ଔଷଧୀୟ ଉଦ୍ଭିଦ ଜ୍ଞାନ କେନ୍ଦ୍ରର ସୌନ୍ଦର୍ଯ୍ୟ ଫେରିଲା

ଭୁବନେଶ୍ୱର,୨୧।୬(ବ୍ୟୁରୋ): ଭୁବନେଶ୍ୱରର ପାତ୍ରପଡ଼ା ଅଞ୍ଚଳରେ ରହିଛି ମେଡିସିନାଲ ପ୍ଲାଣ୍ଟ୍‌ସ ନଲେଜ ସେଣ୍ଟର ବା ଔଷଧୀୟ ଉଦ୍ଭିଦ ଜ୍ଞାନ କେନ୍ଦ୍ର। ନଗର ବନଖଣ୍ଡ ଭୁବନେଶ୍ୱର ରେଞ୍ଜ ଅଧୀନରେ ଥିବା ଏହି ଉଦ୍ୟାନ ପ୍ରାୟ ୬୦ ହେକ୍ଟର ପରିମିତ ଜମିରେ ଗଢ଼ିଉଠିଛି। ଭୁବନେଶ୍ୱର ରେଞ୍ଜ ଅଧିକାରୀ ଏହାର ପରିଚାଳନା କରୁଥିବାବେଳେ ନଗର ବନଖଣ୍ଡ ଅଧକାରୀ ତଦାରଖ କରନ୍ତି। ୨୦୧୦ ଅଗଷ୍ଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଉଦ୍‌ଘାଟନ କରିଥିଲେ। ଏଠାରେ ବର୍ତ୍ତମାନ ୩୨୦ ପ୍ରଜାତିର ଲକ୍ଷାଧିକ ଔଷଧୀୟ ଗଛ ରହିଛି। ଇତିମଧ୍ୟରେ ଏହି ବୃହତ୍‌ ଉଦ୍ୟାନ ଏକାଧିକ ବାତ୍ୟାକୁ ସାମ୍ନା କରିଥିଲେ ମଧ୍ୟ କର୍ମଚାରୀଙ୍କ ଅକ୍ଳାନ୍ତ ପରିଶ୍ରମ ଫଳରେ ଏକ ଉତ୍କର୍ଷ କେନ୍ଦ୍ରରେ ପରିଣତ ହୋଇଛି। ‘ଫନି’ ବାତ୍ୟାରେ ଏହା ଏକପ୍ରକାର ଛାରଖାର ହୋଇଯାଇଥିଲା। ହେଲେ ଆଜି ପୁଣି ଉଦ୍ୟାନର ସବୁଜିମା ଫେରି ଆସିଛି। ସବୁଜ ବନାନୀ ପ୍ରତି ଆକୃଷ୍ଟ ହୋଇ ମୟୂର ସମେତ ୫୦ରୁ ଊର୍ଦ୍ଧ୍ୱ ପ୍ରଜାତିର ପକ୍ଷୀ, ବନ୍ୟପ୍ରାଣୀ ଧୀରେ ଧୀରେ ସ୍ଥାୟୀ ଭାବେ ରହିବା ଆରମ୍ଭ କଲେଣି। ରବିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ୍‌ କରି ଏହି ଔଷଧୀୟ ଉଦ୍ଭିଦ ଜ୍ଞାନ କେନ୍ଦ୍ରର ପ୍ରଶଂସା କରିଛନ୍ତି। ଔଷଧୀୟ ଉଦ୍ଭିଦ ଓ ତାହାର ଉପଚାର ଗୁଣକୁ ନେଇ ଆମର ସମୃଦ୍ଧ ପରମ୍ପରାକୁ ଏହା ‘ଜୀବନର ଉଦ୍ୟାନ’ରେ ରୂପାନ୍ତରିତ କରିସାରିଛି। ଯତ୍ନର ସହିତ ପାଳନ କରିବା ଦ୍ୱାରା ଅନେକ ବିରଳ ବନସ୍ପତି ଓ ଜୀବଙ୍କୁ ନେଇ ଏହା ପ୍ରକୃତିର ଏକ ଅନନ୍ୟ ସମ୍ପଦରେ ପରିଣତ କରାଯାଇପାରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଏହି କେନ୍ଦ୍ରରେ ରହିଛି ଚରକ ଉଦ୍ୟାନ, ବାମ୍ବୁ ସେଟମ, ନକ୍ଷତ୍ର ବନ। ୧.୩୫ ହେକ୍ଟର ପରିମିତ ଅଞ୍ଚଳରେ ଥିବା ଚରକ ଉଦ୍ୟାନରେ ଔଷଧୀୟ ବୃକ୍ଷ, ଲତା, ଗୁଳ୍ମ ଲଗାଯାଇଛି। ଏହି ଉଦ୍ୟାନର ନାମ ଆୟୁର୍ବେଦର ଜନକ ‘ଚରକ’ଙ୍କ ନାମ ଅନୁସାରେ ରଖାଯାଇଛି। ‘ବାମ୍ବୁ ସେଟମ’ ରାଜ୍ୟର ପ୍ରଥମ ଏବଂ ଏକମାତ୍ର ବାଉଁଶ ଉଦ୍ୟାନ। ୨.୫ ହେକ୍ଟର ଅଞ୍ଚଳରେ ଥିବା ଏହି ଉଦ୍ୟାନରେ ପ୍ରାୟ ୬୦ରୁ ଊଦ୍ଧର୍‌ବ ପ୍ରଜାତିର ବାଉଁଶ ଶୋଭା ବଢ଼ାଉଛି। ବାଉଁଶର ଏକ ବିରଳ ଲତା ପ୍ରଜାତି ମଧ୍ୟ ଏଠାରେ ଦେଖିବାକୁ ମିଳୁଛି। ସେହିପରି ୦.୨୮ ହେକ୍ଟରରେ ‘ନକ୍ଷତ୍ର ବନ’ ରାଶି ଓ ନକ୍ଷତ୍ରଙ୍କ ସହ ଜଡ଼ିତ ବୃକ୍ଷମାନଙ୍କୁ ନେଇ ସ୍ଥାପନ କରାଯାଇଛି। ଏହି ଉଦ୍ୟାନରେ ପ୍ରତିଟି ବୃକ୍ଷ ଏକ ନିର୍ଦ୍ଦିଷ୍ଟ ନକ୍ଷତ୍ର ପାଇଁ ଉଦ୍ଦିଷ୍ଟ।
ଏଠାରେ ଏକ ବ୍ୟବସାୟିକ ଉଦ୍ୟାନ ରହିଛି। ଅଧିକ ଚାହିଦା ଥିବା ୭ଟି ଔଷଧୀୟ ଉଦ୍ଭିଦକୁ ନେଇ ଏହା ୨.୮୨ ହେକ୍ଟର ଅଞ୍ଚଳରେ ପରିବ୍ୟାପ୍ତ। ତୁଳସୀ, ଘି କୁଆଁରୀ, ଅଶ୍ୱଗନ୍ଧା, ଗୁଡ଼ମାରୀ, କଲ୍ମେଘ, ଗୁଳୁଚି, ଓ ଡାଳଚିନି ଆଦି ୭ଟି ଉଦ୍ଭିଦ ଚାଷ କରାଯାଉଛି। ସାଧାରଣ ଲୋକଙ୍କୁ ସ୍ବଳ୍ପ ମୂଲ୍ୟରେ ଚାରା ଦେବା ପାଇଁ ଏଠାରେ ଏକ ହର୍ବାଲ ନର୍ସରି ମଧ୍ୟ ରହିଛି। ଏଥିସହ ଏକ ଜଳାଶୟ ଏଠାକାର ସୌନ୍ଦର୍ଯ୍ୟ ବୃଦ୍ଧି କରୁଛି। ଜଳାଶୟ ଚାରିପଟେ ବୃକ୍ଷ ରୋପଣ କରି ୧୨ ହେକ୍ଟର ପରିମିତ ଟାଙ୍ଗରା ଭୂଇଁକୁ ସବୁଜିମାରେ ରୂପାନ୍ତରିତ କରାଯାଇଛି।
ବର୍ତ୍ତମାନ ଏହି କେନ୍ଦ୍ରରେ ଏକ ପ୍ରୋସେସିଂ ୟୁନିଟ୍‌ ମଧ୍ୟ କାର୍ଯ୍ୟ କରୁଛି। ହରିଡା, ବାହାଡ଼ା, ଅଁଳା ଆଦିର ଚୂର୍ଣ୍ଣ ପ୍ରସ୍ତୁତ କରାଯାଉଛି। ସେହିଭଳି ଏକ ଅଏଲ୍‌ ଏକ୍ସଟ୍ରାକ୍ସନ ପ୍ଲାଣ୍ଟ ବସିବ। ନିମ୍ବ, କରଞ୍ଜ ଭଳି ବିଭିନ୍ନ ପ୍ରକାର ତୈଳଜ ଉଦ୍ଭିଦରୁ ତେଲ ବାହାର କରିହେବ ବୋଲି ନଗର ବନଖଣ୍ଡ ଅଧିକାରୀ ଅଶୋକ ମିଶ୍ର କହିଛନ୍ତି। ଭୁବନେଶ୍ୱର ରେଞ୍ଜ ଅଧିକାରୀ ଆଦିତ୍ୟ ମିଶ୍ର କୁହନ୍ତି, ‘ଫନି’ ବାତ୍ୟାରେ କେନ୍ଦ୍ରଟି ସମ୍ପୂର୍ଣ୍ଣ ଶ୍ରୀହୀନ ହୋଇ ପଡ଼ିଥିଲା। କେମିତି ଆମେ ଭାଙ୍ଗି ପଡ଼ିଥିବା ଗଛଗୁଡ଼ିକୁ ପୁଣି ସଳଖ କରି ଠିଆ କରିବୁ ତାହା ଆମ ପାଇଁ ଚ୍ୟାଲେଞ୍ଜ ଥିଲା। କର୍ମଚାରୀଙ୍କ ପରିଶ୍ରମ ଯୋଗୁ ବର୍ତ୍ତମାନ ଏହା ପୁଣି ତା’ର ପୂର୍ବାବସ୍ଥାକୁ ଫେରିଆସିଥିବାରୁ ଭାରି ଖୁସି ଅନୁଭବ କରୁଛୁ।


Enter your email to get our daily news in your inbox.

All Right Reserved By Dharitri.Com

ଏଲ୍‌ପିଜି ସଙ୍କଟ ଯୋଗୁ ରୋଜଗାର ହରାଇଛନ୍ତି କ୍ଷୁଦ୍ର ବ୍ୟବସାୟୀ, ପରିବାର ଚଳାଇବା କଷ୍ଟସାଧ୍ୟ, ଯୋଗାଣ ଦାବିରେ…

କୋରାପୁଟ, ୧୦।୪ (ଅମିତାଭ ବେହେରା): ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବେ ସ୍ଥାନୀୟ ରନ୍ଧନ ଗ୍ୟାସ (LPG) ବଜାର ଉପରେ ଶକ୍ତ ଆଘାତ ଦେଇଛି। ଏହି ଗ୍ୟାସ…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ଯମୁନାରେ ବୁଡ଼ିଲା ଡଙ୍ଗା: ୧୦ ଭକ୍ତଙ୍କ ଚାଲିଗଲା ଜୀବନ, ଉଦ୍ଧାର କାର୍ଯ୍ୟ ଜାରି

ଲକ୍ଷ୍ନୌ,୧୦।୪: ମଥୁରା ଜିଲାର ବୃନ୍ଦାବନରେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଶ୍ରୀନଗର ଘାଟ ନିକଟରେ ଏକ ଡଙ୍ଗା ବୁଡ଼ିଯିବା ପରେ ଅନେକ ଭକ୍ତ ନିଖୋଜ ହୋଇଯାଇଛନ୍ତି।…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri