Categories: ଖେଳ

ରାହାନେଙ୍କୁ ଭାଇ ଡାକିଲେ ଏହି ଅଷ୍ଟ୍ରେଲୀୟ ଉପସ୍ଥାପିକା

ମେଲବୋର୍ନ,୨୯।୧୨: ଆଡିଲେଡ ଟେଷ୍ଟରେ ପରାଜୟ ପରେ ମେଲବୋନର୍ର୍ ଟେଷ୍ଟରେ ଟିମ ଇଣ୍ଡିଆ ଅଷ୍ଟ୍ରେଲିଆ ବିପକ୍ଷରେ ଯେପରି ପ୍ରତିଶୋଧ ନେଲା ତାହା କେହି ସ୍ବପ୍ନରେ ଭାବି ନଥିବେ। ଆଡିଲେଡରେ ମାତ୍ର ୩୬ ରନ ପାଇଁ ଆଉଟ ହୋଇଥିବା ଟିମ ଇଣ୍ଡିଆ ମେଲବୋନର୍ର୍ରେ ଅଷ୍ଟ୍ରେଲିଆକୁ ୮ ଉଇକେଟ୍‌ରେ ପରାସ୍ତ କରିଛି। ଏହି ବିଜୟ ସହିତ ଟେଷ୍ଟ ସିରିଜ ମଧ୍ୟ ୧-୧ରେ ବରାବର ହୋଇଛି। ଭାରତୀୟ ଦଳର ବିଜୟ ପରେ ଜଣେ ଅଷ୍ଟ୍ରେଲୀୟ ଉପସ୍ଥାପିକା ଏଭଳି ଏକ ଟୁଇଟ୍‌ କରିଛନ୍ତି ଯାହା ଭାଇରାଲ ହେବାରେ ଲାଗିଛି। ଉପସ୍ଥାପିକା କ୍ଲୋ ଅମାଣ୍ଡା ବେଲି ରାହାନେଙ୍କୁ ଭାଇ ବୋଲି ସମ୍ବୋଧନ କରିବା ସହ ତାଙ୍କ ନିକଟରେ ଶୁବମନ ଗିଲ ପାଇଁ ମଧ୍ୟ ଏକ ବିଶେଷ ଦାବି କରିଥିଲେ। କ୍ଲୋ-ଅମାଣ୍ଡା ବେଲି ଅଧିନାୟକ ବିରାଟ କୋହଲିଙ୍କ ଜଣେ ବଡ଼ ପ୍ରଶଂସକ ଅଟନ୍ତି। କ୍ଲୋ କେବଳ ବିରାଟ ନୁହଁନ୍ତି ଟିମ ଇଣ୍ଡିଆର ଜଣେ ପ୍ରଶଂସକ ମଧ୍ୟ। ମେଲବୋର୍ନ ଟେଷ୍ଟରେ ଭାରତୀୟ ଦଳ ବିଜୟର ନିକଟତର ହୋଇଥିବାବେଳେ, କ୍ଲୋ ଏକ ଆକର୍ଷଣୀୟ ଟୁଇଟ୍‌ କରିଥିଲେ। କ୍ଲୋ ଲେଖିଥିଲେି, ଜିଙ୍କ୍ସ (ରାହାନେ) ଭାଇ ଗିଲଙ୍କୁ ବାକି ୩୭ ରନ ମଧ୍ୟରୁ ୩୦ ରନ ସ୍କୋର କରିବାକୁ ଦିଅନ୍ତୁ ଯାହା ଦ୍ୱାରା ସେ ତାଙ୍କର ପ୍ରଥମ ଟେଷ୍ଟ ମ୍ୟାଚରେ ଅର୍ଦ୍ଧଶତକ ହାସଲ କରିପାରିବେ। କ୍ଲୋଙ୍କ ଏହି ଟୁଇଟ୍‌କୁ ପ୍ରଶଂସକମାନେ ବେଶ୍‌ ପ୍ରଶଂସା କରିଥିଲେ।

Share