ବରଗଡ଼ ଆକାଶବାଣୀ ଶ୍ରୋତା ସମ୍ମିଳନୀ ଉଦ୍‌ଘାଟିତ

ବରଗଡ଼ ଅଫିସ,୧୪।୩: ବରଗଡ଼ ଅଗ୍ରଗାମୀ ଯୁବକ ସଂଘ ପରିସରରେ ରବିବାର ଆକାଶବାଣୀ ଶ୍ରୋତା ସମ୍ମିଳନୀ ଉଦ୍‌ଘାଟିତ ହୋଇଯାଇଛି। ସଂଘର ସଭାପତି କୃଷ୍ଣଚନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ
ଆକାଶବାଣୀ ସମ୍ବଲପୁରର କାର୍ଯ୍ୟକ୍ରମ ମୁଖ୍ୟ ମନୋଜ ପୂଜାରୀ ମୁଖ୍ୟ ଅତିଥି, ଏଫ୍‌ଏମ୍‌ ରେଡିଓ ଗୁଞ୍ଜନର ବରଗଡ଼ ମୁଖ୍ୟ ନୀହାର ରଞ୍ଜନ ପଣ୍ଡା, ଡ. ତପସ୍ବିନୀ ଗୁରୁ, କଲାପାଣି କଲେଜର ଅଧ୍ୟକ୍ଷ ମୋହନ ସାହୁ ପ୍ରମୁଖ ସମ୍ମାନିତ ଅତିଥିଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। ସଂଘର
ସାଧାରଣ ସମ୍ପାଦକ ଯୁଧିଷ୍ଠିର ମହାପାତ୍ର ବିବରଣୀ ପାଠ କରିଥିବାବେଳେ ଗୋପୀନାଥ ଦଣ୍ଡସେନା ମଞ୍ଚ ସଂଯୋଜନା କରିଥିଲେ । ଲକ୍ଷ୍ମଣ ସୁନା ସ୍ବାଗତ ଭାଷଣ ଏବଂ ଅଶୋକ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।