ଦେଶର ସବୁଠାରୁ ବଡ ଭୋଟର ପରିବାର, ୧୦-୨୦ ନୁହେଁ ଗୋଟିଏ ପରିବାରରେ ଭୋଟରଙ୍କ ସଂଖ୍ୟା ଶହେରେ

ଗୁଆହାଟି,୧୫।୪: ଲୋକ ସଭା ନିର୍ବାଚନ ୨୦୨୪ରେ ପ୍ରଥମ ପର୍ଯ୍ୟାୟ ଭୋଟ ପାଇଁ ଆଉ କିଛି ଦିନ ବାକି ଅଛି। ଏହି ସମୟରେ ଆସାମରେ ଏକ ପରିବାର ଦେଖିବାକୁ ମିଳିଛି ଯେଉଁଠାରେ ୩୫୦ ଭୋଟର ଅଛନ୍ତି। ଏହି ପରିବାର ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବା ଲାଗି ସବୁଠାରୁ ବଡ ପରିବାର ମଧ୍ୟରୁ ଅନ୍ୟତମ। ଏଥର ଆସାମର ସୋନୀତପୁର ଜିଲାର ସ୍ବର୍ଗତ ରନ ବାହାଦୂର ଥାପାଙ୍କ ପରିବାର ଏପ୍ରିଲ ୧୯ରେ ଲୋକ ସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ଭୋଟ ଦେବେ।

ରନ ବାହାଦୂର ଥାପାଙ୍କର ୧୨ ପୁଅ ଏବଂ ୯ ଝିଅ ଅଛନ୍ତି । ନ୍ୟୁଜ ଏଜେନ୍ସି ଏଏନଆଇ ଅନୁଯାୟୀ ତାଙ୍କର ପାଞ୍ଚ ଜଣ ପତ୍ନୀ ଥିଲେ। ମୋଟ ଉପରେ, ପ୍ରାୟ ୧୨୦୦ ସଦସ୍ୟଙ୍କ ଏହି ପରିବାରରେ, ପ୍ରାୟ ୩୫୦ ସଦସ୍ୟଙ୍କୁ ଆଗାମୀ ଲୋକ ସଭା ନିର୍ବାଚନରେ ସେମାନଙ୍କ ମତଦାନ ସାବ୍ୟସ୍ତ କରିବାକୁ ପଡିବ।

ଖବର ଅନୁଯାୟୀ, ରନ ବାହାଦୂରଙ୍କ ୧୫୦ ରୁ ଅଧିକ ନାତି ଅଛନ୍ତି। ନେପାଳୀ ପଦ୍ମ ଗାଁର ମୁଖ୍ୟ ତଥା ସ୍ବର୍ଗତ ରୋନ ବାହାଦୂରଙ୍କ ପୁଅ ତିଲ ବାହାଦୂର ଥାପା ଏଏନଆଇ କୁ କହିଛନ୍ତି ଯେ ତାଙ୍କ ପରିବାରରେ ପ୍ରାୟ ୩୫୦ ଲୋକ ଅଛନ୍ତି ଯେଉଁମାନେ ଭୋଟ ଦେବାକୁ ଯୋଗ୍ୟ ଅଟନ୍ତି।
ସେ କହିଥିଲେ ଯେ ୧୯୬୪ରେ ମୋ ବାପା ମୋ ଜେଜେବାପାଙ୍କ ସହ ଏଠାକୁ ଆସିଥିଲେ ଏବଂ ପରେ ଏଠାରେ ସ୍ଥାୟୀ ବାସିନ୍ଦା ହୋଇଥିଲେ। ମୋ ବାପାଙ୍କର ପାଞ୍ଚ ପତ୍ନୀ ଥିଲେ ଏବଂ ଆମର ୧୨ଭାଇ ଏବଂ ୯ ଭଉଣୀ ଅଛନ୍ତି। ଯଦି ଆମେ ସମସ୍ତ ପିଲାଙ୍କୁ ଗଣନା କରୁ, ଆମ ପରିବାରରେ ସମୁଦାୟ ୧୨୦୦ ରୁ ଅଧିକ ସଦସ୍ୟ ରହିବେ।
ତେବେ ସେ ଦୁଃଖ ପ୍ରକାଶ କରିଛନ୍ତି ଯେ ତାଙ୍କ ପରିବାର ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ବିଭିନ୍ନ ପ୍ରକାର କଲ୍ୟାଣ ଯୋଜନାର ଫାଇଦା ଉଠାଇ ପାରି ନାହାଁନ୍ତି। ତିଲ ବାହାଦୂର କହିଛନ୍ତି, ଆମ ପିଲାମାନେ ଉଚ୍ଚଶିକ୍ଷା ପାଇଥିଲେ ମଧ୍ୟ କୌଣସି ସରକାରୀ ଚାକିରି ପାଇନାହାଁନ୍ତି। ଆମ ପରିବାରର କିଛି ସଦସ୍ୟ ବେଙ୍ଗାଲୁରୁ ଯାଇ ବେସରକାରୀ ଚାକିରି କରୁଛନ୍ତି। କେତେକ ମଧ୍ୟ ଦୈନିକ ମଜୁରୀ ଶ୍ରମିକ ଭାବେ କାମ କରୁଛନ୍ତି। ମୁଁ ଜଣେ ଶ୍ରମିକ ଭାବେ କାମ କରୁଛି। ୧୯୮୯ ଠାରୁ ଗାଁ ମୁଖିଆ ଭାବରେ କାର୍ଯ୍ୟ କରେ ମୋର ୮ ପୁଅ ଏବଂ ୩ ଝିଅ ଅଛନ୍ତି।
ରୋନ ବାହାଦୂରର ଅନ୍ୟ ଜଣେ ପୁଅ ସରକି ବାହାଦୁର ଥାପା କହିଛନ୍ତି ଯେ ଆମେ ଏକ ବଡ ପରିବାର, ପାଖାପାଖି ୩୫ହ ସଦସ୍ୟ ଯେଉଁମାନେ ଭୋଟ ଦେବାକୁ ଯୋଗ୍ୟ ଅଟନ୍ତି। ପରିବାର ସଦସ୍ୟଙ୍କ ଅନୁଯାୟୀ, ରନ ବାହାଦୂରଙ୍କର ୧୯୯୭ରେ ମୃତ୍ୟୁ ହୋଇଛି। ସରକି ମଧ୍ୟ ୬୪ ବର୍ଷ ଏବଂ ତାଙ୍କର ତିନି ପତ୍ନୀ ଏବଂ ୧୨ ସନ୍ତାନ ଅଛନ୍ତି । ଆସାମରେ ୧୪ ଟି ଲୋକ ସଭା ଆସନ ପାଇଁ ନିର୍ବାଚନ ତିନିଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ। ଏଠାରେ ପ୍ରଥମ ପର୍ଯ୍ୟାୟ ଭୋଟ ୧୯ ଏପ୍ରିଲରେ, ଦ୍ୱିତୀୟ ପର୍ଯ୍ୟାୟ ୨୬ ଏପ୍ରିଲରେ ଏବଂ ତୃତୀୟ ପର୍ଯ୍ୟାୟ ୭ମେ’ରେ ଅନୁଷ୍ଠିତ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଡବଲ ମର୍ଡର : ସ୍ତ୍ରୀ ସହ ପ୍ରେମିକଙ୍କୁ ଗୁଳି କରିଦେଲେ ସ୍ବାମୀ, ସମ୍ପୂର୍ଣ୍ଣ ଘଟଣା ଜାଣିଲେ ଥରିଉଠିବ ଛାତି

ଗାଜିଆବାଦ,୨୪।୩: ଗାଜିଆବାଦର ଟ୍ରୋନିକା ସିଟି ପୋଲିସ ଷ୍ଟେଶନ ଅଞ୍ଚଳରେ ଏକ ଡବଲ ମର୍ଡର ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀ ଏବଂ ପ୍ରେମିକଙ୍କୁ…

ସାଙ୍ଗକୁ ହସ୍ପିଟାଲରେ ଭର୍ତ୍ତି କରି ଫେରୁଥିବା ବେଳେ ସଡ଼କ ଦୁର୍ଘଟଣା, ଅଧାବାଟରେ ଚାଲିଗଲା ଜୀବନ

ଗଜପତି,୨୪।୩(ଗିରିଧାରୀ ପରିଛା): ଗଜପତି ଜିଲା ଗୋଷାଣି ବ୍ଲକ ଅନ୍ତର୍ଗତ ୩୨୬-ଏ ଜାତୀୟ ରାଜପଥର ଆର୍.ସୀତାପୁର ଗ୍ରାମ ନିକଟସ୍ଥ ଏକ ବୁଲାଣିଆ ରାସ୍ତାରେ ସଡ଼କ ଦୁର୍ଘଟଣା । ସୋମବାର…

ଯୁଦ୍ଧ ମଧ୍ୟରେ ଟ୍ରମ୍ପଙ୍କ ବଡ଼ ଘୋଷଣା: ଖୁବଶୀଘ୍ର ଖୋଲିବ…ଶୁଣିଲେ ସବୁ ଦେଶ ହୋଇଯିବେ ଖୁସି

ଓ୍ବାଶିଂଟନ୍‌,୨୪।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ଆଲୋଚନା ସଫଳ ହେଲେ ହର୍ମୁଜ ପ୍ରଣାଳୀ (ଯାହା ଯୁଦ୍ଧ ଏବଂ ସଂଘର୍ଷ ଯୋଗୁ ପ୍ରାୟ…

ଲୁଗା ଶୁଖାଇବା ବେଳେ ଲାଗିଗଲା କରେଣ୍ଟ, ତାପରେ…

ଭଞ୍ଜନଗର,୨୪।୩(ବାବୁଲା ପ୍ରଧାନ) : ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ନବଗୋଛା ଗ୍ରାମରେ ଅଘଟଣ । ବିଦ୍ୟୁତ ଆଘାତରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ମୃତ…

ତାରାତାରିଣୀଙ୍କ ତୃତୀୟ ପାଳି ଚୈତ୍ର ମଙ୍ଗଳବାର ଯାତ୍ରା, ସରସ୍ବତୀ ବେଶରେ ଦୁଇ ଭଉଣୀ

ପୁରୁଷୋତ୍ତମପୁର,୨୪।୩(ସବିତା ମିଶ୍ର ): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ତୃତୀୟ ଚୈତ୍ର ମଙ୍ଗଳବାର ଯାତ୍ରାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି । ଭକ୍ତଙ୍କ ଗହଳିରେ…

ଖାମେନେଇଙ୍କ ମୃତ୍ୟୁର ୪୮ ଘଣ୍ଟା ପୂର୍ବରୁ ଟ୍ରମ୍ପଙ୍କୁ ଫୋନ କରିଥିଲେ ନେତାନ୍ୟାହୁ, କହିଥିଲେ ବଡ଼ ଗୁମର କଥା, ଜାଣନ୍ତୁ…

ଓ୍ବାଶିଂଟନ,୨୪।୩: ଇରାନ ଉପରେ ଆମେରିକା-ଇସ୍ରାଏଲ ଆକ୍ରମଣ ଆରମ୍ଭ ହେବାର ୪୮ ଘଣ୍ଟା ପୂର୍ବରୁ, ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଫୋନ…

ଜୀବନର ନୈତିକ ମୂଲ୍ୟବୋଧ

କଥାରେ ଅଛି-‘ଥିଲେ ଥାଉ ପଛେ ଗୁଣ ହଜାର, ଚରିତ୍ର ନଥିଲେ ସବୁ ଅସାର।’ ସୁତରାଂ ଆମ ଜୀବନରେ ନୈତିକ ମୂଲ୍ୟବୋଧର ଏକ ମୁଖ୍ୟ ଆଧାର ହେଉଛି –…

ଆମେରିକା-ଇରାନ ଡିଲ୍‌ରେ ଏହି ଦେଶ ସାମିଲ, ଜାଣିଲେ ହୋଇଯିବେ ତାଜୁବ

ଓ୍ବାଶିଂଟନ୍‌,୨୪।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ବିବାଦର ମଧ୍ୟସ୍ଥତା ପାଇଁ ପ୍ରୟାସ ଜୋର ଧରିଥିବା ପରି ମନେ ହେଉଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri