ବିଶ୍ୱ ଐତିହ୍ୟ ତାଲିକାରୁ ବାଦ୍‌ପଡ଼ିଛି ଭିତରକନିକା

କେନ୍ଦ୍ରାପଡ଼ା, ୧୮ା୪ (ଜଗନ୍ନାଥ ଧଳ)ଏପ୍ରିଲ ୧୮ ତାରିଖ ବିଶ୍ୱ ଐତିହ୍ୟ ଦିବସ। ବିଶ୍ୱ ଐତିହ୍ୟ ତାଲିକାରେ ସଂଲଗ୍ନ ପାଇଁ କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ଅଧୀନ ଜାତୀୟ ଉଦ୍ୟାନ ଭିତରକନିକାକୁ ୟୁନେସ୍କୋ ପକ୍ଷରୁ ୨୦୧୬ରେ ଏକ ଟିମ୍‌ ଅନୁଧ୍ୟାନ କରିଥିଲା। ତେବେ ଏହି ପ୍ରାକୃତିକ ପରିବେଶ ମଧ୍ୟରେ ଥିବା ଗ୍ରାମ, ଚିଙ୍ଗୁଡି ଘେରି, ବନ୍ୟ ଓ ସାମୁଦ୍ରିକ ପ୍ରାଣୀଙ୍କ ସୁରକ୍ଷା ଉପରେ ଟିମ୍‌ ସଦସ୍ୟମାନେ ପ୍ରଶ୍ନ ଉଠାଇବାରୁ ୨୦୧୭ରେ ଅନୁଷ୍ଠିତ ଆଇୟୁସିଏନ୍‌ (ଇଣ୍ଟରନ୍ୟାଶନାଲ ୟୁନିୟନ ଫର୍‌ କଞ୍ଜରଭେଶନ ଅଫ୍‌ ନେଚର) ବୈଠକରେ ତାଲିକାରୁ ବାଦ୍‌ପଡିଛି। କେବଳ ଭିତରକନିକାର ଜୈବ ବିବିଧତା ଏହି ଜିଲାରେ ନଷ୍ଟ ହେଉନାହିଁ, ଇଂରେଜମାନଙ୍କ ଦ୍ୱାରା ସହରର ପୁରୁଣା ବସ୍‌ଷ୍ଟାଣ୍ଡରେ ପ୍ରତିଷ୍ଠିତ ପ୍ରଥମ ବାଳିକା ବିଦ୍ୟାଳୟର ପୁରୁଣା ଘରକୁ ସଂରକ୍ଷଣ ବଦଳରେ ୨୦୧୭ରେ ମାଟିରେ ମିଶାଇ ଦିଆଗଲା। ଏହିପରି ବହୁ ଐତିହ୍ୟ ଓ ଗରିମାମୟ ସ୍ମାରକୀ ଅଣଦେଖା ଭାବେ ପଡିରହିଥିବା ବେଳେ ଶ୍ରୀବଳଦେବଜୀଉଙ୍କ ପୁରୁଣା ମନ୍ଦିରର ଗରୁଡ଼ ମୂର୍ତ୍ତି ଏବେ ବବକରପୁରରେ ଥିବା ଆଲୋଚନା ହେଉଛି। ସେହିପରି କେନ୍ଦ୍ରାପଡ଼ା ବ୍ଲକ ଇନ୍ଦୁପୁରସ୍ଥ ହାବେଳିସାହି ଜଗନ୍ନାଥ ମନ୍ଦିର ମଧ୍ୟରେ ଥିବା ଚକାସନର ଲିପି ଗବେଷଣା ପାଇଁ ଆହ୍ବାନ କରିଛି।

ଏ ସମ୍ପର୍କରେ ଗବେଷକ ଡ. ସର୍ବେଶ୍ୱର ସେଣ, ଶିକ୍ଷାବିତ୍‌ ଭୁବନ ମୋହନ ଜେନା, ଅଧ୍ୟାପକ କ୍ଷିତୀଶ କୁମାର ସିଂହ ପ୍ରମୁଖ କହିଛନ୍ତ ଯେ, ନୌବାଣିଜ୍ୟ ସମ୍ପର୍କିତ ବହୁ ଐତିହ୍ୟ ସ୍ମାରକୀ ଜିଲାର ବିଭବ ସାଜିଛି। ଦଶମ ଓ ଏକାଦଶ ଖ୍ରୀଷ୍ଟାବ୍ଦର ଭିତରକନିକାସ୍ଥ ନାୟକବାବୁ ମନ୍ଦିର, ପଞ୍ଚୁବରାହୀ ମନ୍ଦିର, ଲଙ୍କେଶ୍ୱର ମନ୍ଦିର ଏହାର ଏକ ଉଦାହରଣ ମାତ୍ର। ହୁକିଟୋଲା, ବତିଘର, ଫଲ୍‌ସ ପଏଣ୍ଟ, କେନ୍ଦ୍ରାପଡ଼ା କେନାଲ, ବରୁଣେଇ ପେଣ୍ଠ ଆଦିର ଇତିହାସ ଥିବା ବେଳେ ଏହାର ବିକାଶ ହୋଇପାରୁ ନାହିଁ। ସେହିପରି ରିଘାଗଡ଼ର ବଳଦେବଜୀଉ ମନ୍ଦିର, ରାଜକନିକାର ଗୋକର୍ଣ୍ଣେଶ୍ୱର, ସିକୋ ଅଷ୍ଟଶମ୍ଭୁ, ଚଉଦକୁଲାଟ ଓ ଡେରାବିଶର ଦଧିବାମନଜୀଉ ମନ୍ଦିର ଅବହେଳିତ ଅବସ୍ଥାରେ ପଡିରହିଛି। କେନ୍ଦ୍ରାପଡ଼ା ସହରଠାରୁ ମାତ୍ର ୧୨ କିଲୋମିଟର ଦୂର ହାବେଳିସାହିର ଜଗନ୍ନାଥ ମନ୍ଦିରର ଚକାସନ ଗବେଷଣାକୁ ଅପେକ୍ଷା କରିଛି। ଏଠାରେ ଥିବା ଚକାସନରେ ପ୍ରାକ୍‌ ଓଡ଼ିଆ ଭାଷାରେ କିଛି ଲେଖାଯାଇଛି। ଯାହାର ପଠନ ପରେ ସହରର ପୁରୁଣା ଜଗନ୍ନାଥ ମନ୍ଦିରର ଚକାସନ କିମ୍ବା ପୁରୀ ଶ୍ରୀକ୍ଷେତ୍ରର ସୁଭଦ୍ରାଙ୍କ ଚକାସନ ସମ୍ପର୍କରେ ତଥ୍ୟ ମିଳିପାରନ୍ତା। ସେହିପରି ପୁରୁଣା ବଳଦେବଜୀଉ ମନ୍ଦିରର ଗରୁଡ଼ ଏବେ ମହାକାଳପଡ଼ା ବ୍ଲକ ବବକରପୁର କାଳିଦାସ ମନ୍ଦିରରେ ଥିବା ବେଳେ ଶ୍ରୀଜୀଉଙ୍କ ଚଳନ୍ତି ପ୍ରତିମା ଗୋପୀନାଥ ଖଣ୍ଡିତ ଅବସ୍ଥାରେ ବଡ଼ବାରଙ୍ଗ ଗ୍ରାମରେ ପୂଜା ପାଉଛନ୍ତି। ଏହା ବ୍ୟତୀତ ଗଜପତି ଦ୍ୱିତୀୟ ରାମଚନ୍ଦ୍ର ଦେବଙ୍କ କଳାପାଣି ଦଣ୍ଡରୁ ଉଦ୍ଧାର କରାଯାଇ ସହରର ବିନୋଦବିହାରୀ ମନ୍ଦିର ପରିସରରେ ରହିଥିବାର ପ୍ରମାଣ ଅଛି। ନାଥ ଧର୍ମର ପ୍ରଚାରକଙ୍କ କେନ୍ଦରା ବାଦ୍ୟ ଜିଲାରୁ ଲୋପପାଉଛି। ଏହି ଧର୍ମ ପ୍ରଚାରକଙ୍କ ପ୍ରତିମୂର୍ତ୍ତି ଡେରାବିଶ, ରାଜନଗର ବ୍ଲକ ଅଞ୍ଚଳରେ ବେଶି ଦେଖିବାକୁ ମିଳିଛି। ମତ୍ସେନ୍ଦ୍ରନାଥ, ଶୈଳେନ୍ଦ୍ରନାଥ, ଇଚ୍ଛାନାଥଙ୍କ ସମାଧି ସ୍ଥଳ ସହ ବୌଦ୍ଧଧର୍ମର ପ୍ରତୀକ ଚକ୍ରପାଣି, ସ୍ଥିର ଚକ୍ର ମଞ୍ଜୁଶ୍ରୀ, ଅବଲୋକତିଶ୍ୱର, ତାରା ଆଦି ମୂର୍ର୍ତ୍ତିିର ସଂରକ୍ଷଣ ହେଉନାହିଁ। ରାଜ୍ୟର ସର୍ବପ୍ରଥମ ଡାଇମଣ୍ଡ ଜୁବିଲି ପାଠାଗାରରେ ଜିଲାର ଐତିହ୍ୟ ସମ୍ପର୍କରେ ବହୁ ତଥ୍ୟ ଅଛି। ରାଜନଗରର ଏକ ସଂସ୍କୃତ କଲେଜରେ ବହୁ ପ୍ରାଚୀନ ତାଳପତ୍ର ଓ ଭୁଜପତ୍ର ପୋଥି ଅଛି। ଏହାର ସଂରକ୍ଷଣ ହେଉନାହିଁ। ୧୮୮୭ ମସିହାର ସୂର୍ଯ୍ୟଘଡି, ଡେରାବିଶ ବ୍ଲକ ନୋଳସାହି ରାଜନଅର, ଆଳି ନଅର, ଜମ୍ବୁଦ୍ୱୀପ ନଅରର ସୁରକ୍ଷା ପାଇଁ ଉଦ୍ୟମ ଆବଶ୍ୟକ। ଇତିହାସ ଆଇନାରେ ଆମେ ସୁସଂସ୍କୃତ ହୋଇପାରିବା ବୋଲି ସେମାନେ କହିଛନ୍ତି। ଏ ସମ୍ପର୍କରେ ଏଡିଏମ୍‌ ପୀତାମ୍ବର ସାମଲଙ୍କୁ ପଚାରିବାରେ ଐତିହ୍ୟ ସ୍ମାରକୀ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇନାହିଁ। ଜିଲାରେ ଥିବା ଏପରି ସ୍ଥାନର ଐତିହାସିକ ଭିତ୍ତିଭୂମି ଉପରେ ତଥ୍ୟ ମିଳିଲେ ସୁରକ୍ଷା ସମ୍ପର୍କରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା, ୫ା୧୨(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ମୋହନା ଅବକାରୀ ବିଭାଗ କର୍ମଚାରୀ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସେ...

ରୁଷିକୁଲ୍ୟା ମୁହାଁଣରୁ ୨ ଆନ୍ଧ୍ର ଟ୍ରଲର ଜବତ

ଗଞ୍ଜାମ,୫ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ୍‌ରୁ ଆନ୍ଧ୍ର ପ୍ରଦେଶର ଦୁଇଟି ଟ୍ରଲରକୁ ଶୁକ୍ରବାର ବନ ବିଭାଗ ଜବତ କରି ମତ୍ସ୍ୟ...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri