ରାସ୍ତାକୁ ଟିଭି ଫୋପାଡିଲେ ଦର୍ଶକ

ଆଲିଗଡ,୨୦।୧୧: ଦିନିକିଆ ବିଶ୍ୱକପ ଫାଇନାଲରେ ଅଷ୍ଟ୍ରେଲିଆ ଭାରତକୁ ପରାସ୍ତ କରିଛି। ଅଷ୍ଟ୍ରେଲିଆ ହାତରେ ପରାଜୟ ପରେ ଭାରତୀୟ ପ୍ରଶଂସକଙ୍କ ମଧ୍ୟରେ ନିରାଶା ଦେଖାଦେଇଥିଲା। ଟିମ ଇଣ୍ଡିଆର ଏହି ପରାଜୟ ଯୋଗୁ ପ୍ରଶଂସକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା। ୟୁପିର ଆଲିଗଡ ଏବଂ ଲଖିମପୁର ଖେରୀରେ କ୍ରୋଧିତ କ୍ରିକେଟ ପ୍ରଶଂସକମାନେ ଟିଭି ଭାଙ୍ଗିଥିବା ବେଳେ ଅନେକ ପ୍ରଶଂସକଙ୍କ ଆଖିରେ ଲୁହ ଆସିଯାଇଥିଲା।
ସମସ୍ତ ଦଶଟି ମ୍ୟାଚ ଜିତି କ୍ରିକେଟ ବିଶ୍ୱକପ ୨୦୨୩ରେ ଭାରତ ଯେପରି ଅଗ୍ରଣୀ ହାସଲ କଲା ପରେ ଆଶା କରାଯାଉଥିଲା ଯେ ଏଥର ବିଶ୍ୱକପ ଭାରତ ଜିତିବ, କିନ୍ତୁ ତାହା ହୋଇ ନ ଥିଲା।

Share