ବାଲିଯାତ୍ରାରେ ‘ଜୀ ସାର୍ଥକ’ କଳାକାରଙ୍କୁ ଭେଟିବେ ଦର୍ଶକ

ଭୁବନେଶ୍ୱର,୩୦ା୧୧(ଅନୁରାଧା ମହାରଣା): ବିଶ୍ୱପ୍ରସିଦ୍ଧ କଟକ ବାଲିଯାତ୍ରାରେ ଘରୋଇ ମନୋରଞ୍ଜନ ଚ୍ୟାନେଲ ‘ଜୀ ସାର୍ଥକ’ ପକ୍ଷରୁ ଏକ ଷ୍ଟଲ ଖୋଲାଯାଇଛି। ଏହି ଷ୍ଟଲରେ ଜୀ ସାର୍ଥକ ଦର୍ଶକଙ୍କ ଭରପୁର ମନୋରଞ୍ଜନ କରିବା ସହ ଛୋଟ ଛୋଟ ପ୍ରତିଯୋଗିତା ମାଧ୍ୟମରେ ଆକର୍ଷଣୀୟ ପୁରସ୍କାର ମଧ୍ୟ ଦେବ । ଏହି ଷ୍ଟଲରେ ଜୀ ସାର୍ଥକର ଫିଲ୍ମ ଓ ମେଗା ଧାରାବାହିକର ଲୋକପ୍ରିୟ କଳାକାରମାନେ ବାଲିଯାତ୍ରା ବୁଲିବାକୁ ଆସିଥିବା ଦର୍ଶକଙ୍କ ମନୋରଞ୍ଜନ କରିବା ସହ ସେମାନଙ୍କ ସହ ଭାବବିନିମୟ କରିବେ। ପ୍ରତିଦିନ ଜୀ ସାର୍ଥକରେ ପ୍ରସାରିତ ରିଅଲିଟି ସୋ ସାରେଗାମାପାର କଣ୍ଠଶିଳ୍ପୀମାନେ ଏହି ଠାରେ ଆୟାଜିତ ହେବାକୁ ଥିବା ସାଂସ୍କୃତିକ କାର୍ଯ୍ୟକ୍ରମରେ ଗୀତ ଗାଇବେ ଏବଂ ଲୋକପ୍ରିୟ ଶୋ ‘ଦିଦି ନମସ୍କାର’ ଫର୍ମାଟରେ ବାଲିଯାତ୍ରାରେ ଦର୍ଶକଙ୍କ ସହ କୌତୁହଳ ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ ବି ରଖାଯିବ। ଦର୍ଶକ ନିଜ ପ୍ରିୟ କଳାକାରମାନଙ୍କୁ ପାଖରେ ଦେଖିପାରିବା ସହ ସେମାନଙ୍କ ସହ କଥା ମଧ୍ୟ ହୋଇପାରିବେ ଏବଂ ଦର୍ଶକ ଢ଼େର ସାରା ମଜା ମସ୍ତି କରିପାରିବେ । ଜୀ-ସାର୍ଥକର ଚିଫ ଚ୍ୟାନେଲ ଅଫିସର ପ୍ରତୀକ ସିଲ କହିଛନ୍ତି ଯେ, କଟକ ବାଲିଯାତ୍ରା ସାରା ବିଶ୍ବରେ ପରିଚିତ ଓ ଜୀ-ସାର୍ଥକ ବିଭିନ୍ନ ସମୟରେ ନିଆରା କାର୍ଯ୍ୟକ୍ରମ ଓ ପ୍ରତିଯୋଗିତା ମାଧ୍ୟମରେ ଦର୍ଶକଙ୍କ ନିକଟତର ହେବ ପାଇଁ ତେଣୁ ଏହି ବାଲିଯାତ୍ରା ଦର୍ଶକ ଓ କଳାକାରଙ୍କୁ ମିଶିବା ପାଇଁ ଏକ ବଡ଼ ମାଧ୍ୟମ ହେବ। ଦର୍ଶକଙ୍କ ସହିତ ଜୀ-ସାର୍ଥକର ସମ୍ପର୍କ ଆହୁରି ମଜବୁତ ହେବ । ବାଲିଯାତ୍ରା ଏଥର ଆହୁରି ବଡ ଆକାରରେ ହେଉଥିବା ବେଳେ ‘ଜୀ ସାର୍ଥକ’ର ଏହି ମନୋରଞ୍ଜନଧର୍ମୀ କାର୍ଯ୍ୟକ୍ରମ ଲୋକଙ୍କୁ ଆହୁରି ଅଧିକ ନିଶ୍ଚିତ ଆକୃଷ୍ଟ କରିବ ବୋଲି ସିଲ୍‌ ଆଶା ରଖିଛନ୍ତି।