ବୈତରଣୀ ନଦୀ ଆଖୁଆପଦାଠାରେ ଅତିକ୍ରମ କଲା ବିପଦସଙ୍କେତ

ଭଣ୍ଡାରିପୋଖରୀ,୨୬।୮(ଡି.ଏନ୍‌.ଏ.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ଆଖୁଆପଦା ଆନିକଟଠାରେ ବୈତରଣୀ ନଦୀ ବୁଧବାର ମଧ୍ୟାହ୍ନରେ ବିପଦ ସଙ୍କେତ ଅତିକ୍ରମ କରିଛି। ଏଠାରେ ବିପଦ ସଙ୍କେତ ୧୭.୮୩ ମିଟର ରହିଥିବା ବେଳେ ବନ୍ୟାଜଳ ୧ ଟାରେ ବିପଦ ସଙ୍କେତ ଊର୍ଦ୍ଧ୍ୱରେ ଅର୍ଥାତ ୧୮.୨୭ ମିଟରରେ ପ୍ରବାହିତ ହେଉଛି। ଏ ନେଇ ଭଦ୍ରକ ଉପଜିଲାପାଳ ପିତାମ୍ବର ସାମଲ, ତହସିଲଦାର ମୃତ୍ୟୁଞ୍ଜୟ ଭୂୟାଁ , ବିଡିଓ ବିଜୟ କୁମାର ସାହୁ ଭଣ୍ଡାରିପୋଖରୀ ବ୍ଲକ ପରିସରରେ ବନ୍ୟା ସମ୍ପର୍କରେ ସମୀକ୍ଷା କରଛନ୍ତି। ପରେ ବୈତରଣୀ ଆଖୁଆପଦା ଆନିକଟ ପରିଦର୍ଶନ କରି ଭାଗୀୟ ନିର୍ବାହୀଯନ୍ତ୍ରୀ ଶଙ୍କର୍ଷଣ ବେହେରା, କନିଷ୍ଠ ଯନ୍ତ୍ରୀ ସୁଶାନ୍ତ ଦାସଙ୍କ ସହ ଆଲୋଚନା କରିଛନ୍ତି ।
ବନ୍ୟାକୁ ନେଇ ବ୍ଲକ ପ୍ରଶାସନ ସଜାଗ ରହିଥିବା ବିଡିଓ ସୂଚନା ଦେଇଛନ୍ତି। ବନ୍ୟା କୁ ଦୃଷ୍ଟିରେ ରଖି ଭଣ୍ଡାରିପୋଖରୀଠାରେ ଏନ୍‌ଡିଆର୍‌ଏଫ୍‌ ଟିମ ପହଞ୍ଚି ଥିବା ତହସିଲଦାର ସୂଚନା ଦେଇଛନ୍ତି। ତେବେ ବନ୍ୟାଜଳ ସକାଳ ୯ଟାରେ ୧୭.୫୫, ୧୦ଟାରେ ୧୭.୭୦, ୧୧ଟାରେ ୧୭.୯୦ , ୧୨ ଟାରେ ୧୮.୧୦ , ୧ ଟାରେ ୧୮.୨୭ ମିଟରରେ ପ୍ରବାହିତ ହୋଇଛି।