ପ୍ରଶାସନକୁ ସହଯୋଗର ହାତ ବଢ଼ାଇଲେ ବ୍ରହ୍ମପୁର ଏମ୍‌ପି

ପାରଳାଖେମୁଣ୍ଡି:୧୯।୫(ଡି.ଏନ୍‌.ଏ.): ଗଜପତି ଜିଲାରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଅଧିକାଂଶ ରୋଗୀଙ୍କ କ୍ଷେତ୍ରରେ ଅମ୍ଳଜାନର ଅଭାବ ଦେଖା ଦେଉଛି । ତେଣୁ ଏହାର ସମାଧାନ ନିମନ୍ତେ ବ୍ରହ୍ମପୁର ଏମ୍‌ପି ଚନ୍ଦ୍ର ଶେଖର ସାହୁ ସହାୟତାର ହାତ ବଢାଇଛନ୍ତି । ଜିଲା ପାଇଁ ଆବଶ୍ୟକୀୟ ଅକ୍ସିଜେନ କନସେଣ୍ଟ୍ରେଟର ଯନ୍ତ୍ର କିଣିବା ପାଇଁ ଏମ୍‌ପି ନିଜ ହାତ ପାଣ୍ଠିରୁ ଗଜପତି ଜିଲା ପ୍ରଶାସନକୁ ୨୫ ଲକ୍ଷ ଟଙ୍କାର ଅନୁଦାନ ରାଶି ପ୍ରଦାନ କରିଛନ୍ତି ।