ଶିଶୁକନ୍ୟା ପାଟିରେ ପଶିଗଲା ରଡ୍‌

ବ୍ରହ୍ମପୁର,୨ା୮: ଗଞ୍ଜାମ ଜିଲା କେଶପୁର ନିକଟ ପାଳକଷଣ୍ଢ ଗାଁରେ ରବିବାର ମଧ୍ୟାହ୍ନରେ ଏକ ଅଘଟଣ ଘଟିଛି। ଘର ଛାତ ଉପରେ ଖେଳୁଥିବା ସମୟରେ ଏକ ୪ବର୍ଷର ଶିଶୁକନ୍ୟା ପାଟିରେ ଲୁହା ରଡ୍‌ ପଶିଯାଇଛି। ଗୁରୁତର ଅବସ୍ଥାରେ ଶିଶୁକନ୍ୟାକୁ ଏମ୍‌କେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି। ଡାକ୍ତରୀ ଦଳ ଅସ୍ତ୍ରୋପଚାର କରି ପାଟି ଭିତରୁ ଲୁହା ରଡ୍‌ଟି ବାହାର କରିଦେଇଥିବା ମେଡିକାଲ ସୂତ୍ରରୁ ପ୍ରକାଶ। ଶିଶୁକନ୍ୟା ଜଣଙ୍କ ହେଲେ ସନ୍ନ୍ୟାସୀ ଗୌଡ଼ଙ୍କ ଝିଅ ମନୋସ୍ମିତା। ସନ୍ନ୍ୟାସୀଙ୍କ ଘର ନିର୍ମାଣ କାମ ଚାଲିଥିବା ବେଳେ ମନୋସ୍ମିତା ସେଠାରେ ଖେଳୁଥିବା ବେଳେ ଏଭଳି ଅଘଟଣ ଘଟିଥିବା କୁହାଯାଉଛି।