ପୁଣି ଅଲୋଡା ହେଲା ଶିଶୁ କନ୍ୟା: ରାସ୍ତା କଡ଼ରୁ ଉଦ୍ଧାର

ମହାକାଳପଡ଼ା,୫।୨(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ଅଧୀନ ଅଲାଇଲୋ ପଞ୍ଚାୟତ ଓରତ୍‌ ସେତୁ ନିକଟରୁ ଶୁକ୍ରବାର ମଧ୍ୟାହ୍ନରେ ଏକ ନବଜାତ ଶିଶୁକନ୍ୟା ଉଦ୍ଧାର ହୋଇଛି। ଶିଶୁ କାନ୍ଦ ଶୁଣି ସ୍ଥାନୀୟ ଲୋକେ ପିଲାଟିକୁ ଉଦ୍ଧାର କରିଥିଲେ। ପ୍ରାଥମିକ ଚିକିତ୍ସାପରେ ତାଙ୍କୁ ଜିଲା ଶିଶୁ ସୁରକ୍ଷା ବିଭାଗକୁ ହସ୍ତାନ୍ତର କରାଯାଇଥିବା ଜଣାପଡ଼ିଛି।