ଜାତୀୟ ରାଜପଥ ଅବରୋଧ କଲା ଭଦ୍ରକ ଜିଲା କଂଗ୍ରେସ

ଭଦ୍ରକ ଅଫିସ,୨୨।୯: ଭଦ୍ରକ ଜିଲା କଂଗ୍ରେସ ପକ୍ଷରୁ ମଙ୍ଗଳବାର ବିଭିନ୍ନ ଦାବି ନେଇ ଜାତୀୟ ରାଜପଥ ନଂ. ୧୬ ନୂଆ ବସଷ୍ଟାଣ୍ଡଠାରେ ଶତାଧିକ କର୍ମୀ ଅବରୋଧ କରିଛନ୍ତି। ଜିଲା କଂଗ୍ରେସ କାର୍ଯ୍ୟକାରୀ ସଭାପତି ନଳିନୀ ମହାନ୍ତିଙ୍କ ନେତୃତ୍ୱରେ କର୍ମୀମାନେ ରାସ୍ତା ଅବରୋଧ କରି ବସିଛନ୍ତି। ଫଳରେ ରାଜପଥର ଉଭୟ ପାର୍ଶ୍ୱରେ ହଜାର ହଜାର ଟ୍ରକ୍‌, ବସ ଅଟକି ରହିଛି। ଚାଷୀଙ୍କୁ ବର୍ଷା ଜନିତ କ୍ଷତିପୂରଣ, ରାଜପଥରେ ବଢୁଥିବା ଦୁର୍ଘଟଣା କମାଇବା ପାଇଁ ଉଚିତ ପଦକ୍ଷେପ, ଭଦ୍ରକ କୋଭିଡ୍‌ ହସ୍ପିଟାଲରେ ଭେଣ୍ଟିଲେଟର ବ୍ୟବସ୍ଥା, ସୋରୁମ କର୍ମଚାରୀ ଆତ୍ମହତ୍ୟା ଘଟଣାରେ ମାଲିକଙ୍କୁ ଗିରଫ କରିବା ଭଳି ଦାବି ରହିଛି। ଘଟଣାସ୍ଥଳରେ ଉପଜିଲାପାଳ ମନୋରମା ଭୂଇଁଆ, ଏସ୍‌ଡିପିଓ ସାର୍ଥକ ରାୟ ପହଛିି ଆନ୍ଦୋଳନକାରୀଙ୍କ ସହ ଆଲୋଚନା ଚଳାଇଛନ୍ତି।