆଲ, ସଞ୍ଜୟ ସାହୁଙ୍କ ସମେତ ଶହ ଶହ ଶିକ୍ଷୟିତ୍ରୀ, ଶିକ୍ଷକ ଏଥିରେ ଯୋଗଦାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?