Categories: ଫୁରସତ

ଡ୍ରେନ୍‌ରେ ଖସିପଡ଼ିଲେ ଛୁଆ, ଲୋକଙ୍କୁ ଏମିତି ସାହାଯ୍ୟ ମାଗିଲା କୁକୁର

ମା’ର ସ୍ଥାନ ସବୁଠୁ ଊର୍ଦ୍ଧ୍ୱରେ। ସେ ମଣିଷ ହୁଅନ୍ତୁ କିମ୍ବା ପଶୁ । ମା’ର ପ୍ରେମ ସବୁଠି ସବୁ ସମୟରେ ରହିଥାଏ। ଯଦି ଜଣେ ମା’ ନିଜ ପିଲାମାନଙ୍କୁ ଅସୁବିଧାରେ ଦେଖନ୍ତି, ତେବେ ସେ ସେମାନଙ୍କୁ ବଞ୍ଚାଇବା ପାଇଁ ଯେକୌଣସି ସ୍ତରକୁ ଚାଲିଯିବେ। ସୋସିଆଲ ମିଡିଆରେ ମା’ର ଅଜସ୍ର ଭଲ ପାଇବା ଥିବା ଏକ ଭିଡିଓ ଭାଇରାଲ ହେଉଛି। ଏଥିରେ ଗୋଟିଏ କୁକୁର ନିଜ ପିଲାକୁ ଡ୍ରେନରୁ ବାହାର କରିବା ପାଇଁ ମଣିଷଠାରୁ ସାହାଯ୍ୟ ମାଗୁଥିବା ଦେଖିବାକୁ ମିଳିଛି।

ସୋସିଆଲ ମିଡିଆରେ ଶେୟାର ହୋଇଥିବା ଏହି ଭିଡିଓରେ ଏହା ଦେଖିବାକୁ ମିଳେ ଯେ, କୁକୁରଟି ଯେତେବେଳେ ଜାଣି ପାରିଲା ତା’ ପିଲାକୁ ସେ ଉଦ୍ଧାର କରିପାରିବ ନାହିଁ, ସେତେବେଳେ ସେ ମଣିଷମାନଙ୍କର ସାହାଯ୍ୟ ଲୋଡ଼ିଥିଲା। କୁକୁରଟି ଜୋର୍‌ରେ ଭୁକିଥିଲା। ଯେମିତି କି ଲୋକେ ତା’ର କଥା ବୁଝିପାରନ୍ତୁ। ଫେସବୁକରେ ଏହି ଭିଡିଓ ଶେୟାର କରାଯାଇଛି। ଏଥିରେ କ୍ୟାପଶନ ଲେଖାଯାଇଛି, ମା’ ସବୁବେଳେ ମା’। ସେ ମଣିଷ ହୁଅନ୍ତୁ କି ପଶୁ।

ଭିଡିଓରେ, ଦେଖିବେ କୁକୁର ଛୁଆ ଖେଳୁଥିବା ବେଳେ ଡ୍ରେନ୍‌ରେ ପଡ଼ିଗଲେ।  ଉଦ୍ଧାର କରିବା ପାଇଁ ମା’ କୁକୁରଟି ବହୁତ ଚେଷ୍ଟା କଲା। ମାତ୍ର ବିଫଳ ହେବା ପରେ ସେ ଭୁକିବାକୁ ଲାଗିଲା। ଜଣେ ବ୍ୟକ୍ତି ସେହି ବାଟ ଦେଇ ଯାଉଥିବା ବେଳେ କୁକୁର ତାଙ୍କ ପଛେ ପଛେ ଗଲା। କୁକୁରର ଅଙ୍ଗଭଙ୍ଗୀରୁ ସେ ସାହାଯ୍ୟ ମାଗୁଥିବାର ବ୍ୟକ୍ତି ଜଣଙ୍କୁ ଜଣାପଡ଼ିଥିଲା। ଯେତେବେଳେ ବ୍ୟକ୍ତି ଜଣକ କୁକୁର ପଛେ ପଛେ ଗଲେ, ସେ ଦେଖିଲେ, ଦୁଇଟି ଛୁଆ ଡ୍ରେନ୍‌ରେ ପଡ଼ିଛନ୍ତି। ସେମାନେ ବାହାରକୁ ଆସିବାକୁ ଚେଷ୍ଟା କରୁଥିଲେ କିନ୍ତୁ ବିଫଳ ହୋଇଥିଲେ। ଏଭଳି ପରିସ୍ଥିତିରେ ବ୍ୟକ୍ତି ଜଣକ ସେମାନଙ୍କୁ ବାହାରକୁ ଆଣିଥିଲେ। ଏହା ପରେ କୁକୁରଟି ତା’ର ପିଲାମାନଙ୍କୁ ଚାଟିବାକୁ ଲାଗିଲା। ଏଥିରୁ ସ୍ପଷ୍ଟ ବୁଝାପଡୁଛି ମା’ର ମମତା ପିଲାଙ୍କ ପ୍ରତି କେତେ ଅଧିକ।

Share