ଗାଁ ଦାଣ୍ଡରେ ବୁଲିଲେ ଭାଲୁ

ଆନନ୍ଦପୁର,୧୨ା୮(ସ୍ବ.ପ୍ର.):ବଣ ଜଙ୍ଗଲରେ ବନ୍ୟପ୍ରାଣୀ ଚଳପ୍ରଚଳ କରିବା ଏକ ସାଧାରଣ କଥା। ହେଲେ ଗଁା ଦାଣ୍ଡରେ ଦିନରେ ଭାଲୁ ବୁଲିବା, ଘରର ପିଣ୍ଢାରେ ବସିବା ଦେଖିଲେ ଯେ କେହି ବି ଚକିତ ହେବ। ଏଭଳି ଦୃଶ୍ୟ କେନ୍ଦୁଝର ଜିଲା ଘସିପୁରା ବ୍ଲକ ପୁରୁଣାବାନ୍ଧଗୋଡ଼ା ଗ୍ରାମରେ ଦେଖିବାକୁ ମିଳିଛି। ଆନନ୍ଦପୁର ବନ୍ୟପ୍ରାଣୀ ବନଖଣ୍ଡ ଅଧୀନ ବରାଙ୍ଗ ସଂରକ୍ଷିତ ଜଙ୍ଗଲରୁ ମା’ ଛୁଆ ମିଶି ୩ ଭାଲୁ ବାହାରି ପୁରୁଣାବାନ୍ଧଗୋଡ଼ା ଗ୍ରାମରେ ଗୁରୁବାର ବୁଲାବୁଲି କରିଥିଲେ। ଗଁା ଲୋକେ ପାଟି କରିବାରୁ ସେମାନେ ଜଙ୍ଗଲକୁ ପଳାଇଥିଲେ। ଖାଦ୍ୟ ଅନ୍ବେଷଣରେ ଭାଲୁ ତିନୋଟି ଗଁା ମୁହଁା ହୋଇଥିବା ଜଣାପଡ଼ିଛି। ବରାଙ୍ଗ ଜଙ୍ଗଲରୁ ଅଧିକାଂଶ ସମୟରେ ଭାଲୁ ଗଁା ମୁହାଁ ହେଉଥିବାରୁ ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ରହୁଛନ୍ତି। ବନ ବିଭାଗ ଏଥିପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ଦାବି ହେଉଛି।