ବିଡିଓଙ୍କୁ ବିଧାୟକଙ୍କ ଆକ୍ରମଣ ଅଭିଯୋଗ

ଦେବଗଡ଼, ୧।୫ (ଡି.ଏନ୍‌.ଏ.): ଦେବଗଡ଼ ଜିଲା ତିଲେଇବଣି ବିଡିଓ କୃଷ୍ଣଚନ୍ଦ୍ର ଦଳପତିଙ୍କୁ ଶନିବାର ଦେବଗଡ଼ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ ସମର୍ଥକଙ୍କ ସହିତ ମିଶି ସଂଘବଦ୍ଧ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଆକ୍ରମଣରେ ବିଡିଓ ଦଳପତି ଗୁରୁତର ଆହତ ହୋଇ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ବିଡିଓ ଦଳପତି ଏନେଇ ଦେବଗଡ଼ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଅନ୍ୟପକ୍ଷରେ ବିଧାୟକ ପାଣିଗ୍ରାହୀଙ୍କୁ ତିଲେଇବଣି ବିଡିଓ ଦଳପତି ଗାଳିଗୁଲଜ କରିବା ସହ ହତ୍ୟା ଧମକ ଦେଇଥିବା ବିଧାୟକ ପାଣିଗ୍ରାହୀ ଅଭିଯୋଗ କରିଥିବା ଜଣାପଡିଛି।
ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ପୂର୍ବାହ୍ନରେ ବିଡିଓ ଦଳପତି, ଦେବଗଡ଼ ତହସିଲଦାର ପଲ୍ଲବୀ ନାୟକ, ରାଜସ୍ବ ସୁପରଭାଇଜର ହୃଦାନନ୍ଦ ସାହୁ, ସୁଗୁଡା ରାଜସ୍ବ ନିରୀକ୍ଷକ ଜଲିରାଣୀ ପ୍ରଧାନ ଓ ଛେପିଲିପାଲି ଗ୍ରାମ ପଞ୍ଚାୟତର ଜିଆରଏସ୍‌ ଜଗନ୍ନାଥ ସାହୁଙ୍କ ସହିତ ଯୁଗ୍ମ ତଦନ୍ତ ନିମନ୍ତେ ଛେପିଲିପାଲିି ଗ୍ରାମ ପଞ୍ଚାୟତର ଭାଲିଆଗୁଡି ଗ୍ରାମକୁ ଯାଇଥିଲେ। ତେବେ ପୂର୍ବାହ୍ନ ୧୦ଟା ୩୦ରୁ ମଧ୍ୟାହ୍ନ ୧୨ଟା ମଧ୍ୟରେ ତାଙ୍କ ନିକଟକୁ ଏକାଧିକ ଫୋନ ନମ୍ବରରୁ ଲଗାତର ଫୋନ କଲ ଆସିବା ସହ ବିଧାୟକଙ୍କୁ ଦେଖା କରିବାକୁ ବିଡିଓଙ୍କୁ କୁହାଯାଇଥିଲା। ବିଡିଓ ଦଳପତି ତଦନ୍ତ ସାରି ବିଧାୟକଙ୍କୁ ଦେଖା କରିବେ ବୋଲି ଉତ୍ତର ଦେଇଥିଲେ। ଏହାର କିଛି ସମୟ ମଧ୍ୟରେ ବିଧାୟକ ପାଣିଗ୍ରାହୀଙ୍କ ସମେତ ୧୦ରୁ ଊର୍ଦ୍ଧ୍ୱ କର୍ମୀ ସେଠାରେ ପହଞ୍ଚତ୍ ବିଡ଼ିଓଙ୍କୁ ଧକ୍କା ଦେବା ସହ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିଥିଲେ। ଏଥିସହ ବିଡିଓଙ୍କୁ ବିଧାୟକଙ୍କ ଗାଡିରେ ଭର୍ତ୍ତିକରି ଉଠାଇ ନେବାକୁ ଉଦ୍ୟମ କରିଥିଲେ। ବିଡିଓଙ୍କୁ ଜାତିଆଣ ଆକ୍ଷେପ କରିବା ସହ ତାଙ୍କୁ ମୁଥ ମାରିବାରୁ ସେ ତଳେ ପଡ଼ିଯାଇଥିଲେ। ସହଯୋଗୀମାନେ ତାଙ୍କୁ ଉଦ୍ଧାର କରିଥିଲେ। ଅନ୍ୟପକ୍ଷରେ ଦେବଗଡ଼ ବିଧାୟକ ପାଣିଗ୍ରାହୀ ଥାନାରେ କରିଥିବା ଅଭିଯୋଗ ଅନୁଯାୟୀ ବିଡିଓ ଦଳପତିଙ୍କୁ ଦେଖା କରିବାକୁ ଚାହିଁବାରୁ ତାଙ୍କୁ ବ୍ଲକ କାର୍ଯ୍ୟାଳୟକୁ ଡାକିଥିଲେ। ମାତ୍ର ବିଧାୟକ ସେଠାରେ ପହଞ୍ଚତ୍ବା ବେଳକୁ ବିଡିଓ ଅନୁପସ୍ଥିତ ଥିଲେ। ଦୁଧିଆନାଳି ଗ୍ରାମକୁ ଡାକିଥିଲେ। ବିଧାୟକ ପାଣିଗ୍ରାହୀ ସେଠାରେ ପହଞ୍ଚତ୍ବା ପରେ ବିଡିଓ ସେଠାରେ ନ ଥିଲେ। ବିଧାୟକ ତାଙ୍କୁ ଫୋନ କରିବାରୁ ବିଡିଓ ଦଳପତି କୁଆଡେ ତାଙ୍କୁ ଛେପିଲିପାଲି ଗ୍ରାମ ପଞ୍ଚାୟତର ଭାଲିଆଗୁଡି ଗ୍ରାମକୁ ଡାକିଥିଲେ। ବିଧାୟକ ପାଣିଗ୍ରାହୀ ସେଠାରେ ପହଞ୍ଚତ୍ବା କ୍ଷଣି ବିଡିଓ ଦଳପତି ଉତକ୍ଷିପ୍ତ ହୋଇ ତାଙ୍କୁ କୁଆଡେ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିଥିଲେ। ସେହିପରି ଗଲାବେଳେ ବିଡିଓ ଦଳପତି ତାଙ୍କୁ ଜୀବନରେ ମାରିଦେବାକୁ ଧମକ ଦେଇଥିବା ଦେବଗଡ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏହି ଅଭିଯୋଗ ଆଧାରରେ ମଧ୍ୟ ଦେବଗଡ ଥାନା ପୋଲିସ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ ଚଳାଇଛି। ସୂଚନା ଯୋଗ୍ୟ ଯେ, ଘଟଣା ପରେ ବିଡିଓ ଦଳପତି ଏନେଇ ଜିଲାପାଳ ଓ ରାଜ୍ୟ ଓଏଏସ୍‌ ସଂଘକୁ ମଧ୍ୟ ଅବଗତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରବି ଧାନ ବିକ୍ରି ପଞ୍ଜିକରଣ ଅବଧି ବୃଦ୍ଧି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

କୋକସରା,୩୧।୩(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଇନ୍ଦ୍ରାବତୀ ଉଠା ଜଳସେଚନ ଅଞ୍ଚଳର ଚାଷୀମାନେ ଚଳିତ ବର୍ଷ ରବି ଚାଷ ଧାନ ବିକ୍ରି ପଞ୍ଜିକରଣରୁ ବାଦ ପଡ଼ିଛନ୍ତି। ଫଳରେ କୋକସରା ବ୍ଳକ…

ଉତ୍କଳ ପ୍ରଦେଶ ଗଠନରେ ବଡ଼ଖେମୁଣ୍ଡିର ଅବଦାନ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ବଡ଼ଖେମୁଣ୍ଡି ହାଇସ୍କୁଲ ପରିସରରେ ମଙ୍ଗଳବାର ଉତ୍କଳ ସମ୍ମିଳନୀ ଗଞ୍ଜାମ ଜିଲା ଶାଖା ଆନୁକୂଲ୍ୟରେ ପବିତ୍ର ଉତ୍କଳ ଦିବସ ଅବ୍ୟବହିତ…

ଲୁଚାଇ ରଖିଥିଲେ: ମିଳିଲା ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର, ମାଓବାଦୀ ସାମଗ୍ରୀ

ଫୁଲବାଣୀ,୩୧।୩(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ଦାରିଙ୍ଗିବାଡି ଥାନା ଅଞ୍ଚଳରେ କୋମ୍ବିଂ ଅପରେଶନ ବେଳେ ସୁରକ୍ଷାକର୍ମୀ ବିପୁଳ ପରିମାଣର ମାଓବାଦୀ ସାମଗ୍ରୀ ଜଙ୍ଗଲରୁ ଜବତ କରିଛନ୍ତି। ଜବତ…

କଢ଼ାଗଲା ଝଡ଼ ବତାସରେ ଛିଣ୍ଡିଥିବା ତ୍ରିରଙ୍ଗା: ପୁଣି ଗାନ୍ଧିଛକରେ ଉଡିଲା …

ବରଗଡ଼,୩୧।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଗାନ୍ଧିଛକରେ ଉଡୁଥିବା ଛିଣ୍ଡା ତ୍ରିରଙ୍ଗାକୁ ମଙ୍ଗଳବାର ଅପସାରିତ କରାଯାଇଛି। ଅପସାରଣ ପରେ ସେଠାରେ ନୂଆ ତ୍ରିରଙ୍ଗା ଉଡୁଛି। ଏଠାରେ ଉଲ୍ଲେଖନୀୟ, ସହର…

ଆପଣାଇଥିଲେ ଅନ୍ୟ ଧର୍ମ: ୧୭ ଘଣ୍ଟା ହେଲା ପଡ଼ିଛି ମୃତଦେହ, ଶ୍ମଶାନରେ ମିଳୁନି

ଉମରକୋଟ,୩୧।୩(ସନ୍ତୋଷ ଶତପଥୀ): ଦୀର୍ଘ ୧୭ ଘଣ୍ଟା ହେବ ଘରେ ପଡି ରହିଛି ମୃତଦେହ। ଏଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲାଉମରକୋଟ ଥାନା ପୂଜାରୀଭରଣ୍ଡୀ ଗ୍ରାମରେ ।…

ଜିଲାସ୍ତରୀୟ ଅନ୍ତର୍ଜାତୀୟ ଟ୍ରାନ୍ସଜେଣ୍ଡର ଦୃଶ୍ୟତା ଦିବସ ପାଳନ:  ଉଲ୍ଲେଖନୀୟ ଅବଦାନ ପାଇଁ ୫ ଟ୍ରାନ୍ସଜେଣ୍ଡରଙ୍କୁ…

ଛତ୍ରପୁର,୩୧।୩(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ପ୍ରଶାସନ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଜିଲାସ୍ତରୀୟ ଅନ୍ତର୍ଜାତୀୟ ଟ୍ରାନ୍ସଜେଣ୍ଡର ଦୃଶ୍ୟତା ଦିବସ ୨୦୨୬ ପାଳିତ ହୋଇଯାଇଛି…

କାମରେ ହେଲା କଥା କଟାକଟି, ଘରକୁ ଫେରିବା ବେଳେ ଛକିକି ହାଣିଲେ..

ବନ୍ତ,୩୧। ୧(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ଥାନା ଅଞ୍ଚଳରେ କଥାକଟାକଟିରୁ ଛୁରା ମାଡ଼ । ପୋଲିସ ଅଭିଯୋଗ ପାଇବା ପରେ ତଦନ୍ତ ଆରମ୍ଭ କରିଥିବା ବେଳେ…

ଓଡ଼ିଶାରେ SIR ସ୍ଥଗିତ, ଜାଣନ୍ତୁ କାହିଁକି…

ଭୁବନେଶ୍ୱର,୩୧।୩: Special Intensive Revision(SIR)କୁ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ(CEO )ମଙ୍ଗଳବାର ଏକ ବଡ଼ ସୂଚନା ଦେଇଥିଲେ। ବୁଧବାରଠାରୁ ଓଡ଼ିଶାରେ ହେବାକୁ ଥିବା SIRକୁ ସ୍ଥଗିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri