ଦେଶର ସବୁଠାରୁ ବଡ ଭୋଟର ପରିବାର, ୧୦-୨୦ ନୁହେଁ ଗୋଟିଏ ପରିବାରରେ ଭୋଟରଙ୍କ ସଂଖ୍ୟା ଶହେରେ

ଗୁଆହାଟି,୧୫।୪: ଲୋକ ସଭା ନିର୍ବାଚନ ୨୦୨୪ରେ ପ୍ରଥମ ପର୍ଯ୍ୟାୟ ଭୋଟ ପାଇଁ ଆଉ କିଛି ଦିନ ବାକି ଅଛି। ଏହି ସମୟରେ ଆସାମରେ ଏକ ପରିବାର ଦେଖିବାକୁ ମିଳିଛି ଯେଉଁଠାରେ ୩୫୦ ଭୋଟର ଅଛନ୍ତି। ଏହି ପରିବାର ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବା ଲାଗି ସବୁଠାରୁ ବଡ ପରିବାର ମଧ୍ୟରୁ ଅନ୍ୟତମ। ଏଥର ଆସାମର ସୋନୀତପୁର ଜିଲାର ସ୍ବର୍ଗତ ରନ ବାହାଦୂର ଥାପାଙ୍କ ପରିବାର ଏପ୍ରିଲ ୧୯ରେ ଲୋକ ସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ଭୋଟ ଦେବେ।

ରନ ବାହାଦୂର ଥାପାଙ୍କର ୧୨ ପୁଅ ଏବଂ ୯ ଝିଅ ଅଛନ୍ତି । ନ୍ୟୁଜ ଏଜେନ୍ସି ଏଏନଆଇ ଅନୁଯାୟୀ ତାଙ୍କର ପାଞ୍ଚ ଜଣ ପତ୍ନୀ ଥିଲେ। ମୋଟ ଉପରେ, ପ୍ରାୟ ୧୨୦୦ ସଦସ୍ୟଙ୍କ ଏହି ପରିବାରରେ, ପ୍ରାୟ ୩୫୦ ସଦସ୍ୟଙ୍କୁ ଆଗାମୀ ଲୋକ ସଭା ନିର୍ବାଚନରେ ସେମାନଙ୍କ ମତଦାନ ସାବ୍ୟସ୍ତ କରିବାକୁ ପଡିବ।

ଖବର ଅନୁଯାୟୀ, ରନ ବାହାଦୂରଙ୍କ ୧୫୦ ରୁ ଅଧିକ ନାତି ଅଛନ୍ତି। ନେପାଳୀ ପଦ୍ମ ଗାଁର ମୁଖ୍ୟ ତଥା ସ୍ବର୍ଗତ ରୋନ ବାହାଦୂରଙ୍କ ପୁଅ ତିଲ ବାହାଦୂର ଥାପା ଏଏନଆଇ କୁ କହିଛନ୍ତି ଯେ ତାଙ୍କ ପରିବାରରେ ପ୍ରାୟ ୩୫୦ ଲୋକ ଅଛନ୍ତି ଯେଉଁମାନେ ଭୋଟ ଦେବାକୁ ଯୋଗ୍ୟ ଅଟନ୍ତି।
ସେ କହିଥିଲେ ଯେ ୧୯୬୪ରେ ମୋ ବାପା ମୋ ଜେଜେବାପାଙ୍କ ସହ ଏଠାକୁ ଆସିଥିଲେ ଏବଂ ପରେ ଏଠାରେ ସ୍ଥାୟୀ ବାସିନ୍ଦା ହୋଇଥିଲେ। ମୋ ବାପାଙ୍କର ପାଞ୍ଚ ପତ୍ନୀ ଥିଲେ ଏବଂ ଆମର ୧୨ଭାଇ ଏବଂ ୯ ଭଉଣୀ ଅଛନ୍ତି। ଯଦି ଆମେ ସମସ୍ତ ପିଲାଙ୍କୁ ଗଣନା କରୁ, ଆମ ପରିବାରରେ ସମୁଦାୟ ୧୨୦୦ ରୁ ଅଧିକ ସଦସ୍ୟ ରହିବେ।
ତେବେ ସେ ଦୁଃଖ ପ୍ରକାଶ କରିଛନ୍ତି ଯେ ତାଙ୍କ ପରିବାର ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ବିଭିନ୍ନ ପ୍ରକାର କଲ୍ୟାଣ ଯୋଜନାର ଫାଇଦା ଉଠାଇ ପାରି ନାହାଁନ୍ତି। ତିଲ ବାହାଦୂର କହିଛନ୍ତି, ଆମ ପିଲାମାନେ ଉଚ୍ଚଶିକ୍ଷା ପାଇଥିଲେ ମଧ୍ୟ କୌଣସି ସରକାରୀ ଚାକିରି ପାଇନାହାଁନ୍ତି। ଆମ ପରିବାରର କିଛି ସଦସ୍ୟ ବେଙ୍ଗାଲୁରୁ ଯାଇ ବେସରକାରୀ ଚାକିରି କରୁଛନ୍ତି। କେତେକ ମଧ୍ୟ ଦୈନିକ ମଜୁରୀ ଶ୍ରମିକ ଭାବେ କାମ କରୁଛନ୍ତି। ମୁଁ ଜଣେ ଶ୍ରମିକ ଭାବେ କାମ କରୁଛି। ୧୯୮୯ ଠାରୁ ଗାଁ ମୁଖିଆ ଭାବରେ କାର୍ଯ୍ୟ କରେ ମୋର ୮ ପୁଅ ଏବଂ ୩ ଝିଅ ଅଛନ୍ତି।
ରୋନ ବାହାଦୂରର ଅନ୍ୟ ଜଣେ ପୁଅ ସରକି ବାହାଦୁର ଥାପା କହିଛନ୍ତି ଯେ ଆମେ ଏକ ବଡ ପରିବାର, ପାଖାପାଖି ୩୫ହ ସଦସ୍ୟ ଯେଉଁମାନେ ଭୋଟ ଦେବାକୁ ଯୋଗ୍ୟ ଅଟନ୍ତି। ପରିବାର ସଦସ୍ୟଙ୍କ ଅନୁଯାୟୀ, ରନ ବାହାଦୂରଙ୍କର ୧୯୯୭ରେ ମୃତ୍ୟୁ ହୋଇଛି। ସରକି ମଧ୍ୟ ୬୪ ବର୍ଷ ଏବଂ ତାଙ୍କର ତିନି ପତ୍ନୀ ଏବଂ ୧୨ ସନ୍ତାନ ଅଛନ୍ତି । ଆସାମରେ ୧୪ ଟି ଲୋକ ସଭା ଆସନ ପାଇଁ ନିର୍ବାଚନ ତିନିଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ। ଏଠାରେ ପ୍ରଥମ ପର୍ଯ୍ୟାୟ ଭୋଟ ୧୯ ଏପ୍ରିଲରେ, ଦ୍ୱିତୀୟ ପର୍ଯ୍ୟାୟ ୨୬ ଏପ୍ରିଲରେ ଏବଂ ତୃତୀୟ ପର୍ଯ୍ୟାୟ ୭ମେ’ରେ ଅନୁଷ୍ଠିତ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଦେଶ ଆମେରିକାକୁ ଦେଲା ଝଟକା, ହକ୍ ବଦଳରେ ଭାରତରୁ ଆକାଶ କ୍ଷେପଣାସ୍ତ୍ର କିଣିବ

ନୂଆଦିଲ୍ଲୀ,୭ା୧୨: ଫିଲିପାଇନ୍ସ ଭାରତ ସହିତ ମଧ୍ୟମ ଦୂରଗାମୀ ସର୍ଫେସ ଟୁ ଏୟାର ମିସାଇଲ (SAM) ସିଷ୍ଟମ୍ କିଣିବାକୁ ଆନୁଷ୍ଠାନିକ ଆଲୋଚନା ଆରମ୍ଭ କରିଛି। ଏହି କ୍ଷେପଣାସ୍ତ୍ର...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

ତୃତୀୟ ଥର ପାଇଁ ସଭାପତି ହେଲେ ସୁନେଶ

କେନ୍ଦୁଝର,୧୨।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ପୂର୍ବତନ ଜିଲା ଛାତ୍ର କଂଗ୍ରେସ କମିଟି ସଭାପତି ତଥା ଜିଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର ପୁଣି କେନ୍ଦୁଝର ଜିଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri