ଘର ଭିତରକୁ ପଶିବାକୁ ଉଦ୍ୟମ କରୁଛି ଭାଲୁ

ସଜନାଗଡ, ୮।୨(ଡି.ଏନ.ଏ.) ବାଲେଶ୍ୱର ଜିଲା ନୀଳଗିରି କେନ୍ଦୁଖୁଣ୍ଡା ଅଞ୍ଚଳରେ ଏକ ଭାଲୁ ଘରର ଟିଣକୁ ଟାଣି ଭିତରକୁ ପଶିବାକୁ ଚେଷ୍ଟା କରୁଛି। ଶେଷରେ ବିଫଳ ହୋଇ ଭାଲୁଟି ଫେରିଯିବାର ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓ ଦେଖିବା ପରେ ସ୍ଥାନୀୟ ଲୋକେ ଆତଙ୍କିତ ହୋଇପଡିଛନ୍ତି। ଓ ମିତ୍ରପୁର ଅଞ୍ଚଳରେ ଅଧିକାଂଶ ସମୟରେ ଭାଲୁ ମଣିଷକୁ ଆକ୍ରମଣ କରୁଥିବା ନଜରକୁ ଆସିଛି। ଭାଲୁର ଏଭଳି ଭିଡିଓ ମୋବାଇଲରୁ ମୋବାଇଲକୁ ଘୂରି ବୁଲୁଛି। ଭିଡ଼ିଓଟି କିଛିଦିନ ତଳର ବୋଲି ଜଣାପଡ଼ିଛି।