ଅର୍ଚ୍ଚନାଙ୍କ ସ୍ବରରେ ଝୁମିଲେ ଦର୍ଶକ: ଆକର୍ଷଣ ସାଜିଲା ସମ୍ବଲପୁରୀ-ଲୋକନୃତ୍ୟ

କେସିଙ୍ଗା,୧୨।୧ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସ୍ଥିତ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ
ଆନନ୍ଦ ଉଲ୍ଲାସର ସହିତ ଏକ ବର୍ଣ୍ଣାଢ୍ୟ ପରିବେଶରେ ୨୮ତମ ଏନଏସି ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା ଉଦଯାପିତ ହୋଇଯାଇଛି। ଏହି ଉଦଯାପିତ ସାରସ୍ବତ ସମାରୋହରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତି ଯୋଗ ଦେଇଥିଲେ ଏବଂ ବିଶିଷ୍ଟ ଅତିଥି ଭାବେ କେସିଙ୍ଗା ଥାନାର ଏସଡ଼ିପିଓ ସନ୍ଦୀପ କୁମାର ମାଝୀ ଯୋଗଦେଇଥିଲେ। ଶିକ୍ଷା, ସମାଜସେବା,କ୍ରୀଡା ଓ ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବରେଣ୍ୟ ବ୍ୟକ୍ତିମାନଙ୍କୁ ସମ୍ବର୍ଦ୍ଧନା କରାଯାଇ ଥିଲା। ପରିଶେଷରେ ପଶ୍ଚିମ ଓଡ଼ିଶାର ପ୍ରତିଷ୍ଠିତ କଣ୍ଠଶିଳ୍ପୀ ଅର୍ଚ୍ଚନା ପାଢ଼ୀଙ୍କ ସମେତ ଦଳଗତ ଚିତ୍ତାକର୍ଷକ,ବିଭିନ୍ନ ସମ୍ବଲପୁରୀ ସାଂକୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଅର୍ଚ୍ଚନା ପାଢ଼ୀଙ୍କ ନାଚ ଓ ଗୀତରେ ଦର୍ଶକ ଆନନ୍ଦ ଉଲ୍ଲାସ ରେ ନାଚି ଉଠିଥିଲେ।

ଶନିବାର ପୂର୍ବାହ୍ନ ୮ଟାରେ ସହରର ଅଧିଷ୍ଠାତ୍ରୀ ଦେବତା ବୁଢ଼ାରଜା ବୁଢ଼ା ଡଙ୍ଗର ମନ୍ଦିରରେ ପୂଜାର୍ଚ୍ଚନା କରା ଯାଇଥିଲା। ପରେ ବୀର ବାଦ୍ୟ ଘୁମୁରା ବାଦ୍ୟରେ ସହର କମ୍ପି ଉଠିଥିଲା। ସହର ପରିକ୍ରମା କରି ବିଦ୍ୟାପୀଠ ସ୍ଥିତ ବୁଢ଼ାରଜା ମଞ୍ଚ ଯାଏ ମଶାଲ ଶୋଭାଯାତ୍ରା କରି ମଶାଲ ସ୍ଥାପନ କରାଯାଇଥିଲା।ଏହି ମଶାଲ ଯାତ୍ରା ପରେ ବୁଢ଼ାରଜା ମଞ୍ଚକୁ ନିମନ୍ତ୍ରିତ ଅତିଥି ଭାବେ ଏନଏସି ଅଧ୍ୟକ୍ଷ ନୃପରାଜ ଯାଦବ,ନିର୍ବାହୀ ଅଧିକାରୀ ଚିନ୍ମୟ ଆଚାର୍ଯ୍ୟ, କେସିଙ୍ଗା ଏସଡ଼ିପିଓ ସନ୍ଦୀପ ମାଝୀଙ୍କ ସମେତ ସମସ୍ତ କାଉନ୍ସିସିଲ ବୃନ୍ଦ ଯୋଗଦାନ କରି ମଞ୍ଚକୁ ଉଦଘାଟନ କରିଥିଲେ। ଏହା ପରେ ପୂର୍ବାହ୍ନ ୧୧ଟାରୁ ଲୋକଗୀତ, ଲୋକନୃତ୍ୟ, ଝୋଟି, ମୁରୁଜ,କଳାହାଣ୍ଡିଆ ପିଠା, ବିଭିନ୍ନ ଭଜନ, ଦଉଡି ଡିଆ, ଆଦି ଛାତ୍ରଛାତ୍ରୀଙ୍କ ଦାରା ପ୍ରତିଯୋଗୀତା ହୋଇଥିଲା। ଅପରାହ୍ନରେ ବିଭିନ୍ନ ସାଂକୃତିକ ଦଳ ଏବଂ ସହରର ବିଭିନ୍ନ ଶିକ୍ଷାନୁଷ୍ଠାନ ଦଳ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏହି ଉପଲକ୍ଷେ ୧୦ଟି ଷ୍ଟଲ ଲଗାଯାଇଥିଲା। ୧୦ଟି ଷ୍ଟଲ ମଧ୍ୟରୁ ମା’ ସିଦ୍ଧିଦାତ୍ରୀ ମହିଳା ଗୃପ ପକ୍ଷରୁ ମାଣ୍ଡିଆ ତିଆରି ବିଭିନ୍ନ ପ୍ରକାର ଖାଦ୍ୟ ପ୍ରସ୍ତୁତ କରା ଯାଇଥିଲା। ଏହି ମଞ୍ଚର ସମସ୍ତ କାର୍ଯ୍ୟକ୍ରମକୁ କନିଷ୍ଠ ଯନ୍ତ୍ରୀ ନାରାୟଣ ମହାରଣ ଓ ଏନଏସିର ସମସ୍ତ କର୍ମଚାରୀ ସହ ଯୋଗ କରିଥିଲେ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଶଗଡରେ ବିବାହ ପାଇଁ ଶାଶୁଘରକୁ ଆସିଲେ କନ୍ୟା: ରାତି ଅନିଦ୍ରା ହୋଇ ଶଗଡକୁ ସଜାଇଥିଲେ ବର

କବିସୂର୍ଯ୍ୟନଗର, ୨୮।୨(କୃପାସିନ୍ଧୁ ସ୍ବାଇଁ): ସମୟ ଥିଲା ବାହାଘର ପାଇଁ ଶଗଡ ବ୍ୟବହାର ହେଉଥିଲା। ଶଗଡରେ କନ୍ୟା ଆସୁଥିଲେ ବରଘରକୁ ଏବଂ ବାହାଘର ହେଉଥିଲା। ବାଲ୍ୟ ବିବାହ ସମୟରେ…

ପୂର୍ବଶତ୍ରୁତାରୁ ଛୁରା ମାଡ଼ ଘଟଣା: ଛୁରି ଜବତ, ଅଭିଯୁକ୍ତ ଗଲେ ଜେଲ୍‌

ଦିଗପହଣ୍ଡି,୨୭।୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମରେ ପୂର୍ବଶତ୍ରୁତାକୁ କେନ୍ଦ୍ରକରି ଘଟିଥିବା ଛୁରାମାଡ଼ ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ତଦନ୍ତକାରୀ ଅଧିକାରୀ ପାଟପୁର ଥାନା ଆଇଆଇସି…

ରାଜ୍ୟରେ ଖୋଲିବ ଆଉ ୩ନୂତନ ମହାବିଦ୍ୟାଳୟ, ଜାଣନ୍ତୁ କେଉଁଠି…

ଭୁବନେଶ୍ୱର,୨୭।୨: ରାଜ୍ୟରେ ଖୋଲିବ ଆଉ ୩ଟି ନୂତନ ମହାବିଦ୍ୟାଳୟ। ବ୍ରହ୍ମପୁରର ଏକ କାର୍ଯ୍ୟକ୍ରମରେ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଏହି ସୂଚନା ଦେଇଛନ୍ତି। ଗୋଟିଏ ମତ୍ସ୍ୟ ବିଜ୍ଞାନ, ଗୋଟିଏ…

ଯାତ୍ରୀଙ୍କୁ ନେଇ ଯାଉଥିବାବେଳେ ହଠାତ୍‌ ରାସ୍ତା ମଝିରେ ଅଟକିଲା ଲକ୍ଷ୍ମୀ ବସ୍‌, ତା’ପରେ…

ଗଞ୍ଜାମ,୨୭।୨ (ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅଞ୍ଚଳରେ ଚଳାଚଳ କରୁଥିବା ଲକ୍ଷ୍ମୀ ବସ୍‌ ବିଭିନ୍ନ ସମୟରେ ବିଭିନ୍ନ ସମସ୍ୟା ଦେଇ ଗତି କରୁଥିଲେ ମଧ୍ୟ ବିଭାଗୀୟ…

ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ  ସ୍କୁଲରେ ଶିକ୍ଷକଙ୍କୁ ତାଲା ପକାଇଲେ ଗ୍ରାମବାସୀ 

ବାଲେଶ୍ୱର, ୨୭।୨( ବାଞ୍ଛାନିଧି ଦେ ): ଛାତ୍ରୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ବିଦ୍ୟାଳୟରେରେ ଶିକ୍ଷକଙ୍କୁ ତାଲା ପକାଇଲେ ଗ୍ରମବାସୀ ।  ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି।  ବାଲେଶ୍ବର ଜିଲା ସିଂଲା…

ନଦୀ ପାରିହୋଇ ଗ୍ରାମବାସୀଙ୍କ ଦୁଃଖ ବୁଝିଲେ ଜିଲାପାଳ

ନନ୍ଦପୁର,୨୭।୨(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲାପାଳ ଶୁକ୍ରବାର ନନ୍ଦପୁର ବ୍ଲକର ରାଇସିଂ ପଞ୍ଚାୟତ ବାସକୀ ନଦୀ ପାରିହୋଇ ଦେବଷଣ୍ଢଗୁଡା ଗ୍ରାମରେ ପହଞ୍ଚି ଗ୍ରାମବାସୀଙ୍କ ସହ ଆଲୋଚନା କରି…

ଘରକୁ ଫେରୁଥିଲେ ରାସ୍ତାରେ ଘଟିଲା ଭୟଙ୍କର ଦୁର୍ଘଟଣା: ଆଖିବୁଜିଦେଲେ ଯୁବ ବିଜେଡିର ସୁସଙ୍ଗଠକ, ୩ ଗୁରୁତର 

ଦିଗପହଣ୍ଡି,୨୭।୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ଦିଗପହଣ୍ଡି-ଘୋଡାହାଡ ଡ୍ୟାମ ରାସ୍ତାର ବିଦେଶୀ ମଦ ଦୋକାନ ନିକଟରେ ଶୁକ୍ରବାର ମଧ୍ୟାହ୍ନରେ ଏକ ଦୁର୍ଘଟଣା ଘଟିଛି। ବୁଲେଟ୍‌ ଓ ସ୍କୁଟି ମଧ୍ୟରେ…

କେନ୍ଦ୍ରୀୟ ବିଦ୍ୟାଳୟ ଅସ୍ଥାୟୀ କୋଠା ମରାମତିରେ ଖର୍ଚ୍ଚ ହେବ ୪୯ ଲକ୍ଷ ଟଙ୍କା, +୨ ଖୋଲିବା ପାଇଁ…

ଭଞ୍ଜନଗର,୨୭ା୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟର ଚଳିତ ବର୍ଷର ତୃତୀୟ ପରିଚାଳନା କମିଟି ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଭଞ୍ଜନଗର ଉପଜିଲାପାଳ ତଥା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri