ଏନ୍‌ପିଏସ୍‌ ଶିକ୍ଷକଙ୍କୁ ଅଣଦେଖା, ତେଜୁଛି ଅସନ୍ତୋଷ

ବରଗଡ,୧୫।୯(ପ୍ରେମାନନ୍ଦ ଖମାରୀ): ନୂତନ ପେନ୍‌ସନଭୁକ୍ତ(ଏନ୍‌ପିଏସ୍‌) ଶିକ୍ଷକଙ୍କ ପ୍ରତି ସରକାର ଅଣଦେଖା ମନୋଭାବ ପୋଷଣ କରୁଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଅସନ୍ତୋଷ ତେଜି ଉଠିଛି। ଏହି କ୍ରମରେ ଶନିବାର ଓଡ଼ିଶା ସରକାରୀ ହାଇସ୍କୁଲ ନୂତନ ପେନ୍‌ସନଭୁକ୍ତ ଶିକ୍ଷକ ସଂଘ, ବରଗଡ଼ ଜିଲା ଶାଖା ପକ୍ଷରୁ ମୁଖ୍ୟମନ୍ତ୍ରୀ, ଗଣଶିକ୍ଷା ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଏବଂ ଗଣଶିକ୍ଷା ସଚିବଙ୍କ ଉଦ୍ଦେଶ୍ୟରେ ବରଗଡ ଜିଲାପାଳ ଆଦିତ୍ୟ ଗୋୟଲ ଏବଂ ଜିଲା ଶିକ୍ଷାଧିକାରୀ ବିଶ୍ୱନାଥ ସାହୁଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି। ୨୦୦୪ରୁ ୨୦୧୪ ପର୍ଯ୍ୟନ୍ତ ସରକାରୀ ହାଇସ୍କୁଲରେ ନିଯୁକ୍ତି ପାଇଥିବା ଶିକ୍ଷକଙ୍କ କ୍ଷେତ୍ରରେ ହୋଇଥିବା ଅସଙ୍ଗତି ଦୂର କରିବା ପାଇଁ ସ୍ମାରକପତ୍ରରେ ଦାବି ହୋଇଛି। ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ, ଜିଲାର ୧୨ବ୍ଲକର ୨୦୦୪ରୁ ୨୦୧୪ ପର୍ଯ୍ୟନ୍ତ ସରକାରୀ ହାଇସ୍କୁଲରେ ନିଯୁକ୍ତି ପାଇଥିବା ଶତାଧିକ ଶିକ୍ଷକ ଜିଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସମବେତ ହୋଇଥିଲେ। ସେଠାରୁ ଏକ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରା ବାହାରି ଜିଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଏବଂ ପରେ ଜିଲାପାଳଙ୍କ କାର୍ଯ୍ୟାଳୟକୁ ଯାଇଥିଲେ। ସେମାନଙ୍କ ଦାବି ସମୂହ ନେଇ ପୃଥକଭାବେ ଜିଲା ଶିକ୍ଷା ଅଧିକାରୀ ଏବଂ ଜିଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରିଥିଲେ। ସ୍ମାରକପତ୍ରରେ ଉଲ୍ଲେଖ ରହିଛି, ଓଡ଼ିଶା ସରକାର ଗତ ୨୦୦୪ରୁ ୨୦୨୨ ପର୍ଯ୍ୟନ୍ତ ସମସ୍ତ ହାଇସ୍କୁଲରେ ଚୁକ୍ତିଭିତ୍ତିକ ଶିକ୍ଷକ ନିଯୁକ୍ତି କରିଥିଲେ।
ସରକାରଙ୍କ ନିୟମାନୁଯାୟୀ, ଯେଉଁ ଶିକ୍ଷକ ୬ବର୍ଷ ନିୟମିତ ଭାବରେ କାମ କରିବେ, ସେ ନିୟମିତ ହେବେ। ତଦନୁଯାୟୀ ୨୦୦୪ରୁ ୨୦୧୪ ମଧ୍ୟରେ ନିଯୁକ୍ତି ପାଇଥିବା ସମସ୍ତ ଶିକ୍ଷକ ୬ବର୍ଷ କାର୍ଯ୍ୟ କଲା ପରେ ନିୟମିତ ହୋଇଥିଲେ। ହେଲେ ତତ୍କାଳୀନ ସରକାର ନଭେମ୍ବର ୨୦୨୨ରେ ଚୁକ୍ତିଭିତ୍ତିକ ରିପିଲ ନିୟମ ଆଣି ୨୦୧୩ ପରଠାରୁ ନିଯୁକ୍ତି ପାଇଥିବା ସମସ୍ତ ଶିକ୍ଷକଙ୍କୁ ଚାକିରିରେ ଯୋଗ କରିବା ଦିନଠାରୁ ନିୟମିତ କରି ସମସ୍ତ ସୁଯୋଗ ଓ ସୁବିଧା ପ୍ରଦାନ କଲେ। କିନ୍ତୁ ବିଡମ୍ବନାର ବିଷୟ ୨୦୦୪ରୁ ୨୦୧୩ ଭିତରେ ନିଯୁକ୍ତି ପାଇଥିବା ଶିକ୍ଷକଙ୍କୁ ଏଥିରୁ ବାଦ୍‌ ଦିଆଗଲା। ଏହାପରେ ସରକାର ୨୦୨୩ରେ ପ୍ରକାଶିତ ଏସ୍‌ଓପି ଯୋଗୁ ୨୦୦୪ରୁ ୨୦୧୦ ପର୍ଯ୍ୟନ୍ତ ନିଯୁକ୍ତି ପାଇଥିବା ଚୁକ୍ତିଭିତ୍ତିକ ଶିକ୍ଷକମାନଙ୍କୁ ସରକାର ଅଣଦେଖା କରି ସରକାରୀ ହାଇସ୍କୁଲରେ କାର୍ଯ୍ୟରତ ଶିକ୍ଷକମାନଙ୍କର ବର୍ଗୀକରଣ ସୃଷ୍ଟି କରିଥିବା ଅଭିଯୋଗ ହୋଇଛି। ୨୦୦୪ରୁ ୨୦୧୪ ପର୍ଯ୍ୟନ୍ତ ନିଯୁକ୍ତି ପାଇଥିବା ଶିକ୍ଷକମାନେ ବାରମ୍ବାର ବିଭାଗୀୟ ସଚିବ, ବିଭାଗୀୟ ମନ୍ତ୍ରୀଙ୍କ ସହ ଆଲୋଚନା କରି ଏହାର ସମାଧାନ ପାଇଁ ଅନୁରୋଧ କରି ଆସୁଥିଲେ ମଧ୍ୟ କିଛି ସୁଫଳ ମିଳି ନ ଥିବା ଅଭିଯୋଗ ହୋଇଛି। ଫଳରେ ସରକାର ଆସନ୍ତା ୨୨ତାରିଖ ପୂର୍ବରୁ ଏନ୍‌ପିଏସ୍‌ ଶିକ୍ଷକଙ୍କ ୬ବର୍ଷ ଠିକା ଚାକିରି ମିଶ୍ରଣ ଓ ୬ଟି ଇନ୍‌କ୍ରିମେଣ୍ଟ ପ୍ରଦାନ ସହିତ ଅନ୍ୟ ଦାବି ସମୂହ ପୂରଣ କରିବାକୁ ସଂଘ ଦାବି କରିଛି। ଏହା ନ ହେଲେ ଆସନ୍ତା ୨୨ ତାରିଖରେ ରାଜ୍ୟ ସଂଘର ଡାକରାରେ ବରଗଡ଼ ଜିଲାରୁ ଶହ ଶହ ଶିକ୍ଷକ ଭୁବନେଶ୍ୱରଠାରେ ହେବାକୁ ଥିବା ରାଜ୍ୟସ୍ତରୀୟ ଆନ୍ଦୋଳନରେ ଯୋଗଦାନ କରି ଶିକ୍ଷକଙ୍କ ପ୍ରତି ହୋଇଥିବା ଅନ୍ୟାୟ ବିରୋଧରେ ଲଢେଇ କରିବେ ବୋଲି ଚେତାବନୀ ଦିଆଯାଇଛି। ଏଠାରେ ଉଲ୍ଲେଖଯୋଗ୍ୟ, ୨୦୦୪ରୁ ୨୦୧୪ ମଧ୍ୟରେ ନିଯୁକ୍ତି ପାଇଥିବା ଅଧିକାଂଶ ଶିକ୍ଷକ ପ୍ରଧାନ ଶିକ୍ଷକ, କାର୍ଯ୍ୟକାରୀ ପ୍ରଧାନ ଶିକ୍ଷକ କିମ୍ବା ବରିଷ୍ଠ ଶିକ୍ଷକଭାବେ ଦାୟିତ୍ୱ ସମ୍ପାଦନ କରିଆସୁଛନ୍ତି, ଏଣୁ ଏହି ଶିକ୍ଷକମାନେ ଆନ୍ଦୋଳନକୁ ଗଲେ ଶିକ୍ଷା ବ୍ୟବସ୍ଥା ପ୍ରଭାବିତ ହେବ। ତେବେ ସେଥିପାଇଁ ଯାହା ପରିସ୍ଥିତି ସୃଷ୍ଟି ହେବ, ସରକାର ଦାୟୀ ରହିବେ ବୋଲି ସଂଘ ଚେତାବନୀ ଦେଇଛି। ସଂଘର ସଭାପତି ଆଦିତ୍ୟ କୁମାର ମାଝୀ ଏବଂ ଉପଦେଷ୍ଟା ଜୟ ପ୍ରକାଶ ସାହୁଙ୍କ ନେତୃତ୍ୱରେ ସଂଘର ଉପଦେଷ୍ଟା ଭବାନୀ ଶଙ୍କର ଗଡତିଆ, ଅଶୋକ କୁମାର ଭୋଇ, ମହେନ୍ଦ୍ର ମହାରଣା, ଧୀରୋଜ ପଟ୍ଟନାୟକ, ପ୍ରିୟବ୍ରତ ସାହୁ, ଅନିଲ ସାବତ, ବୀରେନ୍ଦ୍ର ନାଗ, ମନୋଜ ବଢାଇ, ସୁଶାନ୍ତ ମଙ୍ଗୁଆଲ, ସଞ୍ଜୟ ସାହୁଙ୍କ ସମେତ ଶହ ଶହ ଶିକ୍ଷୟିତ୍ରୀ, ଶିକ୍ଷକ ଏଥିରେ ଯୋଗଦାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଭାରତ-ପାକିସ୍ତାନ ମ୍ୟାଚ: କିଏ ଜିତିବ ବାଜି

ଦୁବାଇ, ୫।୯ (ପି.ଟି.):ଚଳିତ ଏସିଆ କପ୍‌ ମହିଳା କ୍ରିକେଟରେ ପ୍ରତୀକ୍ଷିତ ଭାରତ-ପାକିସ୍ତାନ ମ୍ୟାଚ ଶନିବାର ଅନୁଷ୍ଠିତ ହେବ। ପ୍ରଥମ ଦୁଇ ମ୍ୟାଚରେ ବିଜୟୀ ହୋଇ ସେମିଫାଇନାଲରେ ପ୍ରବେଶ…

ହଠାତ୍‌ ମୋଚିରାମଙ୍କୁ କାମୁଡ଼ିଲା ସାପ: ତା’ପରେ ଏମିତି କାମ କଲେ ଡାକ୍ତର ଆଶ୍ଚର୍ଯ୍ୟ

ଉଦଳା,୫।୯(ସନ୍ତୋଷ ବାଛିନୀ): ଅଚାନକ କାମୁଡିଲା ସାପ, ଆଉ ସାପକୁ ମାରି ତାକୁ ଧରି ମେଡିକାଲରେ ପହଁଚିଲେ ଯୁବକ। ଏଭଳି ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲା ଉଦଳା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇବେ ମୀନାକ୍ଷୀରାଣୀ: ଛୁଟୁଛି ଶୁଭେଚ୍ଛାର ସୁଅ

ଲୋଇସିଂହା,୫।୯(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ହରେକୃଷ୍ଣ ମହତାବ ହାଇସ୍କୁଲର କଳା ଶିକ୍ଷୟିତ୍ରୀ ତଥା ଗାଳ୍ପିକା ମୀନାକ୍ଷୀରାଣୀ ମିଶ୍ର ଜିଲାର ଏକମାତ୍ର ଶିକ୍ଷୟିତ୍ରୀ ଭାବେ ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା…

କେରଳରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ରକ୍‌କୁ ପିଟିଲା କାର୍‌; ୮ ଛାତ୍ରଙ୍କ ମୃତ୍ୟୁ

ତ୍ରିଶୂର ,୫।୯: କେରଳର ତ୍ରିଶୂର ଜିଲାରେ ଶୁକ୍ରବାର ବିଳମ୍ବିତ ରାତିରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା। ଏକ ଟ୍ରକ୍‌କୁ କାର୍‌ ଧକ୍କା ଦେବା ଫଳରେ କାର୍‌ରେ ଥିବା…

‘ମୋ ପତ୍ନୀ ମଧ୍ୟ…’, ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏମିତି କାହିଁକି କହିଲେ ପୂର୍ବତନ ଭାରତୀୟ କ୍ରିକେଟର, ବଢିଲା ଚର୍ଚ୍ଚା

ନୂଆଦିଲ୍ଲୀ,୫।୯: ମାତ୍ର ୧୫ ବର୍ଷ ବୟସରେ କ୍ରିକେଟ ଜଗତରେ ନିଜର ଗଭୀର ଛାପ ଛାଡ଼ିଛନ୍ତି ବୈଭବ ସୂର୍ଯ୍ୟବଂଶୀ। ଏହି ଯୁବ କ୍ରିକେଟରଙ୍କ ପ୍ରତିଭାକୁ ନେଇ ଏବେ ପୂର୍ବତନ…

ମୋଦିଙ୍କ ପାଇଁ ଚକୋଲେଟ୍‌ର ‘ଇଣ୍ଡିଆ ଗେଟ୍‌’ ଆଣିଥିଲେ ବେଲଜିୟମ ପ୍ରଧାନମନ୍ତ୍ରୀ, ଭାରତରେ ପହଞ୍ଚିବା ପରେ ଘଟିଲା ଏମିତି କିଛି!

ନୂଆଦିଲ୍ଲୀ,୫।୯: ଭାରତ ଗସ୍ତରେ ଆସିଥିବା ବେଲଜିୟମ ପ୍ରଧାନମନ୍ତ୍ରୀ ବାର୍ଟ ଡି ୱେଭର୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ଆଣିଥିଲେ ଏକ ଅତ୍ୟନ୍ତ ନିଆରା ଉପହାର। ଭାରତର ପ୍ରସିଦ୍ଧ…

ମନ୍ଦିର ବୁଲାଣିରେ ଅଘଟଣ, ବାଇକ୍‌କୁ ଧକ୍କା ଦେଲା ବାଇକ୍‌: ଆଉ ତା’ପରେ…

ବରଗଡ଼,୫ା୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଭଟ୍‌ଲି ଥାନା ଅନ୍ତର୍ଗତ ମେଣ୍ଢାପାଲି ବନଦୁର୍ଗା ମନ୍ଦିର ନିକଟସ୍ଥ ବୁଲାଣିରେ ଏକ ପିକ୍‌ଅପ ଭ୍ୟାନ (ନଂ-ଓଡି ୧୫ଏଡି ୭୮୯୨) ଅନ୍ୟ ଏକ ବାଇକକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri