ସିଡନୀର ସ୍ବାମୀନାରାୟଣ ମନ୍ଦିରରେ ଭଙ୍ଗାରୁଜା: ପାଚେରି ଭାଙ୍ଗିଲେ ଖଲିସ୍ତାନ ସମର୍ଥକ, ଗେଟରେ ଲଗାଇଲେ ପତାକା

ମେଲବର୍ନ,୫।୫: ଅଷ୍ଟ୍ରେଲିଆରେ ପୁଣିଥରେ ମନ୍ଦିରରେ ଭଙ୍ଗାରୁଜା ଘଟଣା ସାମ୍ନାକୁ ଆସିଛି। ପଶ୍ଚିମ ସିଡନୀର ରୋଜହିଲ ଉପନଗରରେ ବାପ୍ସ ସ୍ବାମୀନାରାୟଣ ମନ୍ଦିରରେ ଭଙ୍ଗାରୁଜା ହୋଇଛି। ମିଡିଆ ରିପୋର୍ଟ ଅନୁଯାୟୀ, ଶୁକ୍ରବାର ସକାଳେ ବାପ୍ସ ସ୍ବାମୀନାରାୟଣ ମନ୍ଦିରରେ ଖଲିସ୍ତାନ ସମର୍ଥକମାନେ ଭଙ୍ଗାରୁଜା କରିଥିଲେ। ଏହାସହ ମନ୍ଦିର ଗେଟରେ ଖଲିସ୍ତାନ ପତାକା ଲଗାଇ ଦେଇଥିଲେ।

ଅଷ୍ଟ୍ରେଲିଆ ମିଡିଆ କହିଛି ଅଷ୍ଟ୍ରେଲିଆର ପଶ୍ଚିମ ସିଡନୀରେ ଥିବା ରୋଜହିଲ ଉପନଗରର ବିଏପିଏସ ସ୍ବାମୀନାରାୟଣ ମନ୍ଦିରରେ ଖଲିସ୍ତାନ ସମର୍ଥକମାନେ ଭଙ୍ଗାରୁଜା କରିଛନ୍ତି। ଯେତେବେଳେ ମନ୍ଦିରର ପୂଜାରି ପୂଜା କରିବାକୁ ସେଠାରେ ପହଞ୍ଚିଲେ ଦେଖିଲେ କି ମନ୍ଦିରର ପାଚେରି ଭାଙ୍ଗିଯାଇଛି। ଏପଟେ ଗେଟରେ ଖଲିସ୍ତାନର ପତାକା ବି ଲାଗିଛି।

Share