Categories: ଖେଳ

ଭାରତୀୟ ଦଳ ପାଇଁ ଖରାପ ଖବର,ହସ୍ପିଟାଲ ଗଲେ ଏହି ଖେଳାଳି

ଚେନ୍ନାଇ,୧୬।୨: ଚେନ୍ନାଇ ଟେଷ୍ଟରେ ଭାରତୀୟ ଦଳ ବିଜୟ ଆଡକୁ ଗତି କରିଛି। ଏହି ଟେଷ୍ଟରେ ଯଦିଓ ଭାରତ ବିଜୟ ସୁନିଶ୍ଚିତ ରହିଛି, କିନ୍ତୁ ଭାରତୀୟ ଦଳ ପାଇଁ ଏକ ଖରାପ ଖବର ରହିଛି। ଦଳର ଓପନର୍‌ ଶୁବମନ ଗିଲ୍‌ ଆହତ ହୋଇଛନ୍ତି। ଟୁଇଟର୍‌ ମାଧ୍ୟମରେ ବିସିସିଆଇ ଏହି ସୂଚନା ଦେଇଛି। ମ୍ୟାଚର ତୃତୀୟ ଦିନରେ ଅର୍ଥାତ୍‌ ସୋମବାର ଗିଲ ତାଙ୍କ ବାମ ହାତକୁ ଆଘାତ କରି ତାଙ୍କୁ ସତର୍କତାମୂଳକ ଡାକ୍ତରଖାନା ନିଆଯାଇଛି। ବିସିସିଆଇ ଡାକ୍ତରୀ ଦଳ ତାଙ୍କୁ ମୂଲ୍ୟାଙ୍କନ କରୁଛନ୍ତି। ସେ ଆଜି ଫିଲ୍ଡିଂ ମଧ୍ୟ କରି ନାହାଁନ୍ତି।

Share