ଲାଞ୍ଜ ଥିବା ଶିଶୁ ଜନ୍ମ, ଡାକ୍ତର ହେଲେ ଆଶ୍ଚର୍ଯ୍ୟ

ଏମିତି ଜଣେ ଶିଶୁ ଜନ୍ମ ହୋଇଛି, ଯାହାର ଲାଞ୍ଜ ଅଛି। ବିଶ୍ୱାସ ହେଉ ନ ଥିଲେ ବି ସତ। ଏପରି ଶିଶୁ ବ୍ରାଜିଲରେ ଜନ୍ମ ନେଇଛି। ଯାହାର ଲାଞ୍ଜ ଥିବା ଦେଖି ଡାକ୍ତରମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଛନ୍ତି। ଏହି ଲାଞ୍ଜର ଲମ୍ବ ୪ ଇଞ୍ଚ (୧୦.୧୬ ସେଣ୍ଟିମଟର)। ଏହି ଲାଞ୍ଜର ଶେଷ ଭାଗ କ୍ରିକେଟ ବଲ୍‌ ପରି ଗୋଲ୍‌ ଥିଲା।

ଜର୍ନାଲ ଅଫ୍‌ ପେଡିଆଟ୍ରିକ୍‌ ସର୍ଜରୀ କେସ୍‌ ରିପୋର୍ଟ ଅନୁଯାୟୀ, ଏହି ଶିଶୁର ଜନ୍ମ ସମୟରେ ଲାଞ୍ଜଟିକୁ ସର୍ଜରୀ କରାଯାଇଥିଲା। ଘଟଣା ବ୍ରାଜିଲର ଅଲର୍ବଟ ସାବିନ୍‌ ଚିଲଡ୍ରେନ୍‌ ହସ୍ପିଟାଲରେ ଘଟିଛି। ଏଠାରେ ଏକ ଶିଶୁ ଜନ୍ମ ହୋଇଥିଲା, ଯାହାର ଲାଞ୍ଜ ଥିଲା। ଡାକ୍ତରୀ ଟିମ୍‌ ଅପରେଶନ କରାଇ ଏହି ଲାଞ୍ଜକୁ ସଫଳତାର ବାହାର କରି ଦେଇଛନ୍ତି।

ଡାକ୍ତରୀ ବିଭାଗ କହିଛନ୍ତି, ଗର୍ଭରେ ଭ୍ରୁଣରେ ଏକ ଲାଞ୍ଜ ବିକଶିତ ହୋଇଥାଏ। ପରେ ଏହା ମିଶିଯାଇଥାଏ। ମାତ୍ର ଏପରି ବିରଳ ଘଟଣା ଦେଖିବାକୁ ମିଳିଛି। ଦୁନିଆରେ ଆଜିପର୍ଯ୍ୟନ୍ତ ଏପରି ୪୦ ଶିଶୁ ଜନ୍ମ ନେଇଛନ୍ତି। ପରେ ସେସବୁ ଅପରେଶନ ମାଧ୍ୟମରେ ହଟାଇ ଦିଆଯାଇଛି।