ଗଛରେ ବସିଛି ଭାଲୁ , ଆତଙ୍କିତ ଗ୍ରାମବାସୀ

ଉମରକୋଟ,୨୩।୧(ସ୍ବ.ପ୍ର.): ଗଛରେ ବସିଛି ଭାଲୁ। ଆତଙ୍କିତ ଗ୍ରାମବାସୀ। ଏଭଳି ଘଟଣା ଘଟିଛି ନବରଙ୍ଗପୁର ଜିଲା ଉମରକୋଟ ବ୍ଲକ ସୁନାବେଡ଼ା ପଞ୍ଚାୟତର ନାୟକଗୁଡ଼ା ୟୁଭି ୧୧ ବଙ୍ଗୀୟ ଗ୍ରାମରେ। ଏକ ନିମ୍ବ ଗଛ ଉପରେ ଏକ ଭାଲୁ ଚଢ଼ି ବସିଥିବା ଦେଖିବାକୁ ମିଳିଛି। ଶନିବାର ରାତିରେ ଗ୍ରାମ ଭିତରକୁ ଭାଲୁ ଖାଦ୍ୟ ଅନ୍ବେଷଣ ପଶିି ଆସିଥିଲା । ସକାଳୁ ଜଙ୍ଗଲକୁ ଫେରି ନ ପାରି ଗଛ ଉପରକୁ ଚଢ଼ି ଯାଇଛି। ଭାଲୁକୁ ଦେଖିବାକୁ ଗ୍ରାମବାସୀଙ୍କ ଭିଡ଼ଜମିଛି । ମାତ୍ର ଭାଲୁ ଥିବା ଅଞ୍ଚଳକୁ ଭୟରେ କେହି ଯାଇ ପାରୁନାହାନ୍ତି । ଘଟଣାସ୍ଥଳରେ ଉମରକୋଟ ବନ ବିଭାଗ ପହଞ୍ଚି ଭାଲୁକୁ ଉଦ୍ଧାର ପାଇଁ ପ୍ରୟାସ ଜାରି ରଖିବା ସହ ଡାକବାଜି ଯନ୍ତ୍ର ଦ୍ୱାରା ଲୋକଙ୍କୁ ସତର୍କ କରୁଛନ୍ତି । ଭାଲୁକୁ ଉଦ୍ଧାର ପରେ ଜଙ୍ଗଲରେ ଛାଡ଼ି ଦିଆଯିବ ବୋଲି ଉମରକୋଟ ବନଖଣ୍ଡ ଅଧିକାରୀ ପୂର୍ଣ୍ଣଚନ୍ଦ୍ର ନାୟକ କହିଛନ୍ତି।