କର୍ମଚାରୀଙ୍କୁ ତତ୍କାଳ ଛୁଟି ଦେବ ବ୍ୟାଙ୍କ

ନୂଆଦିଲ୍ଲୀ,୧୧।୭: ବ୍ୟାଙ୍କର ବହୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କିଛି ହାତଗଣତି କର୍ମଚାରୀଙ୍କ ଦ୍ବାରା ସବୁବେଳେ ପରିଚାଳିତ ହେଉ ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ ଚାହୁନାହିଁ। ଏଭଳି ନିୟମର ପରିବର୍ତ୍ତନ ସହ ବ୍ୟାଙ୍କରେ ନିୟମିତ ବ୍ୟବଧାନରେ ଦେଖା ଦେଉଥିବା ସମସ୍ୟାର ସମାଧାନ ଲାଗି ‘ବାଧ୍ୟତାମୂଳକ ଛୁଟି’ର ବ୍ୟବସ୍ଥା ଲାଗୁ କରାଯିବ ବୋଲି ନିଷ୍ପତ୍ତି ହୋଇଛି। ଏଭଳି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ନିୟୋଜିତ ହୋଇଥିବା ଅଧିକାରୀମାନଙ୍କୁ ତତ୍କାଳ ଲମ୍ବା ଛୁଟିରେ ପଠାଇବା ଲାଗି ବ୍ୟାଙ୍କଗୁଡ଼ିକୁ କୁହାଯାଇଛି। ଫଳରେ ସେମାନଙ୍କୁ ୧୦ କିମ୍ବା ତା’ଠାରୁ ଅଧିକ ଦିନ ବାଧ୍ୟତାମୂଳକ ଛୁଟି ଦିଆଯିବ। ସବୁଠୁ ବଡ଼ କଥା ହେଉଛି ଯେଉଁ ଅଧିକାରୀଙ୍କୁ ଛୁଟି ଦିଆଯିବ ତାଙ୍କୁ ସେ ବିଷୟରେ ପୂର୍ବରୁ କୌଣସି ସୂଚନା ଦିଆଯିବ ନାହିଁ। ବ୍ୟାଙ୍କ ଅଚାନକ ଉକ୍ତ କର୍ମଚାରୀଙ୍କୁ ଛୁଟିରେ ପଠାଇ ଦେଇପାରିବ। ବ୍ୟାଙ୍କ ଗୁଡିକୁ ‘ବାଧ୍ୟତାମୂଳକ ଛୁଟି’ ବ୍ୟବସ୍ଥା ଲାଗୁ କରିବା ପାଇଁ ରିଜର୍ଭ ବ୍ୟାଙ୍କ ପକ୍ଷରୁ କୁହାଯାଇଛି। ଏ ନେଇ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ନିୟମ ପାଳନ କରିବା ଲାଗି ବ୍ୟାଙ୍କଗୁଡ଼ିକୁ ଛଅ ମାସର ସମୟ ଦିଆଯାଇଛି। ରିଜର୍ଭ ବ୍ୟାଙ୍କ ଉକ୍ତ ନିର୍ଦ୍ଦେଶାବଳୀରେ ସ୍ପଷ୍ଟ କରିଛି ଯେ ଯେଉଁ ଅଧିକାରୀଙ୍କୁ ବାଧ୍ୟତାମୂଳକ ଛୁଟି ଦିଆଯିବ ସେ ଛୁଟିରେ ଥିବା ବେଳେ ଯେଭଳି ବ୍ୟାଙ୍କର କୌଣସି ବ୍ୟବସ୍ଥାକୁ ବ୍ୟକ୍ତିଗତ ଭାବେ କିମ୍ବା ଭର୍ଚୁଆଲ୍‌ ମାଧ୍ୟମରେ ହାସଲ ନକରନ୍ତି ତାହା ନିଶ୍ଚିତ କରିବା ଦାୟିତ୍ୱ ସମ୍ପୃକ୍ତ ବ୍ୟାଙ୍କ କର୍ତ୍ତପକ୍ଷ ଗ୍ରହଣ କରିବେ। ଛୁଟିରେ ଥିବା ବେଳେ ଅଧିକାରୀ ଜଣକ ନିଜର କୌଣସି ଦାୟିତ୍ୱ ର୍ନିବାହ କରିପାରିବେ ନାହିଁ, ସବୁ କର୍ମଚାରୀମାନଙ୍କ ଲାଗି ଉଦ୍ଦିଷ୍ଟ କର୍ପୋରେଟ୍‌ ଇ-ମେଲକୁ ସେମାନେ କେବଳ ହାସଲ କରିପାରିବେ। ବ୍ୟାଙ୍କର କେଉଁ ପଦରେ ଥିବା ଅଧିକାରୀମାନଙ୍କୁ ବାଧ୍ୟତାମୂଳକ ଛୁଟି ଦିଆଯିବ ତାହାର ଏକ ତାଲିକା ପ୍ରସ୍ତୁତ କରିବା ଲାଗି ବ୍ୟାଙ୍କଗୁଡ଼ିକୁ କୁହାଯାଇଛି। ସେହି ତାଲିକାକୁ ନିୟମିତ ବ୍ୟବଧାନରେ ସମୀକ୍ଷା କରାଯିବ ତା ସହିତ ଏହି ନୀତିର କାର୍ଯ୍ୟକାରିତା ଉପରେ ରିଜର୍ଭ ବ୍ୟାଙ୍କ ସମ୍ପୂର୍ଣ୍ଣ ନଜର ରଖିବ ବୋଲି ସୂଚନା ମିଳିଛି। ସୂଚନାଯୋଗ୍ୟ ଯେ ଏପ୍ରିଲ ୨୦୧୫ ପିଏନବି ବ୍ୟାଙ୍କ ସ୍କାମ ଠାରୁ ଏଭଳି ପଦକ୍ଷେପ ଗ୍ରହଇ କରିବା ପାଇଁ ଆରବିଆଇ ପକ୍ଷରୁ ବିଚାର କରାଯାଉଥିଲା। ପିଏନବିର କିଛି ବରିଷ୍ଠ ଅଧିକାରୀଙ୍କ ନିଜର କରି ନିରବ ମୋଦୀ ୧୦୦୦ ହଜାର କୋଟି ଋଣ ନେଇ ବର୍ତ୍ତମାନ ପଳାତକ ଘୋଷିତ ହୋଇଛି। ହେଲେ ବ୍ୟାଙ୍କ ଯେଉଁ କ୍ଷତି ସହିଛି ସେଥିପାଇଁ କେଉଁ ଅଧିକାରୀ ଦାୟୀ ବୋଲି ଏ ବେବି ତଦନ୍ତ ଚାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ,୩୩୦୦ଟଙ୍କା କମିଲା ଦାମ୍

ନୂଆଦିଲ୍ଲୀ,୯।୪:  ଘରୋଇ ଫ୍ୟୁଚର୍ସ ବଜାରରେ ଗୁରୁବାର ସୁନା ଏବଂ ରୂପାର ମୂଲ୍ୟ ହ୍ରାସ ପାଇଛି । ବାଣିଜ୍ୟ ଆରମ୍ଭ ହେବା ସମୟରେ, ସୁନା ଏବଂ ରୂପା ଉଭୟର…

ବ୍ୟାଙ୍କରେ ଆକାଉଣ୍ଟ ନ ଥିଲେ ମଧ୍ୟ ନେଇପାରିବେ ଲୋନ୍‌, ଜାଣନ୍ତୁ ପୂରା ବିବରଣୀ

ପ୍ରତ୍ୟେକ ବ୍ୟକ୍ତି ନିଜର ଦୈନନ୍ଦିନ ଆବଶ୍ୟକତା ପୂରଣ କରିବା ପାଇଁ ଲୋନ୍‌ ବା ଋଣ ନିଅନ୍ତି। କେତେବେଳେ ଗାଡ଼ି ପାଇଁ ତ କେତେବେଳେ ଘର ପାଇଁ। ଆଉ…

ଉତ୍ପାଦର ଗୁଣବତ୍ତା ସହ ବୁଝାମଣା କରନ୍ତୁ ନାହିଁ: ଇଂ. ସମ୍ୱିତ ରଞ୍ଜନ ସାହୁ

ପ୍ର- ଅର୍ଗାନିକ୍‌ ମା’ ପ୍ରତିଷ୍ଠା ଚିନ୍ତାଧାରା କିପରି ମନକୁ ଆସିଥିଲା ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ଯାତ୍ରା କିପରି ରହିଛି? ଉ- ବ୍ୟକ୍ତି ଜୀବନର କିଛି ଘଟଣାକୁ ନେଇ…

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ଯୁଦ୍ଧବିରତି ଭିତରେ ବଦଳିଲା ଗ୍ୟାସ ସିଲିଣ୍ଡର ଦର, ଜାଣନ୍ତୁ ବଢିଲା ନା କମିଲା…

ନୂଆଦିଲ୍ଲୀ,୮।୪: ବିଶ୍ୱ ଉତ୍ତେଜନା ମଧ୍ୟରେ, ସାଧାରଣ ଲୋକଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ଆସିଛି। ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ପରେ, ଅନ୍ତର୍ଜାତୀୟ ବଜାରରେ…

ଆମେରିକା-ଇରାନ ଯୁଦ୍ଧବିରତି ଭିତରେ ଭାରତର ବଲ୍ଲେବଲ୍ଲେ, ମିଳିଲା ବଡ଼ ଅଫର୍‌

ନୂଆଦିଲ୍ଲୀ,୮।୪: ଗତ କିଛି ସପ୍ତାହ ଧରି, ଆମେରିକା ଏବଂ ଇରାନ ମଧ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ସମଗ୍ର ବିଶ୍ୱକୁ ଏବଂ ଭାରତୀୟ ବଜାରକୁ ନିଶ୍ୱାସ ନେବାରେ ବାଧ୍ୟ…

ଯୁଦ୍ଧବିରତି ଭିତରେ ହଠାତ୍‌ ଖସିଲା ତେଲଦର, ଜାଣନ୍ତୁ ନୂଆ ପେଟ୍ରୋଲ ରେଟ୍‌

ନୂଆଦିଲ୍ଲୀ,୮ା୪: ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ଘୋଷଣା ପରେ ବୁଧବାର (୮ ଏପ୍ରିଲ) ସେୟାର ମାର୍କେଟ୍‌ରେ ବଡ଼ ବୃଦ୍ଧି ଦେଖିବାକୁ ମିଳିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri