Posted inଭଦ୍ରକ

ମାଛ ଜାଲରେ ପଡ଼ିଲା ବାଇକ୍‌

ଭଦ୍ରକ ଅଫିସ, ୧୦।୪-ମାଛ ଧରିବା ବେଳେ ଜାଲ ଉଠିଲାନି। ବଡ଼ ମାଛ ପଡ଼ିଥିବା ଭାବି ମତ୍ସ୍ୟଜୀବୀମାନେ ମିଶି ଜାଲ ଉଠାଇଲା ବେଳକୁ ସେଥିରେ ଏକ ବାଇକ୍‌ ପଡ଼ିଥିଲା। ଭଦ୍ରକ ଜିଲା ଧାମନଗର ବ୍ଲକ କାଞ୍ଜିଆପାଳ ଗ୍ରାମରେ ଶୁକ୍ରବାର ସକାଳେ ଏଭଳି ଘଟଣା ଦେଖିବାକୁ ମିଳିଛି।
ସୂଚନା ଅନୁଯାୟୀ, କାଞ୍ଜିଆପାଳ ଗଁାର ଆମ୍ବନାଳ ନିକଟରେ ମତ୍ସ୍ୟଜୀବୀ ମାଛ ଧରୁଥିଲେ। ଜଣେ ମତ୍ସ୍ୟଜୀବୀଙ୍କ ଜାଲ ଭାରି ଲାଗିଥିଲା। ତାଙ୍କ ଜାଲରେ ବଡ଼ ମାଛ ପଡ଼ିଥିବା ଭାବି ସେ ସ୍ଥାନୀୟ ଯୁବକମାନଙ୍କୁ ଡାକିଥିଲେ। ଯୁବକମାନେ ପହଞ୍ଚି ଜାଲ ଟାଣିବାରୁ ସେଥିରେ ଏକ ବାଇକ୍‌ ଲାଗିଥିବା ଦେଖିଥିଲେ। କିନ୍ତୁ ବାଇକ୍‌ଟି କାହାର ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ। ହୁଏ ତ କୌଣସି ଅପରାଧ ପରେ କିମ୍ବା ଚୋରା ବାଇକ୍‌କୁ ଲୁଚାଇବା ପାଇଁ କେହି ଦୁର୍ବୃତ୍ତ ନଦୀକୁ ପିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି। ତେବେ ଏ ସମ୍ପର୍କରେ ଖବର ପାଇ ଧାମନଗର ଥାନା ପୋଲିସ ଘଟଣାର ତଦନ୍ତ ଚଳାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଫରେଷ୍ଟ ଗାଡ଼ି-ବୋଲେରୋ ମଧ୍ୟରେ ମୁହାଁମୁହିଁ ଧକ୍କା, ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଧାମନଗର ରେଞ୍ଜର

ଧାମନଗର, ୩୦।୬ (ସନ୍ତୋଷ କୁମାର ମହାପାତ୍ର): ଭଦ୍ରକ ଜିଲା ଧାମନଗର ଅଞ୍ଚଳରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଯାଇଛି। ଧାମନଗର ଥାନା ଅଧୀନ ୧୬ ନମ୍ବର ଜାତୀୟ…

ଛାତ୍ରୀକୁ ପେଟ୍ରୋଲ ଢାଳି ପୋଡିବାକୁ ଉଦ୍ୟମ କରୁଥିଲେ ଯୁବକ, ହଠାତ୍…

ଧୂଷୁରୀ/ଅସୁରାଳି,୩୦।୬( ଦୀପ୍ତି ରଞ୍ଜନ ନାୟକ/ସନ୍ତୋଷ ସାହୁ ) : ଧୂଷୁରୀ ଥାନା ଅଧୀନ ଫତେପୁର ପଞ୍ଚାୟତର ଫତେପୁର ଗ୍ରାମର ଜଣେ ୩୩ ବର୍ଷୀୟ ଯୁବକ ନିକଟସ୍ଥ ଗାଁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri