Posted inଫୁରସତ

୨୨ ସପ୍ତାହରେ ଜନ୍ମ ନେଲା ଶିଶୁ, ଓଜନ ୩୫୦ ଗ୍ରାମ୍‌, ଶୁଭେଚ୍ଛା ଜଣାଇଲା ପୂରା ହସ୍ପିଟାଲ

ଆପଣ ନିଶ୍ଚିତ ଦୁନିଆର ଅନେକ ପ୍ରି-ମାଚ୍ୟୁୟର ଶିଶୁଙ୍କ ବିଷୟରେ ଶୁଣିଥିବେ। କିଛି ପିଲା ୪୦୦ରୁ ୮୦୦ ଗ୍ରାମ ଭିତରେ ହୋଇଥାନ୍ତି। କିନ୍ତୁ ଏବେ ଏକ ଶିଶୁ ମାତ୍ର ୨୨ ସପ୍ତାହରେ ଜନ୍ମ ନେଇଛି। ଯାହାକୁ ଦୁନିଆର ସବୁଠାରୁ ଛୋଟ ଶିଶୁ କୁହାଯାଉଛି। ମାତ୍ର ଏହାର ଓଜନ ୩୫୦ ଗ୍ରାମ୍‌ ଥିବା ବେଳେ ଜନ୍ମରେ କୌଣସି ଅସୁବିଧା ହୋଇନାହିଁ। ଏହା ଦେଖି ଡାକ୍ତରମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଛନ୍ତି।

ଏହି ଘଟଣା ଆମେରିକାରେ ଘଟିଛି। ଜଣେ ମହିଳାଙ୍କୁ ଯେତେବେଳେ ସେଣ୍ଟ୍‌ ଫ୍ରାନ୍ସିସ ହସ୍ପିଟାଲରୁ ଘରକୁ ଯାଉଥିଲା, ହସ୍ପିଟାଲର ସମସ୍ତ କର୍ମଚାରୀ ଉତ୍ସବ ପାଳନ କରୁଥିଲେ। ତାଙ୍କର ଖୁସି ଖୁସିରେ କରତାଳି ଦେଇ ବିଦାୟ ଜଣାଇଥିଲେ। ଡାକ୍ତରମାନେ କହିଛନ୍ତି, ଯେତେବେଳେ ଫ୍ରାନ୍‌ସିସ ଆଙ୍ଗୁଏରା ଫେବୃୟାରୀ ୧୮ରେ ଡାକ୍ତରଖାନାକୁ ଆସିଥିଲେ, ସେତେବେଳେ ସେ ପ୍ରବଳ ଯନ୍ତ୍ରଣା ଅନୁଭବ କରିଥିଲେ। ଫେବୃୟାରୀ ୨୨ ସକାଳେ ଏକ ଶିଶୁ କନ୍ୟା ଜନ୍ମ ହୋଇଥିଲା। ସେହି ସମୟରେ ଶିଶୁର ଓଜନ ମାତ୍ର ୩୫୦ ଗ୍ରାମ ଥିଲା। ଏହା ଦେଖି ଡାକ୍ତରମାନେ ଭୟଭୀତ ହୋଇଥିଲେ। କାରଣ ସେ ଏତେ ଛୋଟ ପିଲାକୁ କେବେ ମଧ୍ୟ ଦେଖି ନ ଥିଲେ। ଏହା ଏତେ ଛୋଟ ଥିଲା ପାପୁଲିରେ ରହିଯାଉଥିଲା।

ମହିଳା ଜଣକ ତାଙ୍କ କାହାଣୀକୁ ବିଶ୍ୱ ସହ ଶେୟାର କରିଛନ୍ତି। ସେ କହିଛନ୍ତି, ଯେତେବେଳେ ତାଙ୍କ ଝିଅ ଜନ୍ମ ହେଲା ସେ ନିମୋନିଆରେ ପୀଡ଼ିତ ଥିଲେ। ଉଭୟଙ୍କ ପ୍ରତି ବହୁତ ବିପଦ ଥିଲା। କିନ୍ତୁ ଡାକ୍ତରଖାନାର ଡାକ୍ତରମାନେ ତୁରନ୍ତ ଚିକିତ୍ସା ଆରମ୍ଭ କରିଥିଲେ। ପ୍ରାରମ୍ଭରେ ଏହା ଲାଗୁଥିଲା କି ବଞ୍ଚାଇବା କଷ୍ଟସାଧ୍ୟ ହୋଇପାରେ, କିନ୍ତୁ ଡାକ୍ତରମାନେ ପରିସ୍ଥିତିର ଯତ୍ନ ନେଇଥିଲେ ଏବଂ ତାଙ୍କର ଯତ୍ନ ନେଇଥିଲେ। ପ୍ରାୟ ୪ ମାସ ଧରି ଚିକିତ୍ସା ଚାଲିଥିଲା ଏବଂ ଗୁରୁବାର ଝିଅଟି ତାଙ୍କ ଘରେ ପହଞ୍ଚିଛି। ବର୍ତ୍ତମାନ ତା’ର ଓଜନ ୭.୫ ପାଉଣ୍ଡ ଅର୍ଥାତ୍‌ ୩.୪୦ କିଲୋଗ୍ରାମ ହୋଇଛି।

ଡାକ୍ତରଙ୍କ କହିବାନୁସାରେ, ଏଭଳି ପିଲାମାନଙ୍କର ବଞ୍ଚିବାର ସମ୍ଭାବନା ବହୁତ୍‌ କମ୍‌। କାରଣ ସେମାନଙ୍କର ସମ୍ପୂର୍ଣ୍ଣ ଶରୀର ବିକାଶ ହୋଇ ନ ଥାଏ। ଭଗବାନଙ୍କୁ ଧନ୍ୟବାଦ ଏହି ଝିଅର କୌଣସି ଅସୁବିଧା ନାହିଁ। ହସ୍ପିଟାଲର ନିର୍ଦ୍ଦେଶକ ଜୋସେ ଆରିୟାସ-କାମିସନ କହିଛନ୍ତି, ଝିଅଟି ନିରାପଦ ଭାବରେ ଘରକୁ ଫେରିବା ଆମ ପାଇଁ ଏକ ଭାବପ୍ରବଣ ମୁହୂର୍ତ୍ତ ଥିଲା। ମୁଁ ଶିଶୁକୁ ଭଲ ପାଏ। ମୁଁ ସେହି ଝିଅକୁ ବି ବହୁତ ଭଲ ପାଇବା ଆରମ୍ଭ କଲି।

କହିରଖୁଛୁ, ଏହି ଶିଶୁ ପୂର୍ବରୁ ମଧ୍ୟ ଆମେରିକାର ସବୁଠାରୁ ଅପରିପକ୍ୱ ଶିଶୁ କୁର୍ଟିସ ଜି-କିଟ ମେନ୍ସ, ଯିଏ ୫ ଜୁଲାଇ ୨୦୨୦ରେ ଆଲବାମାର ଆଲବାମା ବର୍ମିଂହାମ ହସ୍ପିଟାଲରେ ମାତ୍ର ୨୧ ସପ୍ତାହରେ ଜନ୍ମଗ୍ରହଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ପ୍ରବଳ ବର୍ଷା ସମ୍ଭାବନା, ଅଧିକାରୀଙ୍କୁ ମୁଖ୍ୟାଳୟ ନଛାଡ଼ିବା ନିର୍ଦ୍ଦେଶ

କୋରାପୁଟ, ୨୧/୯( ଅମିତାଭ ବେହେରା ): ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ଏହା ଅବପାତର ରୂପ ନେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ସତର୍କ…

୧୪୦ ଅନ୍ତେବାସୀ ହଷ୍ଟେଲ ଛାଡ଼ିବା ଘଟଣା: ୪୬ ଦିନ ପରେ ଉଚ୍ଚସ୍ତରୀୟ ତଦନ୍ତ

ଝରିଗାଁ,୨୧।୯(କିଶୋର ଚନ୍ଦ୍ର ମଣ୍ଡଳ): ମୌଳିକ ସୁବିଧା-ସୁଯୋଗର ଅଭାବ ଏବଂ ନିମ୍ନମାନର ଖାଦ୍ୟ ଯୋଗାଣ ଯୋଗୁ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସାନରଟମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ…

ଗଭୀର ଅବପାତ ପ୍ରଭାବ: ୩ ଦିନ ବନ୍ଦ ରହିବ ଗଞ୍ଜାମର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର

ଛତ୍ରପୁର, ୨୧/୯ (ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଭୀର ଅବପାତ ଯୋଗୁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬: ବରଗଡ଼ ଜିଲାରେ ୧୧.୧୧ ଲକ୍ଷ ଭୋଟର

ବରଗଡ,୨୧।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ସୋମବାର ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟା ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬ ଆନୁଷ୍ଠାନିକ ଭାବେ…

ଫୁଟ୍‌ବଲ ମ୍ୟାଚ୍‌ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଳିଆଶୋଳ ନିକଟରେ ସୋମବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏକ ଅଜଣା ଗାଡ଼ି ଧକ୍କା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌: ଏହି ବାଟ ଦେଇ ଅତିକ୍ରମ କରିବ ସ୍ଥଳଭାଗ!

ଭୁବନେଶ୍ୱର, ୨୧।୯: ସଷ୍ଟି ହେଲା ଅବପାତ। ପୁରୀଠାରୁ ଦକ୍ଷିଣ-ପୂର୍ବ ଦିଗ ଓ ଗୋପାଳପୁରଠାରୁ ପୂର୍ବ-ଦକ୍ଷିଣ-ପୂର୍ବ ଦିଗରେ ୩୧୦ କି.ମି ଦୂରରେ ଅବପାତ କେନ୍ଦ୍ରୀଭୂତ। କଳିଙ୍ଗପାଟନମରୁ ୩୯୦ କି.ମି…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?