ଗଛରେ ଫସିରହିଛି ଭାଲୁ

ମାଲକାନଗିରି,୫।୧(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଗୋରାଖୁଣ୍ଟ ପଞ୍ଚାୟତ ଏମ୍‌ ଭି୨୦ ଗ୍ରାମର ଏକ ଗଛରେ ଜଙ୍ଗଲୀ ଭାଲୁ ଫସିରହିଛି। ଭାଲୁଟି ଖାଦ୍ୟ ଅନ୍ବେଷଣରେ ଗାଁ ଅଭିମୁଖେ ପଶି ଆସି ଜଙ୍ଗଲକୁ ନ ଯାଇ ପାରି ଗଛରେ ଚଢ଼ିଯାଇଥିଲା। ଗ୍ରାମବାସୀ ଏହା ଦେଖି ବନ ବିଭାଗକୁ ଖବର ଦେଇଥିଲେ। ଖବରପାଇ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି ।