Categories: ଖେଳ

ଆଇପିଏଲ୍‌ରେ କରୋନା ମାଡ: ବିସିସିଆଇର ନେଲା ବଡ଼ ନିଷ୍ପତ୍ତି

ଅହମଦାବାଦ,୪।୫: ଆଇପିଏଲର ୧୪ତମ ସିଜିନ ରେ ମଧ୍ୟ କରୋନା ବିପଦ ଦେଖାଦେଇଛିି। କିଛି ଖେଳାଳି ଏବଂ ସପୋର୍ଟ ଷ୍ଟାଫ କରୋନା ଆକ୍ରାନ୍ତ ହୋଇଛନ୍ତି ଅଛନ୍ତି। କୋଲକାତା ନାଇଟ ରାଇଡର୍ସ (କେକେଆର୍‌) କ୍ରିକେଟର ବରୁଣ ଚକ୍ରବର୍ତ୍ତୀ ଏବଂ ସନ୍ଦୀପ ୱାରିୟରଙ୍କ କୋଭିଡ ରିପୋର୍ଟ ପଜିଟିଭ୍‌ ଚିହ୍ନଟ ହେବାରୁ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷ ମ୍ୟାଚକୁ ସ୍ଥଗିତ ହୋଇଛି। ତେବେ ଦଳର ଅବଶିଷ୍ଟ ସଦସ୍ୟଙ୍କ ରିପୋର୍ଟ ନେଗେଟିଭ୍‌ ଆସିଛି। ତଥାପି ସେମାନଙ୍କୁ ଅଲଗା ରହିବାକୁ କୁହାଯାଇଥିଲା। କେକେଆର କ୍ୟାମ୍ପରେ କରୋନା ହେବାର କିଛି ସମୟ ପରେ ଚେନ୍ନାଇ ସୁପର କିଙ୍ଗ୍ସ ବୋଲିଂ ପ୍ରଶିକ୍ଷକ ଲକ୍ଷ୍ମୀପତି ବାଲାଜୀ ଏବଂ ଜଣେ ବସ ସୁଇପର ମଧ୍ୟ ଏହି ଭୟଙ୍କର ମହାମାରୀର ଶିକାର ହୋଇଛନ୍ତି।

ଏବେ ଖବର ଆସୁଛି ଯେ ବିସିସିଆଇ ଦିଲ୍ଲୀ କ୍ୟାପିଟାଲ୍ସର ଖେଳାଳି ଏବଂ ସପୋର୍ଟ ଷ୍ଟାଫ୍‌ଙ୍କୁ ଆଗାମୀ ସୂଚନା ପର୍ଯ୍ୟନ୍ତ ନିଜକୁ ଆଇସୋଲେସନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। କେକେଆର ଏପ୍ରିଲ ୨୯ରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଦିଲ୍ଲୀ ବିପକ୍ଷରେ ଶେଷ ମ୍ୟାଚ ଖେଳିଥିଲା। କେକେଆର୍‌ ପକ୍ଷରୁ ବରୁଣ ଏବଂ ସନ୍ଦୀପ କରୋନା ଆକ୍ରାନ୍ତ ହେବାପରେ ଏବେ ବିସିସିଆଇ କୌଣସି ବିପଦ ନେବାକୁ ଚାହୁଁନାହିଁ।

 

Share