ବସ୍‌କୁ ଅପେକ୍ଷା କରିଥିଲେ ମହିଳା, ଗୋଡ଼ ଉପରେ ଚଢ଼ିଗଲା ବାଇକ୍‌

ଥୁଆମୂଳ ରାମପୁର,୧ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ସଦର ମହକୁମାସ୍ଥିତ ଜେଏମଏଫ ସି କୋର୍ଟ ନିକଟରେ ମଧ୍ୟାହ୍ନରେ ଏକ ବାଇକ ଦୁର୍ଘଟଣା ଘଟଛି। ଏଥିରେ ଜଣେ ମହିଳା ଗୁରୁତର ହୋଇଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ, ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ ଗୋପାଳପୁରପଞ୍ଚାୟତସ୍ଥିତ ସୁଣ୍ଡିଯୁବା ଗ୍ରାମର ଯମୁନା ମାଝୀ(୬୦) ଥୁଆମୂଳ ରାମପୁର ସଦରସ୍ଥିତ ଭାଟିପଡ଼ା (ସମାଗୁଡ଼ା) ରେ ଥିବା ତାଙ୍କ ଭଣଜା ଘରକୁ ଯାଇ ନିଜ ଗାଁକୁ ଲକ୍ଷ୍ମୀ ବସ୍‌ରେ ଯିବା ପାଇଁ ଭାଟିପଡ଼ା ପଟୁ ଜେଏମ୍‌ଏଫ୍‌ସି କୋର୍ଟ ଦେଇ କୌଣସି ସାମଗ୍ରୀ କିଣିବାକୁ ଏକ ଗ୍ରୋସରି ଦୋକାନକୁ ଯାଉଥିବା ବେଳେ ଗୁଣୁପୁରଠାରୁ ଗୋପୀନାଥପୁରର ମୁଖ୍ୟ ରାସ୍ତାର ସଂପ୍ରସାରଣ ବା ଉନ୍ନତିକରଣ କରୁଥିବା ପେଟି ଠିକାସଂସ୍ଥାର କର୍ମଚାରୀଙ୍କ OD26D5140 ନମ୍ବର ବିଶିଷ୍ଟ ଗାଡ଼ି ଉକ୍ତ ଯମୁନାଙ୍କୁ ଧକ୍କା ଦେଇ ତାଙ୍କ ଡାହାଣ ଗୋଡ଼ରେ ମାଡ଼ି ଯାଇଥିଲା। ଫଳରେ ତାଙ୍କ ଡ଼ାହାଣ ଗୋଡ଼ ଭାଙ୍ଗି ଯାଇଛି। ପାଖରେ ଥିବା କିଛି ଯୁବକ ସାଙ୍ଗେ ସଙ୍ଗ ଉକ୍ତ ମହିଳାଙ୍କୁ ଏକ ଅଟୋ ଯୋଗେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇ ଭର୍ତ୍ତି କରିଥିଲେ। ପରେ ଡାକ୍ତର ପି.କେ ସାହୁ ପ୍ରାଥମିକ ଚିକିତ୍ସା କରି ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ। ବର୍ତ୍ତମାନ ବିଧବା ମହିଳାଙ୍କ କେହି ନାହିଁ, ତାଙ୍କ ଦୁଇ ପୁଅ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଥିବା ବେଳେ ତାଙ୍କ ସ୍ବାମୀଙ୍କର ମୃତ୍ୟୁ ଘଟିସାରିଛି। ଏଣୁ ଉକ୍ତ ଠିକ ସଂସ୍ଥାର ଦୁର୍ଘଟଣାକାରୀ ତାଙ୍କୁ ଉତ୍ତମ ଚିକିତ୍ସା ଯୋଗାଇବା ସହ କ୍ଷୟକ୍ଷତି ପ୍ରଦାନ କରିବାକୁ ସମ୍ପର୍କୀୟ ପରିବାର ଲୋକେ ଦାବି କରିଛନ୍ତି।

ପ୍ରକାଶ ଯୋଗ୍ୟ, ଉକ୍ତ ଠିକା ସଂସ୍ଥାର ସହ ସହ ଭାରୀଯାନ ପ୍ରତିଦିନ ଯିବା ଆସିବା କରୁଛି। ହେଲେ ମାର୍କେଟ ଅଞ୍ଚଳରେ ସଠିକ୍‌ ଭାବରେ ପାଣି ସିଞ୍ଚନ କରୁନ ଥିବା ଫଳରେ ଧୂଳିଧୂଆଁରେ ପଥଚାରୀ କିମ୍ବା ଗାଡ଼ି ଚାଳକ ସଠିକ୍‌ ଭାବରେ ରାସ୍ତା ଦେଖି ପାରୁନାହାନ୍ତି। ଏଣୁ ଏଭଳି ଦୁର୍ଘଟଣା ହେଉଛି ବୋଲି ବୁଦ୍ଧିଜୀବୀଙ୍କ ମହଲରେ ଆଲୋଚନା ହେଉଛି। ଏପରିକି ଉକ୍ତ ବାଇକ୍‌ ଚାଳକ ମଦ୍ୟପାନ କରି ବେପରୁଆ ଭାବେ ଗାଡ଼ି ଚାଲୁଥିଲେ ବୋଲି ଯାହା ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡେଲାଙ୍ଗରେ ଭୟଙ୍କର ବୋମା ବିସ୍ଫୋରଣ: ହାତ ପାପୁଲି ଛିଣ୍ଡି…

ପିପିଲି,୧୭।୩: ପୁରୀ ଜିଲା ଡେଲାଙ୍ଗ ଥାନା ଅଧୀନ ଏକ ଜଙ୍ଗଲରେ ମଙ୍ଗଳବାର ଅଘଟଣ ଘଟିଛି। ବୋମା ଭିଡୁଥିବା ବେଳେ ବିସ୍ଫୋରଣ ଘଟି ଜଣେ ଯୁବକ ଗୁରୁତର ଆହତ…

କ୍ଷୁଦ୍ର ବ୍ୟବସାୟୀଙ୍କୁ ଥଇଥାନ କରାଯାଉ: ଜିଲାପାଳଙ୍କୁ ଦାବିପତ୍ର

ଛତ୍ରପୁର,୧୭।୩(ଦିଲ୍ଲୀପ ସାମଲ): ବ୍ରହ୍ମପୁର ନୂତନ ବସଷ୍ଟାଣ୍ଡର କ୍ଷୁଦ୍ର ବ୍ୟବସାୟୀ ମାଙ୍ଗଳିକ ସଂଘ ଥଇଥାନ ନିମନ୍ତେ ଜିଲାପାଳଙ୍କୁ ସାକ୍ଷାତ କରି ଦାବିପତ୍ର ପ୍ରଦାନ କରିଛନ୍ତି। ସୂଚନା ଥାଉକି, ଦୀର୍ଘ…

ଭାରତରେ ୨ଟା ପହଞ୍ଚିବା ପରେ ହରମୁଜରେ ଫସିଲା ୧୯ ଜାହାଜ, LPG ଜାହାଜକୁ ଘେରିଗଲେ…

ନୂଆଦିଲ୍‌ଲୀ,୧୭।୩: ଚାଲିଥିବା ବିବାଦ ମଧ୍ୟରେ, ଇରାନ ହରମୁଜରେ ଜାହାଜ ଚଳାଚଳ ରାସ୍ତା ଅବରୋଧ କରିଛି। ଆମେରିକା ସମେତ ବିଶ୍ୱର ବିଭିନ୍ନ ରାଷ୍ଟ୍ରର ଜାହାଜଗୁଡ଼ିକ ହରମୁଜରେ ଫସି ରହିଥିବା…

ରୁଷିକୂଲ୍ୟାରେ ବୁଡ ପକାଇଲେ ହଜାର ହଜାର ଭକ୍ତ: ପିତୃପୁରୁଷଙ୍କୁ ପିଣ୍ଡ ଦାନ

ପୁରୁଷୋତ୍ତମପୁର,୧୭।୩(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ କିମ୍ବଦନ୍ତୀପୂର୍ଣ୍ଣ ପ୍ରତାପୁର ଗ୍ରାମ ଋଷିକୁଲ୍ୟା ନଦୀ ଉତ୍ତରବାଙ୍କ ତୁମ୍ବେଶ୍ବର ଘାଟରେ ମହାବାରୁଣୀ ସ୍ନାନ ଅବସରରେ ମଙ୍ଗଳବାର ହଜାର…

ଯୁଦ୍ଧ ଭିତରେ ଚାଇନା ପାଇଁ ବଡ଼ ଘୋଷଣା କଲା ଭାରତ, ବିଶ୍ୱରେ ଚହଳ!

ନୂଆଦିଲ୍ଲୀ,୧୭।୩: ମଧ୍ୟପ୍ରାଚ୍ୟରେ ବର୍ତ୍ତମାନ ଗୁରୁତ୍ୱପୂର୍ଣ୍ଣ ଉତ୍ତେଜନା ଜାରି ରହିଛି। ଆମେରିକା ଏବଂ ଇସ୍ରାଏଲ ଇରାନ ବିରୁଦ୍ଧରେ ନିରନ୍ତର ଆକ୍ରମଣ କରୁଛନ୍ତି, ଯେତେବେଳେ ଇରାନ ସେନା ଡ୍ରୋନ ଆକ୍ରମଣ…

ଏକୁଟିଆ ପଡ଼ିଗଲେ ଟ୍ରମ୍ପ: ସାହାଯ୍ୟ କରିବାକୁ ସିଧା ସିଧା ମନା କରିଦେଲେ ଏସବୁ ଦେଶ

ଓ୍ବାଶିଂଟନ୍‌,୧୭।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ସେ କହିଛନ୍ତି, ଇରାନ ସହିତ ଚାଲିଥିବା ସଂଘର୍ଷ ମଧ୍ୟରେ ହର୍ମୁଜ ଷ୍ଟ୍ରେଟ୍‌କୁ ସୁରକ୍ଷିତ…

ଦୁଇ ଭାଇଙ୍କ ଝଗଡ଼ାରୁ ବଳି ପଡିଲେ ଶାଶୁ, ସାନଭାଇର କାଠ ଫାଳିଆ ମାଡ଼ରେ…

ବ୍ରହ୍ମଗିରି,୧୭।୩(ସ୍ୱାଧୀନ ଚମ୍ପତିରାୟ): ପୁରୀ ଜିଲା ଆରଖକୁଦ ମେରାନି ଥାନା ଅନ୍ତର୍ଗତ ପାଣ୍ଡାପୋଖରୀ ଗ୍ରାମରେ ଲୋମଟାଙ୍କୁରା ହତ୍ୟାକାଣ୍ଡ ହୋଇଛି । ସାନ ଭାଇର ଠେଙ୍ଗା ମାଡ଼ରେ ବଡ଼ ଭାଇର…

ସ୍ତ୍ରୀଙ୍କୁ ତଣ୍ଟି ଚିପି ମାରିବାକୁ ହତ୍ୟା ଉଦ୍ୟମ, ସ୍ବାମୀଙ୍କୁ ବାନ୍ଧି କୋର୍ଟଚାଲାଣ କଲା ପୋଲିସ

ଦିଗପହଣ୍ଡି,୧୭ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କରପଡ଼ା ଗ୍ରାମର ବୁଡୁ ବେହେରା ତାଙ୍କ ସ୍ତ୍ରୀ ସୁଶୀଳା ବେହେରାଙ୍କୁ ତଣ୍ଟି ଚିପି ହତ୍ୟା ଉଦ୍ୟମ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri