୧୩୧ ବର୍ଷରେ ପହଞ୍ଚିଲା ବ୍ୟାଙ୍କ: ୧୬୦ ସ୍ବୟଂ ସହାୟିକା ଗୋଷ୍ଠୀଙ୍କୁ ଋଣ ଦେଇ କଲା ରେକର୍ଡ

ଦାରିଙ୍ଗବାଡ଼ି,୧୧ା୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିଠାରେ ଥିବା ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ତା’ର ୧୩୧ବର୍ଷ ପ୍ରତିଷ୍ଠା ଦିବସ ପାଳନ କରିଛି। ଏହି ଅବସରରେ ଶାଖା ପରିଚାଳକ ଶାନ୍ତନୁ କୁମାର ପ୍ରଧାନଙ୍କ ନେତୃତ୍ୱରେ ବ୍ୟାଙ୍କରେ ନେଣ ଦେଣ କରୁଥିବା ଗ୍ରାହକମାନଙ୍କ ଉପସ୍ଥିତିରେ ଏହି ଦିବସ ପାଳିତ ହୋଇଯାଇଛି। ଏହି ଅବସରେ ଶାଖା ପରିଚାଳକ ଉପସ୍ଥିତ ଗ୍ରାହକମାନଙ୍କୁ ବ୍ୟାଙ୍କ ପ୍ରଥମେ ୧୯ମେ ୧୮୯୪ରେ ଲାହୋରଠାରେ ସ୍ଥାପନ ହୋଇଥିଲା ଓ ପରବର୍ତ୍ତୀ ସମୟରେ ସ୍ବଦେଶୀ ବ୍ୟାଙ୍କ ଭାବେ ୧୮୯୫ ଏପ୍ରିଲ ୧୨ ରେ ସ୍ଥାପନ କରାଯାଇଥିଲା ସେ ସମ୍ପର୍କରେ ବିସ୍ତୃତ ଜଣାଇବା ସହ ଦାରିଙ୍ଗବାଡ଼ିରେ ଗତ ୨୦୦୮ରେ ଏହା ସ୍ଥାପନ କରାଯାଇ ଆଜି ସୁଦ୍ଧା ୧୬ ହଜାର ଗ୍ରାହକ ସୃଷ୍ଟି କରିପାରିଛି। ଏବେ ବ୍ଲକ ଅଞ୍ଚଳର ୨୫ ପଞ୍ଚାୟତରୁ ୪ଟି ତଥା ଦାରିଙ୍ଗବାଡ଼ି, ପ୍ଳିହେରି, ଦାନେକବାଡ଼ି ଏବଂ ସିର୍କାବର୍ଗରେ ଏହି ବ୍ୟାଙ୍କ ସେବା ଯୋଗାଇଦେବା ସହ କଷ୍ଟମର ସର୍ଭିସ ଆସୋସିଏଟଙ୍କ ଦ୍ୱାରା କ୍ଷୁଦ୍ର ବ୍ୟାଙ୍କ ମାଧ୍ୟମରେ ସେବା ଯୋଗାଉଥିବା କହିଥିଲେ। ବ୍ୟାଙ୍କରେ ମୋଟ ୧୬୦ଟି ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଉକ୍ତ ବ୍ୟାଙ୍କରେ ଖାତା ଖୋଲି ନେଣ ଦେଣ କରୁଥିବା ବେଳେ ୧୧୦ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ କୃଷି ଋଣ ବିଶେଷ କରି ଛତୁ ଚାଷ, ମାଛ, ଛେଳି,କୁକୁଡ଼ା ଫୁଲ ଝାଡୁ, ହଳଦୀ ଚାଷ ପାଇଁ ଋଣ ପ୍ରଦାନ କରାଯାଇଥିବା କୁହାଯାଇଥିଲା।

ସେହିପରି ହାଉସିଂ, ଗାଡ଼ି, ବ୍ୟବସାୟୀ, ଶିଳ୍ପ ଆଦି ପାଇଁ ଋଣ ପ୍ରଦାନ ସହ ସୁନା ବନ୍ଧକ ଆଦିରେ ଅଗ୍ରଣୀ ଭାବେ କାର୍ଯ୍ୟ କରି ଅଞ୍ଚଳବାସୀଙ୍କୁ ସେବା ଯୋଗାଉଥିବା ଶାଖା ପରିଚାଳକ ସୂଚନା ଦେଇଥିଲେ। ଏହି ଦିବସ ପାଳନ ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଫିଲ୍ଡ ଅଫିସର-ଜଗନ୍ନାଥ ଗୌଡ଼, ମୁଖ୍ୟ କିରାଣି ସୁଶୀଲ କୁମାର ନାୟକ, କିରାଣି ଅବିନାଶ ପ୍ରେମ ମାଝୀ, ବ୍ୟାଙ୍କ ମିତ୍ର ପୁଷ୍ପଲତା ଦିଗାଲ,ଦପ୍ତରୀ ଗୋପାଳ କୃଷ୍ଣ ଦେହୁରୀ,ଦନେକବାଡିର ବ୍ୟାଙ୍କ କଷ୍ଟମର ସର୍ଭିସ ଆସୋସିଏଟ୍‌ ଇନଚାର୍ଜ ରାମନାଥ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ବ୍ୟାଙ୍କ ସେବା ସମ୍ପର୍କରେ ଗ୍ରହକଙ୍କୁ ପରାମର୍ଶ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭଞ୍ଜନଗର ଉପଖଣ୍ଡର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ: ୪୫୮୬ ନୂଆ ଯୋଡ଼ିହେଲେ, ୩୬୩୪୨ ପଡ଼ିଲେ ବାଦ୍‌

ଭଞ୍ଜନଗର,୨୧।୯(ବାବୁଲା ପ୍ରଧାନ):ଦୀର୍ଘ ସାଢ଼େ ତିନି ମାସ ଧରି ଚାଲିଥିବା ସ୍ବତନ୍ତ୍ର ସଘନ -୨୦୨୬ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଶେଷ ହେବା ପରେ ସୋମବାର ଚୂଡ଼ାନ୍ତ ଭୋଟର…

ଗଭୀର ଅବପାତର ରୂପ ନେଲା ଲଘୁଚାପ, ସମ୍ଭାବ୍ୟ ବାତ୍ୟା ମୁକାବିଲା ପ୍ରସ୍ତୁତି ଆରମ୍ଭ

ଗଞ୍ଜାମ,୨୧।୯(ବିଦ୍ୟାଧର ସାହୁ ): ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଗଭୀର ଅବପାତର ରୂପ ନେଇ ବଙ୍ଗୋପସାଗର ଆଡ଼କୁ ଗତି କରିବା ନେଇ ଭାରତୀୟ ପାଣିପାଗ…

ବାତ୍ୟାକୁ ନେଇ ବଡ଼ ଅପଡେଟ୍‌ ଦେଲେ ମୁଖ୍ୟ ଶାସନ ସଚିବ: ୧୧ ଜିଲା ହେବ ପ୍ରଭାବିତ

ଭୁବନେଶ୍ୱର,୨୧।୯: ଉତ୍ତର ଆଣ୍ଡାମାନ ସାଗର ଏବଂ ସଂଲଗ୍ନ ଅଞ୍ଚଳ ଉପରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଘନୀଭୂତ ହୋଇ ସୋମବାର ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଅବପାତ ରୂପ…

ବର୍ଷା, ପବନରେ ଓଲଟିଲା ପୂଜା ମଣ୍ଡପ: ଚାପି ହୋଇଗଲା କାର୍‌, ବାଇକ୍‌

ପାରାଦୀପ,୨୧।୯(ଶରତ ରାଉତ): ପାରାଦୀପର ପ୍ରସିଦ୍ଧ ବିଶ୍ବକର୍ମା ପୂଜା ମହୋତ୍ସବ ସୋମବାର ପଞ୍ଚମ ଦିନରେ ପହଞ୍ଚିଛି। ହେଲେ ଲଘୁଚାପ ଜନିତ ବର୍ଷା, ପବନ ଯୋଗୁ ପାରାଦୀପ ପୋର୍ଟ ଆଣ୍ଡ…

ସମ୍ଭାବ୍ୟ ବାତ୍ୟା ଭୟ ଭିତରେ ବଡ଼ ସୂଚନା ଦେଲେ IMD ଡିଜି: ୨୨ ତାରିଖ ସନ୍ଧ୍ୟାରୁ…

ଭୁବନେଶ୍ୱର,୨୧।୯:ଗଭୀର ଅବପାତ ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷିବ। ଏନେଇ ସୂଚନା ଦେଇଛନ୍ତି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର। IMD ଡିଜିଙ୍କ କହିବାନୁସାରେ, ପୁରୀରୁ ଦକ୍ଷିଣକୁ ଥିବା…

୨୦ ମାସର ଶିଶୁଙ୍କୁ ଘରୁ ଘୋଷାଡ଼ି ନେଲା କୁକୁର: ଆଉ ତା’ପରେ ଘଟିଲା…

ଶିମ୍‌ଲା,୨୧।୯: ହିମାଚଳ ପ୍ରଦେଶର ରାଜଧାନୀ ଶିମ୍‌ଲାର ଶାଙ୍କଲୀ ଅଞ୍ଚଳରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ଏଠାରେ ଜଣେ ୨୦ ମାସର ଶିଶୁ କନ୍ୟା ଉପରେ ଦୁଇଟି…

ଶନିଙ୍କ ଚାଲିବ ଦିଗ ବଦଳ: ୨୦୨୭ରେ କାହା ଉପରେ ଚଢ଼ିବ ସାଢେସାତୀ? କେଉଁ ରାଶି ପାଇବେ ମୁକ୍ତି, ପଢନ୍ତୁ…

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କ ସାଢେସାତୀକୁ ଏକ କଠିନ ସମୟ ଭାବେ ବିବେଚନା କରାଯାଏ। ଜ୍ୟୋତିଷୀୟ ମାନ୍ୟତା ଅନୁଯାୟୀ, ଏହି ସମୟରେ ବ୍ୟକ୍ତିଙ୍କୁ ସ୍ବାସ୍ଥ୍ୟ, ବ୍ୟବସାୟ, ଚାକିରି…

ଯୁବକଙ୍କୁ ମୃତ ଘୋଷଣା କଲେ ଡାକ୍ତର; ଜୀବନ ବଞ୍ଚାଇବାକୁ ମେଡିକାଲରେ ଝଡ଼ାଫୁଙ୍କା କଲେ ଗୁଣିଆ, ତାପରେ…!

ଆନନ୍ଦପୁର,୨୧।୯(ସୁଶାନ୍ତ କୁମାର ସାହୁ ): ପୁଣି ଥରେ ଅନ୍ଧବିଶ୍ୱାସର ମାୟାଜାଲରେ ସଭ୍ୟ ସମାଜ । ବିଜ୍ଞାନ ଏତେ ଆଗେଇ ଯାଇଥିଲେ ମଧ୍ୟ ଆଜି ବି ଲୋକଙ୍କ ମନରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?